ସାମ୍ନାକୁ ଆସିଲା କରୋନା ଭାଇରସରେ ସଂକ୍ରମିତ ଫୁସ୍‌ଫୁସ୍‌ର ପ୍ରଥମ ୩ଡି ଇମେଜ!

ଓ୍ବାଶିଂଟନ,୧୩।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏବେ ଏଥିରେ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୧ଲକ୍ଷ ପାର କରି ସାରିଲାଣି। ଅପରପକ୍ଷେ ଏହାକୁ ମାହାମାରୀ ମଧ୍ୟ ଘୋଷଣା କରାଯାଇ ସାରିଛି। ହେଲେ ଏପର୍ଯ୍ୟନ୍ତ ଏହାର ଉପଯୁକ୍ତ ଚିକିତ୍ସା ପଦ୍ଧତି ଜଣା ନ ଥିବା ବେଳେ ବିଶେଷଜ୍ଞମାନେ ଏବେ ଏହାକୁ ନେଇ ଗବେଷଣାରେ ଲାଗିପଡିଛନ୍ତି। ରେଡିଓଲଜିକାଲ ସୋସାଇଟି ଅଫ୍‌ ନର୍ଥ ଆମେରିକା ପ୍ରଥମକରି କରୋନା ସଂକ୍ରମିତ ଫୁସ୍‌ଫୁସ୍‌ର ଏକ ୩ଡି ଫଟୋ ଜାରି କରିଥିବା କୁହାଯାଉଛି। ଜାରି କରାଯାଇଥିବା ଫଟୋରେ ଦେଖିବାକୁ ମିଳିଛି କି କରୋନା ସଂକ୍ରମିତ ରୋଗୀଙ୍କ ଫୁସ୍‌ଫୁସ୍‌ କିପରି ବହଳିଆ କଫରେ ପୂର୍ଣ୍ଣ ହୋଇଯାଇଛି। ଏହାଫଳରେ ରୋଗୀକୁ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ ବୋଲି କୁହାଯାଉଛି। ତେବେ କରୋନା ଭାଇରସ ସଂକ୍ରମଣରେ ପ୍ରଥମକରି ମନୁଷ୍ୟ ଶରୀରର ଶ୍ୱାସକ୍ରିୟାରେ ଏହା ପ୍ରଭାବ ପକାଇଥାଏ। ଏଥିରେ ଫୁସ୍‌ଫୁସ୍‌ ସଂକ୍ରମଣ ପ୍ରଥମ ଅବସ୍ଥା ବୋଲି କହିଛି ରେଡିଓଲଜିକାଲ ସୋସାଇଟି ଅଫ୍‌ ନର୍ଥ ଆମେରିକା। ଏବେ ଏହାର ସିଟିସ୍କାନ ଫଟୋ ଆସିଥିବା ବେଳେ ଏହାକୁ ନେଇ ଚିକିତ୍ସା ପଦ୍ଧତି ଉପରେ ଅଧିକ ଗବେଷଣା କରାଯାଇ ପାରିବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଶିଖ୍‌ ପୋଲିସ ଅଫିସରଙ୍କୁ ହତ୍ୟା

ହ୍ୟୁଷ୍ଟନ,୨୯ା୯(ପି.ଟି.): ଆମେରିକାର ଟେକ୍ସାସରେ ଜଣେ ଭାରତୀୟ-ଆମେରିକୀୟ ଶିଖ୍‌ ପୋଲିସ ଅଫିସରଙ୍କୁ ହତ୍ୟା କରାଯାଇଛି। ଆମେରିକା ପୋଲିସ ବିଭାଗରେ ସନ୍ଦିପ୍‌ ସିଂ ଧଲିଓ୍ବାଲଙ୍କୁ ଦାଢ଼ି ରଖିବା ଓ...

ଚାଇନା ଉପରେ ଆମେରିକାର ଡିଜିଟାଲ ଷ୍ଟ୍ରାଇକ୍‌: ୨୪ ଘଣ୍ଟା ମଧ୍ୟରେ ବ୍ୟାନ ହୋଇପାରେ ଟିକ୍‌ଟକ୍‌

ଓ୍ବାଶିଂଟନ୍‌,୧।୮: ଦେଶରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ଉଦେ୍‌ବେଗଜନକ ସ୍ଥିତି ହେବା ପରଠାରୁ ଚାଇନା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଆକ୍ରମଣ ଆଭିମୁଖ୍ୟ...

ଚାଇନା କ୍ୟାମ୍ପରେ ଉଇଗର ମୁସଲମାନଙ୍କୁ ଦିଆଯାଉଛି ଘୁଷୁରି ମାଂସ

ବେଜିଂ,୪।୧୨ : ଧିରେ ଧିରେ ପଦାକୁ ଆସୁଛି ଉଇଗର ମୁସଲମାନଙ୍କ ପ୍ରତି ଚାଇନାର ଦମନକାରୀ ନୀତି। ଚାଇନାର ରି-ଏଜୁକେଶନ କ୍ୟାମ୍ପରେ ରହୁଥିବା ଉଇଗର ମୁସଲମାନଙ୍କୁ ଘୁଷୁରି...

ଏହି ପର୍ନ ଷ୍ଟାରଙ୍କୁ ୩୩ ଲକ୍ଷ ଟଙ୍କା ଦେବେ ଟ୍ରମ୍ପ୍‌…

ଓ୍ବାଶିଂଟନ, ୨୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ପର୍ନ ଷ୍ଟାର ଷ୍ଟୋର୍ମି ଡାନିଏଲ୍‌ଙ୍କୁ ୩୩ ଲକ୍ଷ ଟଙ୍କା ଦେବେ। ଏନେଇ ଆମେରିକାର ଏକ କୋର୍ଟ...

କୋମାରେ ୨୮ ବର୍ଷ ରହିଥିବା ମହିଳାଙ୍କ ଚେତା ଫେରିଲା

ଆବୁ ଧାବି,୨୫।୪: ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ)ର ଜଣ ମହିଳା ମୁନିରା ଅବଦୁଲ୍ଲା ଦୁର୍ଘଟଣା ପରେ କୋମାକୁ ଚାଲି ଯାଇଥିଲେ। ହେଲେ ଏବେ ୨୮ ବର୍ଷ ପରେ...

ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ବାସୋପଯୋଗୀ ଗ୍ରହର ସନ୍ଧାନ

ଓ୍ବାଶିଂଟନ:ଆମେରିକୀୟ ମହାକାଶ ସଂସ୍ଥା ନାସା ସୌରମଣ୍ଡଳ ବାହାରେ ତିନୋଟି ବାସୋପଯୋଗୀ ଗ୍ରହ ଠାବ କରିଛି। ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ଥିବା ଗ୍ରହଗୁଡିକ ଏକ ନକ୍ଷେତ୍ର...

ମଡର୍ନା ଟିକା ପାର୍ଶ୍ୱ ପ୍ରତିକ୍ରିୟାର ତଦନ୍ତ ଆରମ୍ଭ

ନ୍ୟୁୟର୍କ, ୨୧।୧: କାଲିଫର୍ନିଆର ସାନ୍‌ ଡିଏଗୋ ଟିକା କେନ୍ଦ୍ରରେ ମଡର୍ନା କମ୍ପାନୀର କୋଭିଡ୍‌ ଟିକା ନେବା ପରେ ଅନେକଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। କାଲିଫର୍ନିଆ...

ରେମଡେସିଭିରକୁ ମିଳିଲା ମଞ୍ଜୁରୀ

ଓ୍ବାଶିଂଟନ,୨୯।୮: ଆମେରିକାରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବା ବେଳେ ଏହାର ଚିକିତ୍ସା ଲାଗି ଏବେ ଆଣ୍ଟିଭାଇରାଲ ଡ୍ରଗ ରେମଡେସିଭିରକୁ ମଞ୍ଜୁରୀ ମିଳିଥିବା ଜଣାପଡିଛି।...

Advertisement

BGU

Archives

Model This Week

Why Dharitri