Posted inଜାତୀୟ

୫ ଦେଶର ନାଗରିକଙ୍କ ଭିଜା ରଦ୍ଦ

ନୂଆଦିଲ୍ଲୀ,୪ା୩: ଚାଇନା ପରେ ସର୍ବାଧିକ କରୋନା ଆକ୍ରାନ୍ତ ଦକ୍ଷିଣ କୋରିଆ, ଇରାନ, ଇଟାଲି ଓ ଜାପାନର ନାଗରିକଙ୍କୁ ମିଳିଥିବା ନିୟମିତ ଭିଜାଗୁଡିକୁ ସରକାର ମଙ୍ଗଳବାର ରଦ୍ଦ କରିଛନ୍ତି। ମାର୍ଚ୍ଚ ୩ ପୂର୍ବରୁ ସେମାନଙ୍କୁ ଦିଆଯାଇଥିବା ନିୟମିତ ଭିଜା ଓ ଇ- ଭିଜା ପ୍ରତ୍ୟାହାର କରାଯାଇଛି। ନିହାତି ଆବଶ୍ୟକ ସ୍ଥଳେ ସେମାନଙ୍କୁ ନିକଟସ୍ଥ ଭାରତୀୟ ଦୂତାବାସରେ ପୁନଃ ଭିଜା ଆବେଦନ କରିବାକୁ ପଡ଼ିବ ବୋଲି ଦର୍ଶାଯାଇଛି। ପୂର୍ବରୁ ଫେବୃୟାରୀ ୫ରେ ଚାଇନା ନାଗରିକଙ୍କ ଲାଗି ଭିଜା ରଦ୍ଦ କରାଯାଇଥିଲା। ସେହିଭଳି ଭାରତକୁ ଆସିବା ଲାଗି ଗତ ଫେବୃୟାରୀ ପହିଲାରୁ ଭିଜା ହାସଲ କରିଥିବା ଏହି ୫ ଦେଶର ନାଗରିକ ଭାରତରେ ପ୍ରବେଶ କରି ନ ଥିଲେ, ନିହାତି ଜରୁରି କ୍ଷେତ୍ରରେ ସେମାନଙ୍କୁ ପୁଣି ଏଥିଲାଗି ଆବେଦନ କରିବାକୁ ପଡ଼ିବ। ତେବେ ବିଦେଶୀ କୂଟନୀତିଜ୍ଞ, ଜାତିସଂଘ ଅଧିକାରୀଙ୍କ କ୍ଷେତ୍ରରେ ଏହି କଟକଣା ଲାଗୁ କରାଯାଇ ନ ଥିଲେ ହେଁ ସେମାନଙ୍କ ଡାକ୍ତରୀ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ବିଦେଶରୁ ଭାରତ ଆସୁଥିବା ବିମାନଯାତ୍ରୀ ବ୍ୟକ୍ତିଗତ ତଥ୍ୟ, ଫୋନ ନମ୍ବର, ଠିକଣା, ଗସ୍ତ ଇତିହାସ ଦେବା ସହ ମେଡିକାଲ ପରୀକ୍ଷା କରାଯିବା ବାଧ୍ୟତାମୂଳକ କରାଯାଇଛି। ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସହ ଏନେଇ କେନ୍ଦ୍ର ସରକାର ସମୀକ୍ଷା କରୁଥିବା ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଛନ୍ତି। ସମ୍ପ୍ରତି ବିଶ୍ୱବ୍ୟାପୀ ୩ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନାରେ ପ୍ରାଣ ହରାଇଥିବା ବେଳେ ୯୦ ହଜାର ସଂକ୍ରମିତ ଥିବା ଜଣାପଡ଼ିଛି। ଚାଇନା ପରେ ଇରାନ, ଇଟାଲୀ, ଦକ୍ଷିଣ କୋରିଆ ଓ ଅନ୍ୟ ଦେଶଗୁଡ଼ିକୁ ଏହା ବ୍ୟାପିବାରେ ଲାଗିଛି। କରୋନା ସଂକ୍ରମିତ ଦେଶଗୁଡ଼ିକୁ ଯାତ୍ରା ନ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି। ବିଦେଶରୁ ଆସୁଥିବା ଲୋକଙ୍କୁ ବିମାନବନ୍ଦରରେ କଡ଼ାକଡ଼ି ଯାଞ୍ଚ ସହ ଜେରା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଆଲୋଚନା କରିଛନ୍ତି। ଯାଞ୍ଚ୍‌ କଡ଼ାକଡ଼ି କରିବା ଓ ବିଭିନ୍ନ ପ୍ରତିଷେଧକ ପଦକ୍ଷେପ ନେବା ଉପରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା କରାଯାଇଛି। ତେବେ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଭୟ କରିବାର କିଛି ନାହିଁ। ଏନେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୋଦି କହିଛନ୍ତି।
ଗତ ସୋମବାର ଦିଲ୍ଲୀର ନୋଏଡାରେ ଜଣେ ଯୁବକ ଓ ହାଇଦ୍ରାବାଦ ଫେରନ୍ତା କର୍ନାଟକର ଜଣେ ଯନ୍ତ୍ରୀ(୨୪)ଙ୍କୁ କରୋନା ସଂକ୍ରମଣ କରିଥିବା ଜଣାପଡ଼ିଥିଲା। ତେବେ ଏହାକୁ ନେଇ ଆତଙ୍କିତ ହେବାର କିଛି ନାହିଁ ବୋଲି ମୋଦି କହିଛନ୍ତି। କରୋନା ସଂକ୍ରମଣ ଭୟରେ ଦିଲ୍ଲୀର ନୋଏଡାରେ ଥିବା ୨ ଘରୋଇ ସ୍କୁଲକୁ ବୁଧବାରଠାରୁ ୩ ଦିନ ବନ୍ଦ କରାଯାଇଛି। ଏହି ସ୍କୁଲରେ ପଢ଼ୁଥିବା ୨ ଛାତ୍ରଙ୍କ ବାପା (ଇଟାଲି ଫେରନ୍ତା) କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହେବା ପରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆଗ୍ରାରେ ତାଙ୍କ ପୁଅର ବାର୍ଥ ଡେ ପାର୍ଟିରେ ଯୋଗ ଦେଇଥିବା ୬ ଲୋକଙ୍କୁ ମଧ୍ୟ ପରୀକ୍ଷା କରାଯାଇଛି। ସେମାନେ କରୋନା ସଂକ୍ରମିତ ଥିବା ସନ୍ଦେହ କରାଯାଉଛି। ସ୍କୁଲ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସେହିପରି ଜଣେ ଇଟାଲି ପର୍ଯ୍ୟଟକ ଜୟପୁରରେ କରୋନା ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି। ଗତ ମାସରେ ଇଟାଲରୁ ଦିଲ୍ଲୀ ଆସି ରାଜସ୍ଥାନ ଯାଇଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ସେ ଜଣେ। ପ୍ରକାଶଥାଉ କି, ପୂର୍ବରୁ କେରଳରେ ୩ ଏଭଳି ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଭାରତରେ ଏପର୍ଯ୍ୟନ୍ତ ମୋଟ ୬ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇସାରିଲେଣି। ତେବେ ଏଥିପ୍ରତି ସରକାର ବିଭିନ୍ନ ସତର୍କତା ଅବଲମ୍ବନ କରୁଥିବା ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri