ସାଲାଇନ ନେବାବେଳେ ଛାତ୍ରଙ୍କ ମୃତ୍ୟୁ

ଢେଙ୍କାନାଳ ଅଫିସ, ୩୦।୧: ଢେଙ୍କାନାଳ ସହରସ୍ଥିତ ଗାନ୍ଧୀମନ୍ଦିର ରୋଡ୍‌ ନିକଟରେ ଥିବା ଏକ ଘରୋଇ କ୍ଲିନିକରେ ସାଲାଇନ ନେଉଥିବାବେଳେ ବୁଧବାର ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଅମୀର କୁମାର ଜେନା (୨୬)। ଚିକିତ୍ସାରେ ଅବହେଳା ଏବଂ ଭୁଲ ଇଞ୍ଜେକ୍ସନ ଦିଆଯିବା କାରଣରୁ ଅମୀରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି। ଏହାକୁ ନେଇ ଦୀର୍ଘସମୟ ଯାଏ କ୍ଲିନିକ ସମ୍ମୁଖରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଟାଉନ ଥାନା ପୋଲିସ ପହଞ୍ଚତ୍ କ୍ଲିନିକ୍‌କୁ ସିଲ୍‌ କରିବା ସହ ତଦନ୍ତ ଆରମ୍ଭ କରିଛି।
ଅମୀରଙ୍କ ଘର ସଦର ଥାନା ଝାରଗାଡିଆ ଫାଣ୍ଡି ବଉଳପୁରପାଟଣା ଗ୍ରାମରେ। ସେ ଢେଙ୍କାନାଳ କଲେଜରୁ ଯୁକ୍ତ ୩ କମର୍ସ ପାସ୍‌ କରି କୁଞ୍ଜକାନ୍ତ ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବ୍ୟାଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ସେ ସାଙ୍ଗଙ୍କ ସହ ମେସ୍‌ କରି ରହୁଥିଲେ। ବୁଧବାର ସକାଳେ ହଠାତ୍‌ ଅମୀର ଅସୁସ୍ଥ ହୋଇପଡ଼ିଥିଲେ। ସହପାଠୀମାନେ ତାଙ୍କୁ ଗାନ୍ଧୀମନ୍ଦିର ରୋଡରେ ରହୁଥିବା ଜଣେ ବରିଷ୍ଠ ଭେଷଜ ଚିକିତ୍ସକଙ୍କ ନିକଟକୁ ନେଇଥିଲେ। ଡାକ୍ତର ଜଣକ ତାଙ୍କୁ ‘ରୋବି-ଡି’ ଇଞ୍ଜେକ୍ସନ ନେବାକୁ ପରାମର୍ଶ ଦେଇଥିଲେ। ତଦନୁଯାୟୀ ନିକଟରେ ଥିବା ଏକ ଔଷଧ ଦୋକାନରୁ ଉକ୍ତ ଇଞ୍ଜେକ୍ସନ ନେଇଥିଲେ। ଏହାପରେ ମେସ୍‌କୁ ଆସି ବିଶ୍ରାମ ନେଇଥିଲେ। ମଧ୍ୟାହ୍ନରେ ଅମୀର ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ପୁଣିଥରେ ସମ୍ପୃ୍‌କ୍ତ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା। ଡାକ୍ତର ତୁରନ୍ତ ତାଙ୍କୁ ଗାନ୍ଧୀମନ୍ଦିର ରୋଡସ୍ଥିତ ଉକ୍ତ ଘରୋଇ କ୍ଲିନିକକୁ ନେଇଯିବାକୁ କହିଥିଲେ। ତଦନୁଯାୟୀ ଅମୀର ଉକ୍ତ ଘରୋଇ କ୍ଲିନିକକୁ ଯାଇ ସେଠାରେ ସାଲାଇନ୍‌ ନେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ପରିବାର ଲୋକେ କହିଛନ୍ତି।
ସୂଚନା ପାଇ ଟାଉନ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ, ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ ସଦଳବଳ ପହଞ୍ଚତ୍ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଥିଲେ। ଏଥିସହ ଘରୋଇ କ୍ଲିନିକ୍‌କୁ ସିଲ୍‌ କରାଯାଇଛି। ଅଭିଯୁକ୍ତ ଡାକ୍ତରଙ୍କୁ ପଚରାଉଚୁରା କରାଯାଇଛି। ଏ ନେଇ ନଂ. ୫/୨୦୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ଏ ନେଇ ଡାକ୍ତର ଅଜିତ କୁମାର ତ୍ରିପାଠୀ କୁହନ୍ତି, ପରୀକ୍ଷାରୁ ଅମୀରଙ୍କ ଡାହାଣ ହାତର ରକ୍ତଚାପ ଅଧିକ ଥିବା ଜଣାପଡ଼ିଥିଲା। ଦୁଇ ହାତର ରକ୍ତଚାପ ସ୍ଥିର ରହୁ ନ ଥିବାରୁ ଏହା କାର୍ଡିଆକ୍‌ ସମସ୍ୟା ବୋଲି ଅନୁମାନ କରାଯାଇଥିଲା। ତାଙ୍କ କହିବା ଅନୁଯାୟୀ ଠିକ୍‌ ଇଞ୍ଜେକ୍ସନ ଦିଆଯାଇଥିଲା। ରକ୍ତଚାପ କମିଯିବାରୁ ଗୁରୁତର ଅବସ୍ଥାରେ ସେ ପୁଣି ଆସିଥିଲେ। ୭୫% ସାଲାଇନ ଦିଆଯିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତ୍ରୁଟିପୂର୍ଣ୍ଣ ଇଞ୍ଜେକ୍ସନ ଦିଆଯିବା ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri