ସିରି ଏ ପୁନଃ ଆରମ୍ଭକୁ ବିଳମ୍ବିତ କଲେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ,୨୭।୪(ଏଏଫ୍‌ପି): କୋଭିଡ-୧୯ ମହାମାରୀ ଦ୍ୱାରା ସଂଘାତିକ ଭାବେ ପ୍ରଭାବିତ ହୋଇଥିବା ଇଟାଲୀରେ ସିରି ଏ ଫୁଟବଲ ଲିଗ୍‌କୁ ବିଳମ୍ବିତ କରାଯାଇଛି। ସିରି ଏ’ର ପୁନଃ ଆରମ୍ଭକୁ ଇଟାଲୀ ପ୍ରଧାନମନ୍ତ୍ରୀ ଗିଉସେପ କୋଣ୍ଟେ ବିଳମ୍ବିତ କରିଛନ୍ତି। ତେବେ ଦେଶରେ ଆଗଧାଡିର ଆଥଲେଟମାନଙ୍କୁ ଟ୍ରେନିଂ ଆରମ୍ଭ କରିବା ନେଇ ସେ ସବୁଜ ସଙ୍କେତ ଦେଇଛନ୍ତି। ଦେଶରେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ ଜାରି ରହିଛି। ଏହି ଲକ୍‌ଡାଉନ୍‌ରୁ ଦେଶ କିପରି ମୁକୁଳିବ ସେ ନେଇ କୋଣ୍ଟେ ନିଜର ବିଚାର ସମ୍ପର୍କ ସମସ୍ତଙ୍କୁ ଅବଗତ କରିଛନ୍ତି। ଏହି ଭାଇରସ କାରଣରୁ ଇଟାଲୀରେ ୨୬, ୦୦୦ ଲୋକ ଓ ସାରା ବିଶ୍ୱରେ ୨,୦୦,୦୦୦ ଲୋକ ପ୍ରାଣ ହରାଇଲେଣି।
ମେ ୪ରୁ ବ୍ୟକ୍ତିଗତ ଭାବେ ଆଥଲେଟମାନେ ସେମାନଙ୍କର ଟ୍ରେନିଂ ଆରମ୍ଭ କରିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ମାର୍ଚ୍ଚ ୯ ତାରିଖରେ ସିରି ଏ ଫୁଟବଲକୁ କରୋନା ଭାଇରସ କାରଣରୁ ସ୍ଥଗିତ ରଖାଯାଇଥିଲା। ତେବେ ପୁଣି ଏହାକୁ କେବେ ଆରମ୍ଭ କରାଯିବ ସେ ନେଇ କୋଣ୍ଟେ କିଛି କହିନାହାନ୍ତି। ଏହି ଫୁଟବଲ ଲିଗ୍‌ରେ ଜୁଭେଣ୍ଟସ୍‌ ସର୍ବାଧିକ ପଏଣ୍ଟ ପାଇଁ ଶୀର୍ଷରେ ରହିଛି। ଗୋଟିଏ ପଏଣ୍ଟ କମ୍‌ ପାଇଁ ଲାଜିଓ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଯେତେବେଳେ ପରିବେଶ ସମ୍ପୂର୍ଣ୍ଣ ରୂପେ ନିରାପଦ ହେବ ସେତେବେଳେ ସିରି ଏ ଆରମ୍ଭ କରାଯିବ ବୋଲି କୋଣ୍ଟେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସ୍ପଷ୍ଟ କରିଛନ୍ତି। ଜୁନ୍‌ ୩୦ରେ ଶେଷ ହେବାକୁ ଥିବା ସିରି ଏ ସେସନ ଅଗଷ୍ଟ ୨ ତାରିଖରେ ଶେଷ ହେବ ବୋଲି ଇଟାଲୀୟ ଫୁଟବଲ ମୁଖ୍ୟ ଆଶା ପ୍ରକାଶ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଂକଂକୁ ୧୯୪ ରନ୍‌ର ଟାର୍ଗେଟ ଦେଲା ପାକିସ୍ତାନ

ଦୁବାଇ,୨।୯: ଏସିଆ କପ୍‌ ୨୦୨୨ରେ ଶୁକ୍ରବାର ଗ୍ରୁପ୍‌ ଏ ପର୍ଯ୍ୟାୟର ଅନ୍ତିମ ମୁକାବିଲା ପାକିସ୍ତାନ ଏବଂ ହଂକଂ ମଧ୍ୟରେ ଖେଳାଯାଉଛି। ଉଭୟ ଟିମ୍‌ ଭାରତ ବିପକ୍ଷରେ...

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ଅଷ୍ଟ୍ରେଲୀୟ ଲେଗ ସ୍ପିନର ଆଦାମ ଜାମ୍ପା ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ହାଟୀ ଲେ ପାଲମେରଙ୍କୁ ବିବାହ କରିଛନ୍ତି। ଗତ...

ଏବେ ବି ଯଥେଷ୍ଟ ପଠାନ ବ୍ରଦର୍ସ

ଅଲ ଆମେରାତ(ଓମାନ),୨୧।୧: ପେଶାଦାର କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ପଠାନ ବ୍ରଦର୍ସ ଏବେ ବି କ୍ରିକେଟ ପଡ଼ିଆରେ ମ୍ୟାଚ୍‌ ଜିତାଇବା ପାଇଁ ଯଥେଷ୍ଟ। ୟୁସୁଫ ପଠାନଙ୍କ...

୧୭ଜଣ ପିସିବି ଅଫିସକୁ ପଶି ଆସିଲେ, ଜିନିଷପତ୍ର ବି ନେବାକୁ ଦେଲେନି: ରମିଜ

ଇସଲାମାବାଦ,୨୭।୧୨: ଆଜିକାଲି ପାକିସ୍ତାନ କ୍ରିକେଟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରଥମେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ସଭାପତି ପଦରୁ ରମିଜ ରାଜାଙ୍କୁ ହଟାଯାଇ ନଜମ ସେଠୀଙ୍କୁ...

କ୍ରିକେଟ୍‌ ପାଇଁ ପୁଣି ଖରାପ ଖବର

ନୂଆଦିଲ୍ଲୀ,୧୭।୩: ପୁଣି କରୋନା ମହାମାରୀ ଫେରିବା ପରେ ସାରା ଦେଶରେ କଟକଣା ଜାରି କରାଯାଇଛି। ଦେଶର ଅନେକ ସହରରେ ଲକଡାଉନ ଲାଗୁ କରାଯାଇଛି, ଯାହା କ୍ରୀଡା...

ମୁମ୍ବାଇର ଦ୍ୱିତୀୟ ବିଜୟ

ଆବୁଧାବି, ୨।୧୦:ଅଧିନାୟକ ରୋହିତ ଶର୍ମା, କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ସଫଳତା ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର...

ଅଷ୍ଟ୍ରେଲିଆ ଦଳରେ ୧୮ ବର୍ଷୀୟ କୁଓଲ୍‌

କାତାର ଫିଫା ଫୁଟ୍‌ବଲ ବିଶ୍ୱକପ୍‌ ପାଇଁ ମଙ୍ଗଳବାର ଅଷ୍ଟ୍ରେଲିଆ ଫୁଟ୍‌ବଲ ଦଳ ଘୋଷଣା କରାଯାଇଛି। ପ୍ରଫେସନାଲ ଅଭିଜ୍ଞତା ନ ଥିବା ସତ୍ତ୍ୱେ ମୁଖ୍ୟ କୋଚ୍‌ ଗ୍ରାହମ...

ଭୁବନେଶ୍ୱର ବସ୍ତିରେ ସଂକ୍ରମଣ, ରାଜ୍ୟକୁ ବିପଦ

ଭୁବନେଶ୍ୱର, ୬ା୬(ବ୍ୟୁରୋ): ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ଏହାର ମାତ୍ର କେଇଟା ଦିନ ଭିତରେ ରାଜଧାନୀରେ ହୁହୁ ହୋଇ ବଢ଼ିଥିଲା ଆକ୍ରାନ୍ତଙ୍କ...

Advertisement
Archives

Model This Week