ସିଡ଼ିଏମଓଙ୍କୁ ସ୍ବାସ୍ଥ୍ୟକର୍ମୀ ଦେଲେ ଦାବିପତ୍ର

ବରଗଡ଼ ଅଫିସ୍‌,୧୮।୫: ସରକାର ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଯୋଦ୍ଧା ଭାବେ ଅଭିହିତ କରିଛନ୍ତି । ଏହା ସହିତ ଅଗ୍ରୀମ ଦରମା ପ୍ରଦାନ ପାଇଁ ମଧ୍ୟ ଘୋଷଣା ହୋଇଛି । ମାତ୍ର କରୋନା ମୁକାବିଲା ସମୟରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଛି ଏବଂ ସରକାରଙ୍କ ଘୋଷଣା ଧୂଆଁବାଣ ପାଲଟିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣି ୨୦୧୩ରେ ନିଯୁକ୍ତି ପାଇଥିବା ବରଗଡ଼ ଜିଲାର ସ୍ବାସ୍ଥ୍ୟକର୍ମୀମାନେ ସୋମବାର ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ)ଙ୍କୁ ଫେରାଦ ହୋଇଥିଲେ । ଏ ନେଇ ସିଡ଼ିଏମଓ ଡା. ବିଭୂତି ଭୂଷଣ ମେହେରଙ୍କୁ ସେମାନେ ୪ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ୨୦୧୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରେଡ୍‌-ପେ ପ୍ରଦାନ, ଚାକିରିକୁ ୬ବର୍ଷ ପୂରଣ ହେବା ଦିନଠାରୁ ନିୟମିତ ଘୋଷଣା କରାଯାଇ ତଦନୁଯାୟୀ ଦରମା ପ୍ରଦାନ, କୋଭିଡ୍‌-୧୯ର ପ୍ରୋତ୍ସାହନ ରାଶି ପ୍ରଦାନ ଏବଂ ୪ମାସର ଅଗ୍ରୀମ ଦରମା ପ୍ରଦାନ କରିବାକୁ ସ୍ମାରକପତ୍ରରେ ଦାବି କରାଯାଇଛି । ନମିତା ପୁଟେଲ, ବିନ୍ଦୁ ଦୀପ, ଅନୁପମା ଦାଶ, ମାମୀ ରଣା ପ୍ରମୁଖ ସିଡିଏମଓଙ୍କୁ ସ୍ମାରକପତ୍ର ପ୍ରଦାନ କରିିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

‘ଦୁଇ ସପ୍ତାହରେ ପିକ୍‌ ଛୁଇଁପାରେ କରୋନା’

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି। ଜୁଲାଇ ମାସରେ ସଂକ୍ରମଣ ରୋକିବାକୁ ସତର୍କତା ଅବଲମ୍ବନ କରିବା ଜରୁରୀ। ବଢୁଥିବା ସଂକ୍ରମଣ ଆଉ ଦୁଇ...

ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କୁ ଶୋଷଣ ଅଭିଯୋଗ : ପାର୍କିଂ ପାଇଁ ଶତାଧିକ ଟଙ୍କା ଆଦାୟକୁ ବିରୋଧ

ଦାରିଙ୍ଗବାଡ଼ି,୨୪।୧୨(ଡି.ଏନ.ଏ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ତେବେ ପର୍ଯ୍ୟଟନକେନ୍ଦ୍ରଗୁଡ଼ିକରେ ଗାଡ଼ି ପାର୍କିଂ ପାଇଁ ଶହ ଶହ ଟଙ୍କା ଆଦାୟ କରାଯାଉଥିବାରୁ...

ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୨୦।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌: ୧୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଅସୁସ୍ଥ

ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ପଣପଣାସ୍ଥିତ ଫାଲ୍‌କନ କମ୍ପାନୀର ଚିଙ୍ଗୁଡ଼ିି ପ୍ରୋସେସିଂ ପ୍ଲାଣ୍ଟରେ ବୁଧବାର ରାତି ପ୍ରାୟ ୯ଟା ବେଳେ କ୍ଲୋରିନ ଗ୍ୟାସ୍‌...

ଯବାନ-ମାଓବାଦୀ ଗୁଳି ବିିନିମୟ

ଫୁଲବାଣୀ ଅଫିସ, ୧୯ା୧-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ନିକଟ ଜଙ୍ଗଲରେ ଏସ୍‌ଓଜି ଯବାନ ଏବଂ ମାଓବାଦୀ ଶୁକ୍ରବାର ମୁହାଁମୁହିଁ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗୁଳି...

ଛୁଆ ହାତୀର ମୃତଦେହ ଠାବ

ବଡ଼ବିଲ/କେନ୍ଦୁଝର,୯ା୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡ଼ବିଲ ଫରେଷ୍ଟ ରେଞ୍ଜ ଅଧୀନ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ବୁଧବାର ବନ ବିଭାଗ ଏକ ଛୁଆହାତୀର ଗଳିତ ମୃତଦେହ ଠାବ କରିଛି। ମୃତ...

ରାଜଧାନୀରେ ବୁଲୁଛି ଚୋରି ବାଇକ୍‌

ଖୋର୍ଦ୍ଧା ଅଫିସ,୧୩ା୬: ଜଟଣୀ ଥାନା ଅଧୀନ ବଡ଼ତୋଟା ଭୋଇସାହିର ଅଶୋକ ଭଣ୍ଡଙ୍କ ବାଇକ୍‌ ମେ ମାସରେ ଚୋରି ହୋଇଯାଇଥିଲା। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ...

ଥଇଥାନ ବାଟ ପାଉନି ପ୍ରଶାସନ

ଔପଦା,୧୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବଜାରରେ ସିଲ୍‌ ହୋଇ ରହିଥିବା ୨୩ଟି ଦୋକାନ ଗୃହ ଖୋଲିବାକୁ ପ୍ରଶାସନ ତରଫରୁ କୌଣସି ତତ୍ପରତା ପ୍ରକାଶ ପାଉ ନାହିଁ ା...

Advertisement
Archives

Model This Week