Posted inଜାତୀୟ

୫ ଦେଶର ନାଗରିକଙ୍କ ଭିଜା ରଦ୍ଦ

ନୂଆଦିଲ୍ଲୀ,୪ା୩: ଚାଇନା ପରେ ସର୍ବାଧିକ କରୋନା ଆକ୍ରାନ୍ତ ଦକ୍ଷିଣ କୋରିଆ, ଇରାନ, ଇଟାଲି ଓ ଜାପାନର ନାଗରିକଙ୍କୁ ମିଳିଥିବା ନିୟମିତ ଭିଜାଗୁଡିକୁ ସରକାର ମଙ୍ଗଳବାର ରଦ୍ଦ କରିଛନ୍ତି। ମାର୍ଚ୍ଚ ୩ ପୂର୍ବରୁ ସେମାନଙ୍କୁ ଦିଆଯାଇଥିବା ନିୟମିତ ଭିଜା ଓ ଇ- ଭିଜା ପ୍ରତ୍ୟାହାର କରାଯାଇଛି। ନିହାତି ଆବଶ୍ୟକ ସ୍ଥଳେ ସେମାନଙ୍କୁ ନିକଟସ୍ଥ ଭାରତୀୟ ଦୂତାବାସରେ ପୁନଃ ଭିଜା ଆବେଦନ କରିବାକୁ ପଡ଼ିବ ବୋଲି ଦର୍ଶାଯାଇଛି। ପୂର୍ବରୁ ଫେବୃୟାରୀ ୫ରେ ଚାଇନା ନାଗରିକଙ୍କ ଲାଗି ଭିଜା ରଦ୍ଦ କରାଯାଇଥିଲା। ସେହିଭଳି ଭାରତକୁ ଆସିବା ଲାଗି ଗତ ଫେବୃୟାରୀ ପହିଲାରୁ ଭିଜା ହାସଲ କରିଥିବା ଏହି ୫ ଦେଶର ନାଗରିକ ଭାରତରେ ପ୍ରବେଶ କରି ନ ଥିଲେ, ନିହାତି ଜରୁରି କ୍ଷେତ୍ରରେ ସେମାନଙ୍କୁ ପୁଣି ଏଥିଲାଗି ଆବେଦନ କରିବାକୁ ପଡ଼ିବ। ତେବେ ବିଦେଶୀ କୂଟନୀତିଜ୍ଞ, ଜାତିସଂଘ ଅଧିକାରୀଙ୍କ କ୍ଷେତ୍ରରେ ଏହି କଟକଣା ଲାଗୁ କରାଯାଇ ନ ଥିଲେ ହେଁ ସେମାନଙ୍କ ଡାକ୍ତରୀ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ବିଦେଶରୁ ଭାରତ ଆସୁଥିବା ବିମାନଯାତ୍ରୀ ବ୍ୟକ୍ତିଗତ ତଥ୍ୟ, ଫୋନ ନମ୍ବର, ଠିକଣା, ଗସ୍ତ ଇତିହାସ ଦେବା ସହ ମେଡିକାଲ ପରୀକ୍ଷା କରାଯିବା ବାଧ୍ୟତାମୂଳକ କରାଯାଇଛି। ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସହ ଏନେଇ କେନ୍ଦ୍ର ସରକାର ସମୀକ୍ଷା କରୁଥିବା ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଛନ୍ତି। ସମ୍ପ୍ରତି ବିଶ୍ୱବ୍ୟାପୀ ୩ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନାରେ ପ୍ରାଣ ହରାଇଥିବା ବେଳେ ୯୦ ହଜାର ସଂକ୍ରମିତ ଥିବା ଜଣାପଡ଼ିଛି। ଚାଇନା ପରେ ଇରାନ, ଇଟାଲୀ, ଦକ୍ଷିଣ କୋରିଆ ଓ ଅନ୍ୟ ଦେଶଗୁଡ଼ିକୁ ଏହା ବ୍ୟାପିବାରେ ଲାଗିଛି। କରୋନା ସଂକ୍ରମିତ ଦେଶଗୁଡ଼ିକୁ ଯାତ୍ରା ନ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି। ବିଦେଶରୁ ଆସୁଥିବା ଲୋକଙ୍କୁ ବିମାନବନ୍ଦରରେ କଡ଼ାକଡ଼ି ଯାଞ୍ଚ ସହ ଜେରା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଆଲୋଚନା କରିଛନ୍ତି। ଯାଞ୍ଚ୍‌ କଡ଼ାକଡ଼ି କରିବା ଓ ବିଭିନ୍ନ ପ୍ରତିଷେଧକ ପଦକ୍ଷେପ ନେବା ଉପରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା କରାଯାଇଛି। ତେବେ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଭୟ କରିବାର କିଛି ନାହିଁ। ଏନେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୋଦି କହିଛନ୍ତି।
ଗତ ସୋମବାର ଦିଲ୍ଲୀର ନୋଏଡାରେ ଜଣେ ଯୁବକ ଓ ହାଇଦ୍ରାବାଦ ଫେରନ୍ତା କର୍ନାଟକର ଜଣେ ଯନ୍ତ୍ରୀ(୨୪)ଙ୍କୁ କରୋନା ସଂକ୍ରମଣ କରିଥିବା ଜଣାପଡ଼ିଥିଲା। ତେବେ ଏହାକୁ ନେଇ ଆତଙ୍କିତ ହେବାର କିଛି ନାହିଁ ବୋଲି ମୋଦି କହିଛନ୍ତି। କରୋନା ସଂକ୍ରମଣ ଭୟରେ ଦିଲ୍ଲୀର ନୋଏଡାରେ ଥିବା ୨ ଘରୋଇ ସ୍କୁଲକୁ ବୁଧବାରଠାରୁ ୩ ଦିନ ବନ୍ଦ କରାଯାଇଛି। ଏହି ସ୍କୁଲରେ ପଢ଼ୁଥିବା ୨ ଛାତ୍ରଙ୍କ ବାପା (ଇଟାଲି ଫେରନ୍ତା) କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହେବା ପରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆଗ୍ରାରେ ତାଙ୍କ ପୁଅର ବାର୍ଥ ଡେ ପାର୍ଟିରେ ଯୋଗ ଦେଇଥିବା ୬ ଲୋକଙ୍କୁ ମଧ୍ୟ ପରୀକ୍ଷା କରାଯାଇଛି। ସେମାନେ କରୋନା ସଂକ୍ରମିତ ଥିବା ସନ୍ଦେହ କରାଯାଉଛି। ସ୍କୁଲ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସେହିପରି ଜଣେ ଇଟାଲି ପର୍ଯ୍ୟଟକ ଜୟପୁରରେ କରୋନା ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି। ଗତ ମାସରେ ଇଟାଲରୁ ଦିଲ୍ଲୀ ଆସି ରାଜସ୍ଥାନ ଯାଇଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ସେ ଜଣେ। ପ୍ରକାଶଥାଉ କି, ପୂର୍ବରୁ କେରଳରେ ୩ ଏଭଳି ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଭାରତରେ ଏପର୍ଯ୍ୟନ୍ତ ମୋଟ ୬ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇସାରିଲେଣି। ତେବେ ଏଥିପ୍ରତି ସରକାର ବିଭିନ୍ନ ସତର୍କତା ଅବଲମ୍ବନ କରୁଥିବା ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଯୁଦ୍ଧକୁ ନେଇ ବାଜିବ ସତର୍କ ଘଣ୍ଟି!

ନୂଆଦିଲ୍ଲୀ,୧ ।୧୦: କରୋନା ମହାମାରୀ ସମୟରେ ଯେ କୌଣସି ସମୟରେ ବିଶ୍ୱ ଯୁଦ୍ଧପାଇଁ ସତର୍କ ଘଣ୍ଟି ବାଜିପାରେ ବୋଲି ଆଲୋଚନା ହେଉଛି । କାରଣ ବିଶ୍ୱର...

ଭାଜପା ଟିକାକୁ ବିଶ୍ୱାସ ନାହିଁ: ଅଖିଳେଶ

ଲକ୍ଷ୍ନୌ, ୩।୧: କରୋନା ମହାମାରୀ ବିରୋଧରେ ଟିକାକରଣ ଲାଗି ଭାରତ ପ୍ରସ୍ତୁତ ହେଉଥିବାବେଳେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ...

କରୋନା ଭାଇରସ ଚାଇନାରୁ ଆସିଥିବାରୁ ଏହା ବେଶିଦିନ ରହିବ ନାହିଁ: ମୋରାରି ବାପୁ

ପ୍ରୟାଗରାଜ,୫।୩: କରୋନା ଭାଇରସ ଚାଇନାରୁ ଆରମ୍ଭ ହୋଇଥିବା ବେଳେ ଏବେ ଏହା ଭାରତ ସମେତ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ଏହାକୁ ନେଇ ଭିନ୍ନ...

ମହାରାଷ୍ଟ୍ରରେ କରୋନା ନେଲାଣି ୩୦୧ ମୁଣ୍ଡ

ମୁମ୍ବାଇ,୨୫।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଏବେ ଏହା ଏକ ପ୍ରକାର ଅଣାୟତ୍ତ ହୋଇ ପଡିଲାଣି ବୋଲି କୁହାଯାଉଛି। ପ୍ରତିଦିନ ଏଠାରେ...

ଦାୟିତ୍ୱ ନେବା ପରେ ପ୍ରଥମେ ସିଆଚେନ୍‌ ଗ୍ଲାସିୟର ଯିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ଭାଗ ବଣ୍ଟା ପରେ ଏବେ କାମ ଆରମ୍ଭ ହୋଇଯାଇଛି। ସମସ୍ତେ ନିଜ ନିଜ ଦାୟିତ୍ୱ ବହନ କରିଛନ୍ତି। ଏହି...

ରାଜ୍ୟ ସଭାରେ ତିନି ତଲାକ୍‌ ବିଲ୍‌ ପାସ୍‌ ହେବାର ଗୋଟିଏ ଦିନ ପରେ ସ୍ତ୍ରୀଙ୍କୁ ସ୍ବାମୀ ଦେଲେ ତଲାକ୍‌

ଅହମ୍ମଦାବାଦ୍‌,୩୧।୭: ରାଜ୍ୟ ସଭାରେ ତିନି ତଲାକ୍‌ ବିଲ୍‌ ମଙ୍ଗଳବାର ପାସ୍‌ ହୋଇଛି। ତେବେ ବୁଧବାର ଗୁଜରାଟ ଅହମ୍ମଦାବାଦ୍‌ରେ ସ୍ତ୍ରୀଙ୍କୁ ସ୍ବାମୀ ତିନି ତଲାକ୍‌ ଦେଇଛନ୍ତି। ଏହାପରେ...

ପ୍ରବାସୀ ଶ୍ରମିକଙ୍କ ଦୁଃଖ ଭାଜପାକୁ ଛାଡ଼ି ଅନ୍ୟମାନେ ଅନୁଭବ କରିପାରୁଛନ୍ତି: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୮।୫: କରୋନା ମହାମାରୀ ସଙ୍କଟ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭାଜପାକୁ...

ବର୍ତ୍ତମାନ ପରିସ୍ଥିତିରେ ରାହୁଲ ହିଁ କେବଳ କଂଗ୍ରେସର ଦାୟିତ୍ୱ ନେଇପାରିବେ: ଗେହଲଟ

ନୂଆଦିଲ୍ଲୀ,୧।୭: କଂଗ୍ରେସ ଶାସିତ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀମାନେ ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଏକ ବୈଠକରେ ବସିଥିଲେ। ତେବେ ଏହି ସମୟରେ ରାଜସ୍ଥାନ...

Play 250+ Trending Games
Archives

Model This Week

Why Dharitri