‘ସାରେ ଜହାଁ ସେ ଅଚ୍ଛା’ରେ ଆମିର, ଶାହରୁଖ୍‌

ମୁମ୍ବାଇ: ସୁପରଷ୍ଟାର ଆମିର ଖାନ୍‌ ଏବଂ ଶାହରୁଖ୍‌ ଖାନ୍‌ ‘ସାରେ ଜହାଁ ସେ ଅଚ୍ଛା’ ଫିଲ୍ମରେ ଅଭିନୟ କରିବାକୁ ଆଗ୍ରହୀ ଥିବା ପ୍ରଯୋଜନା ସୂତ୍ରରୁ ଜାଣିବାକୁ ମିଳିଛି। ଉକ୍ତ ଫିଲ୍ମ ମହାକାଶଚାରୀ ରାକେଶ ଶର୍ମାଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଥିବାବେଳେ ଏହାର କାହାଣୀ ରଚନା କରିଛନ୍ତି ଲେଖକ ଅଞ୍ଜୁମ ରାଜାବଳୀ। ଉକ୍ତ ଫିଲ୍ମର କାହାଣୀ ଦୁଇ ଷ୍ଟାରଙ୍କୁ ପଢ଼ିବାକୁ ଦିଆଯାଇଥିଲା। ତେବେ ସେମାନେ ଏହାକୁ ପାଠକରି ଫିଲ୍ମ କରିବାକୁ ଅଙ୍ଗୀକାରବଦ୍ଧ ଥିବା ପ୍ରକାଶ କରିଛନ୍ତି। ଏହା ଏକ ବଡ ବଜେଟ୍‌ର ଫିଲ୍ମ। ତେଣୁ କଳାକାରମାନେ ଏକାଠି ହେବା ଏବଂ ଏହାର ଶୁଟିଂ ଆରମ୍ଭ ହେବାକୁ ଆଉ କିଛିଦିନ ସମୟ ଲାଗିବ। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ନିର୍ମାତାମାନେ ମୁଖ୍ୟ ଭୂମିକା ନେବାକୁ ଭିକି କୌଶଲ ଏବଂ ରଣବୀର କପୁରଙ୍କୁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଏ ସମ୍ପର୍କରେ କୌଣସି ସ୍ଥିର ନିଷ୍ପତ୍ତି ହୋଇପାରି ନାହିଁ। ବର୍ତ୍ତମାନ ଫିଲ୍ମ ନିର୍ମାଣ ପାଇଁ ପ୍ରକ୍ରିୟା ଚାଲିଥିବାରୁ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ଠିକ୍‌ ସମୟ ନୁହେଁ ବୋଲି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ ରହିବାକୁ କହିଲେ ସୁଜୈନ୍‌: ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନଙ୍କ ପୂର୍ବତନ ସ୍ତ୍ରୀ ତଥା ଉଦ୍ୟୋଗୀ ସୁଜୈନ ଖାଁଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ କିଛି ଦିନ ତଳେ ହ୍ୟାକ୍‌ ହୋଇଯାଇଥିଲା। ସେ ନିଜେ...

ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ବାବଦରେ ଦେଇଥିଲେ ଏତିକି ଟଙ୍କା ଦେଇଥିଲେ ଅମିର ଖାନ୍‌

ବଲିଉଡର ସୁପରଷ୍ଟାର ଅମିର ଖାନ ତାଙ୍କର ଦ୍ୱିତୀୟ ସ୍ତ୍ରୀ କିରଣ ରାଓଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ୧୫ ବର୍ଷ ପୂର୍ବେ ଅମିର ଏବଂ କିରଣ...

ଲକ ଅପ ସେଟ୍‌ରେ ରିଲିଜ ହେଲା ‘ଧାକଡ’ର ଟିଜର

ମୁମ୍ବାଇ: ବଲିଉଡ କୁଇନ୍ କଙ୍ଗନା ରାନାୱତଙ୍କ ରିୟଲଟି ଶୋ’ ଲକ ଅପ ସେଟ୍‌ରେ ରିଲିଜ୍ ହୋଇଛି କଙ୍ଗନାଙ୍କ ଅଭିନୀତ ଫିଲ୍ମ ‘ଧାକଡ’ର ଟିଜର । କାରଣ...

କାନୁନ୍‌ଗୋ ବୋଲି ଓଡ଼ିଆ ଭାବନ୍ତି

ଏକାଧାରରେ ଜଣେ ପ୍ଲେବ୍ୟାକ୍‌ ସିଙ୍ଗର୍‌, କମ୍ପୋଜର୍‌, ଆକ୍ଟର ଏବଂ ଏଣ୍ଟରପ୍ରିନିୟୋର୍‌। ନିଜ ପାର୍ଟି ନମ୍ବର୍‌ ଓ ର଼୍ୟାପ୍‌ ସଙ୍ଗ୍‌ ପାଇଁ ରାତାରାତ ୟୁଥ୍‌ ସେନ୍‌ସେସନ୍‌ ପାଲଟିଥିବା...

ସବୁ କଳ୍ପନାର ଅନ୍ତ, ‘ସିତା-ଦ ଇନକାରନେଶନରେ ସୀତା ଭୂମିକାରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ଫିଲ୍ମ ‘ଥାଲାଇବି’ରେ ନିଜର ଦମଦାର ଅଭିନୟ ଦେଖାଥିବା କଙ୍ଗନା ରାନାୱତ ପୁଣିଥରେ ଏକ ବଡ ଚରିତ୍ରରେ ଅଭିନୟ କରିବାକୁ ଯାଉଥିବା ଜଣାପଡିଛି । ପଦ୍ମଶ୍ରୀ...

କେଆର୍‌କେଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର କଲେ ସଲମାନ

ମୁମ୍ବାଇ: ଇଦ୍‌ ଅବସରରେ ରିଲିଜ୍‌ ହୋଇଥିବା ସଲମାନ ଖାନ୍‌ଙ୍କ ଫିଲ୍ମ ‘ରାଧେ ୟୋର୍‌ ମୋଷ୍ଟ୍‌ ଓ୍ବାଣ୍ଟେଡ୍‌ ଭାଇ’କୁ ମିଶ୍ରିତ ଫଳ ମିଳିଛି। ତେବେ ପରିସଂଖ୍ୟାନ ଅନୁଯାୟୀ,...

ମୁମ୍ବାଇ ଛାଡୁଛନ୍ତି ଶହନାଜ!

ମୁମ୍ବାଇ: ଟେଲିଭିଜନ କଳାକାର ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପାଖାପାଖି ୧ ମାସ ହୋଇଗଲାଣି । ଆଉ ଏହାରି ଭିତରେ ସିଦ୍ଧାର୍ଥଙ୍କର ର‌୍ୟୁମର୍ଡ ଗଲଫ୍ରେଣ୍ଡ ଶହନାଜ ଗିଲ...

ଝିଅ ହୋଇ ପୁଅ ଚରିତ୍ରରେ ନଜର ଆସୁଥିଲେ, ଏବେ ଛାଡ଼ିଲେ ଶୋ’

ବମ୍ବେ: ପରଦାରେ ପୁଅ ହେଲେ ବାସ୍ତବରେ ଝିଅ। ଆମେ କଥା ହେଉଛୁ ଟେଲି ଧାରାବାହିକ ‘ଛୋଟି ସରଦାରନୀ‘ରେ ପରମ ଭୂମିକାରେ ନଜର ଆସୁଥିବା ଶିଶୁ କଳାକାର...

Advertisement
Archives

Model This Week