ସିଙ୍ଗାପୁରରୁ ଆସିଲା ଖୁସି ଖବର: କରୋନା ସଂକ୍ରମଣ ରୋକିବାକୁ ସକ୍ଷମ ୫ ଆଣ୍ଟିବଡ଼ି

ସିଙ୍ଗାପୁର, ୧୮।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସିଙ୍ଗାପୁରରୁ ଖୁସି ଖବର ଆସିଛି। ଏଠାରେ କିଛି ବୈଜ୍ଞାନିକ ଲାବୋରେଟୋରିରେ ୫ ପ୍ରକାର ଆଣ୍ଟିବଡ଼ି ବିକଶିତ କରିଛନ୍ତି। ସ୍ଥାନୀୟ ପ୍ରତିରକ୍ଷା ବିଜ୍ଞାନ ସଂସ୍ଥାନ ଜାତୀୟ ଲାବୋରେଟୋରିରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏସବୁ ଆଣ୍ଟିବଡ଼ି କରୋନା ଭୂତାଣୁର ମ୍ୟୁଟେଶନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବ। ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ରକ୍ତ ନମୁନାରୁ ଆଣ୍ଟିବଡ଼ି ପ୍ରସ୍ତୁତ କରାଯାଇଥିବା ମୁଖ୍ୟ ଗବେଷକ ଡ. କୋର୍ନାଡ ଚାନ୍‌ ସୂଚନା ଦେଇଛନ୍ତି। ଏହାର ପ୍ରୟୋଗ ଦ୍ୱାରା ସୁସ୍ଥ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ସୁଦୃଢ଼ ହୋଇପାରିବ। କରୋନା ମହାମାରୀରୁ ଏସବୁ ଆଣ୍ଟିବଡ଼ି ଦୂରେଇ ରଖିପାରିବ ବୋଲି ପ୍ରତିରକ୍ଷା ବିଜ୍ଞାନ ସଂସ୍ଥାନର ସିଇଓ ଚିଓଙ୍ଗ୍‌ ଚେ ହୁ କହିଛନ୍ତି। ମାନବ ସମାଜ ଏହା ଦ୍ୱାରା ବେଶ୍‌ ଉପକୃତ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହିସବୁ ଖାଦ୍ୟ ଖାଇବା ପରେ କ୍ଷୀର ପିଇବା ଅନୁଚିତ

ପ୍ରତିଦିନ କ୍ଷୀର ପିଇବା ଶରୀର ପାଇଁ ଖୁବ୍‌ ଲାଭଦାୟକ। ଏହା ଶରୀରକୁ ଶକ୍ତି ଯୋଗାଇବା ସହିତ ଅନେକ ରୋଗ ସହ ଲଢ଼ିଥାଏ। ମାତ୍ର ଏପରି କିଛି...

ବିହାର ଯିବା ଅପେକ୍ଷାରେ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ

ବାସୁଦେବପୁର, ୫।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରାରେ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ବିହାର ଯିବା ପାଇଁ ବାସୁଦେବପୁରଠାରେ ମଙ୍ଗଳବାର ସକାଳୁ ଅଟକି...

ଲକ୍‌ଡାଉନ୍‌ ମାନୁନାହାନ୍ତି ୧୦ ପ୍ରତିଶତ ଲୋକ: ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ;ଗିରଫ ହେଲେଣି ୧୪୦୦ରୁ ଅଧିକ ଉଲ୍ଲଂଘନକାରୀ

ଭୁବନେଶ୍ୱର,୩୦।୩(ବ୍ୟୁରୋ)- ମହାମାରୀ କରୋନା ସଂକ୍ରମଣ ରୋକିବାକୁ ସାରା ଭାରତ ଏବେ ଲକ୍‌ଡାଉନ୍‌। ଓଡ଼ିଶାରେ ମଧ୍ୟ ଲକ୍‌ଡାଉନକୁ ସଫଳ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର...

‘ଶୂନ’ ମୃତ୍ୟୁ, ପ୍ଲାଜ୍‌ମା ଦାନ ପ୍ରାଥମିକତା

କଟକ ଅଫିସ,୮।୮: କଟକ ଜିଲାରେ ପ୍ଲାଜ୍‌ମା ସଂଗ୍ରହ ବ୍ୟାପକ କରାଯିବ। ଏନେଇ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବୈଠକ ବସିଥିଲା। ଏଥିରେ ପଞ୍ଚାୟତିରାଜ...

ବିଶ୍ୱ ପର୍ଯ୍ୟଟନ ୩୨୦ ବିଲିୟନ ଡଲାର ହରାଇଛି

ଜାତିସଂଘ, ୨୬।୮: କରୋନା ମହାମାରୀ ବିଶ୍ୱ ପର୍ଯ୍ୟଟନ ଶିଳ୍ପରେ ବିପର୍ଯ୍ୟୟ ଆଣିଛି। ଚଳିତ ବର୍ଷର ପ୍ରଥମ ୫ ମାସରେ ଏହି ଶିଳ୍ପ ୩୨୦ ବିଲିୟନ ଡଲାର...

ଜିଲାରେ ୧୦,୯୦୦ ଆଇସୋଲେଶନ ଶଯ୍ୟା ଲକ୍ଷ୍ୟଧାର୍ଯ୍ୟ, ବର୍ତ୍ତମାନ ସୁଦ୍ଧା ୩,୯୦୫ ପ୍ରସ୍ତୁତ

ଭଦ୍ରକ ଅଫିସ,୧ା୪: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବହୁ ପଦକ୍ଷେପ ନିଆଯାଉଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବା ସହିତ ଏହାକୁ...

ନେପାଳ ସୀମାଦେଇ କରୋନା ସଂକ୍ରମଣ ପାଇଁ ଚାଲିଛି ଯୋଜନା !

ନୂଆଦିଲ୍ଲୀ,୧୦।୪: କରୋନା ଭାଇରସର ସଂକ୍ରମଣକୁ ରୋକିବାକୁ କେନ୍ଦ୍ର ତଥା ସମସ୍ତ ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି। ହେଲେ ଏହି ସମୟରେ ଏମିତି ଏକ ଖବର ଆସିଛି...

ଡାର୍କ ନେଟ୍‌ରେ ବିକ୍ରି ହେଉଛି କରୋନା ଆରୋଗ୍ୟଙ୍କ ରକ୍ତ

ନୂଆଦିଲ୍ଲୀ,୪ା୫: ମହାମାରୀ କରୋନା ନିରୋଧୀ ଟିକା ତଥା ଔଷଧ ପ୍ରସ୍ତୁତି ପାଇଁ ସାରା ବିଶ୍ୱରେ ବୈଜ୍ଞାନିକମାନେ ଉଦ୍ୟମ ଚଳାଇଛନ୍ତି। କେତେକ ଟିକାର କ୍ଲିନିକାଲ ପରୀକ୍ଷା ଚାଲିଛି।...

Play 250+ Trending Games
Archives

Model This Week

Why Dharitri