ସିବିଆଇକୁ ଦିଆଯିବ ଭକ୍ତଙ୍କ ଦସ୍ତଖତପତ୍ର

ପୁରୀ ଅଫିସ,୯।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛି। ବ୍ୟାଙ୍କର ଆର୍ଥତ୍କ ସ୍ଥିତି ବିଗିଡ଼ି ଥିବାରୁ ଆର୍‌ବିଆଇ ଏହି ପଦକ୍ଷେପ ନେଇଛି। ଏଭଳି ସ୍ଥିିିତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଫେରିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରିଚାଳନା କମିଟି ଏବଂ ଗଜପତି ମହାରାଜଙ୍କୁ କାହିଁକି ଆଢୁଆଳରେ ରଖାଯାଇଥିଲା ବୋଲି ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟ ନାରାୟଣ ରଥ ପ୍ରଶ୍ନ କରିଛନ୍ତି। ଉକ୍ତ ଟଙ୍କାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପରିବର୍ତ୍ତେ ଘରୋଇ ବ୍ୟାଙ୍କରେ ରଖିବା ପଛରେ ନିଶ୍ଚିତ ଭାବେ ମନ୍ଦ ଉଦ୍ଦେଶ୍ୟ ରହିଛି। ପରିଚାଳନା କମିଟି ଓ ଅର୍ଥ ସବ୍‌ କମିଟି ଅଗୋଚରରେ ଏହି ଟଙ୍କା ଏକ ଘରୋଇ ବ୍ୟାଙ୍କରେ ରଖାଯାଇଥିଲା। ଏହି ଘଟଣାର ସିବିଆଇ ତଦନ୍ତ ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବନ ଓ ଗିରଫ କରାଯିବାକୁ ରଥ ଦାବି କରିଛନ୍ତି। ଏ ନେଇ ୯ତାରିଖଠାରୁ ଭକ୍ତଙ୍କ ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ। ୧୦ହଜାରରୁ ଊର୍ଦ୍ଧ୍ୱ ଦସ୍ତଖତ ସମ୍ବଳିତ ଦାବିପତ୍ର ସିବିଆଇକୁ ଦିଆଯିବ। ସେହିପରି ଆଇନମନ୍ତ୍ରୀଙ୍କ ମନ୍ତବ୍ୟ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି। ତାଙ୍କୁ ହଟାଯିବାକୁ ସେ ଦାବି କରିଛନ୍ତି। ୟେସ୍‌ ବ୍ୟାଙ୍କରେ ଏତେ ଟଙ୍କା ରଖିବା ପଛରେ ଅଧିକ ସୁଧ ଲୋଭ ନା ଆଉ କିଛି ରହସ୍ୟ ରହିଛି ତାହାର ତଦନ୍ତ ପାଇଁ ରଥ ଏକ ପ୍ରେସ ବିବୃତିରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟାରେ ସନ୍ତୁଳିତ ଚିତ୍ରକର ପରିବାର

ଧରାକୋଟ,୧୦।୭(ଡି.ଏନ୍‌.ଏ.): ଠାକୁରଙ୍କ ଚିତ୍ର ଆଙ୍କିବା ପାଇଁ ରାଜା ପୁରୀ ବାଲିହରଚଣ୍ଡି ସାହିରୁ ଧରାକୋଟ ଆଣିଥିଲେ ଚିତ୍ରକର ପରିବାରକୁ। ଘର ସହ ଇନାମ ଆକାରରେ ଜମି ମଧ୍ୟ...

ଶିଶୁ ଉଦ୍ୟାନରେ ତାଲା,ଉନ୍ନତୀକରଣ ନାଁରେ ଚାଲିଛି ଖର୍ଚ୍ଚ

ନବରଙ୍ଗପୁର,୯ା୪(ବି.ପ୍ର.): ନବରଙ୍ଗପୁର ପୌର ପରିଷଦ ୧୭ଟି ୱାର୍ଡକୁ ନେଇ ଗଠିତ। ଏହି ସହରବାସୀଙ୍କ ଆମୋଦ ପ୍ରମୋଦ ପାଇଁ ଏକମାତ୍ର ଶିଶୁ ଉଦ୍ୟାନ କୃଷକ ବଜାରକୁ ଲାଗି...

ଭୁବନେଶ୍ୱରରୁ ଆଜି ପୁଣି ୫୭ ପଜିିଟିଭ୍‌ ଚିହ୍ନଟ: ସଂଖ୍ୟା କମିଲେ ବି କମୁନି ଲୋକାଲ କେସ୍‌

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୫୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୧ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ଭାଜପାର ‘ଓ୍ବାନ୍‌ ଡିଷ୍ଟ୍ରିକ୍ଟ ଓ୍ବାନ୍‌ କୋଭିଡ୍‌-୧୯ ହେଲ୍ପଡେସ୍କ’ ଆରମ୍ଭ

ଭୁବନେଶ୍ୱର, ୨୨ା୫(ବ୍ୟୁରୋ): କରୋନାକୁ ମୁକାବିଲା ପାଇଁ ଶୁକ୍ରବାର ଭାଜପା କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସ୍ତରରେ ଆଉ ଏକ ପାଦ ଆଗେଇଛି। ‘ୱାନ୍‌ ଡିଷ୍ଟ୍‌ରକ୍ଟ ୱାନ୍‌ କୋଭିଡ୍‌-୧୯...

ଯୁକ୍ତ ୨ ନାମଲେଖାରେ ଅନିୟମିତତା ପ୍ରସଙ୍ଗ: ଅସୁବିଧାରେ ପକାଯାଇଥିବା ପିଲାଙ୍କ ତାଲିକା ସଂଗ୍ରହ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ସାଏମ୍‌ଏସ(ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ୍‌) ପକ୍ଷରୁ ଯୁକ୍ତ୨ ନାମ ଲେଖାରେ ହୋଇଥିବା ଅନିୟମିତତା ଘଟଣାର ସମାଧାନ କରିବା ପାଇଁ ତତ୍ପରତା ପ୍ରକାଶ ପାଇଛି। ଉପରକୁ...

ବିଲରୁ ଚାଷୀ ଧାନ ଉଠାଇ ପାରୁନାହାନ୍ତି

ଜଗତ୍‌ସିଂହପୁର ଅଫିସ, ୨।୧୨: ଜଗତ୍‌ସିଂହପୁର ଜିଲାର ଚାଷୀକୁଳ ସମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ଚିନ୍ତାରେ ପଡିଛନ୍ତି। ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ...

ବଢ଼ୁଛି ଧାନକିଣା ବିବାଦ

ନୟାଗଡ଼ ଅଫିସ,୨।୧:ନୟାଗଡ଼ ଜିଲାରେ ଧାନକିଣା ଆରମ୍ଭ ହେବାର ଇତିମଧ୍ୟରେ ୧୦ ଦିନ ବିତିଛି। ଜିଲାରେ ୧୬୭ଟି ମଣ୍ଡିରୁ ଏଯାବତ ମାତ୍ର ୫ଟି ମଣ୍ଡି ଖୋଲିଛି ।...

ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିବେଦନ କଲେ ଅଭୟ

ବଲାଙ୍ଗୀର ଅଫିସ,୨୮ା୧୧: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ବଲାଙ୍ଗୀର ଗସ୍ତରେ ଆସି ବଲାଙ୍ଗୀର ଜିଲାର ମାଓବାଦୀ ଅପରେଶନ ତଦାରଖ କରିବା ସହ ପୋଲିସ ଗୁଳିରେ...

Advertisement
Archives

Model This Week