ସାମ୍ନାକୁ ଆସିଲା କରୋନା ଭାଇରସ୍‌ ସଂକ୍ରମଣର ୬ଟି ନୂଆ ଲକ୍ଷଣ

ଓ୍ବାଶିଂଟନ୍‌,୨୭।୪: କରୋନା ଭାଇରସ୍‌ ସଂକ୍ରମଣ ପ୍ରାରମ୍ଭରୁ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ସୁଖା କାଶ, ଭୀଷଣ ଜ୍ୱର ଓ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଲା ଭଳି ଲକ୍ଷଣ ଦେଖାଯାଉଥିଲା। କିନ୍ତୁ ଏବେ ଏହି ସଂକ୍ରମଣର ଆଉ କିଛି ନୂଆ ଲକ୍ଷଣ ଦେଖାଯାଇଛି। ଏନେଇ ସୂଚନା ଦେଇଛି ଯୁକ୍ତରାଷ୍ଟ୍ର ଆମେରିକାର ହେଲ୍‌ଥ ଇନ୍‌ଷ୍ଟିଚ୍ୟୁଟ ‘ସେଣ୍ଟର୍‌ ଫର୍‌ ଡିଜିଜ୍‌ ଆଣ୍ଡ ପ୍ରିଭେସନ୍‌’(ସିଡିସି)। ପୂର୍ବରୁ ଜ୍ବର, କାଶ ଓ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାକୁ କରୋନା ଭାଇରସ୍‌ ସଂକ୍ରମଣର ସମ୍ଭାବ୍ୟ ଲକ୍ଷଣ ବୋଲି ‘ସିଡିସି’ କହିଥିଲା। ହେଲେ ଏବେ ଏଥିରେ ‘ସିଡିସି’ ଆଉ ୬ଟି ନୂଆ ଲକ୍ଷଣକୁ ସଂଯୋଗ କରିଛି। ସେଗୁଡ଼ିକ ହେଲା ଅତ୍ୟଧିକ ଥଣ୍ଡା ଲାଗିବା, କମ୍ପ ଆସିବା, ମାଂସପେଶୀରେ ଯନ୍ତ୍ରଣା ହେବା, ମୁଣ୍ଡ ବ୍ୟଥା, ଗଳାରେ ଯନ୍ତ୍ରଣା ଓ ସ୍ବାଦ କି ବାସ୍ନା ବାରି ନ ପାରିବା। ଆଉ ଏହି ସବୁ ଲକ୍ଷଣ ୨ରୁ ୧୪ଦିନ ଭିତରେ ନଜର ଆସିଥାଏ ବୋଲି ସିଡିସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତପସ୍ବିନୀ ଏକ୍ସପ୍ରେସ୍‌କୁ ପଥର ମାଡ଼: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସମ୍ବଲପୁର,୧୭।୫(ପ୍ରମୋଦ ବହିଦାର): ତପସ୍ବିନୀ ଏକ୍ସପ୍ରେସ ଟ୍ରେନକୁ ପଥର ମାଡ଼ ହୋଇଛି। ଏଥିରେ ଭାଙ୍ଗିଲା ଟ୍ରେନର କାଚ ଭାଙ୍ଗିପଡ଼ିଛି। ପଥର ମାଡ଼ ପରେ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।...

ଅପରେଶନ ସିନ୍ଦୂରରେ ଶହୀଦ ମେଜର ପବନ କୁମାରଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି: ବାପା କହିଲେ…

ଶ୍ରୀନଗର,୧୭।୫: ଅପରେଶନ ସିନ୍ଦୂରରେ ଶହୀଦ ହୋଇଥିବା ମେଜର ପବନ କୁମାରଙ୍କୁ ଜେନେରାଲ ଅଫିସର କମାଣ୍ଡିଂ (GoC) ହ୍ବାଇଟ ନାଇଟ କର୍ପସ ଲେଫ୍ଟନାଣ୍ଟ ଜେନେରାଲ ପି.କେ ମିଶ୍ର...

ମୋତେ ରାତି ୨.୩୦ରେ ମୁନିରଙ୍କ ଫୋନ୍‌ ଆସିଥିଲା… Operation Sindoorକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ଶେହବାଜ ଶରିଫ

ଇସଲାମାବାଦ୍‌,୧୭।୫:ଅପରେଶନ ସିନ୍ଦୂର ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେ ୭ ରୁ ୧୧ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପାକିସ୍ତାନ ଲଗାତାର ଭାବରେ...

ମାର୍କଣ୍ଡି ବେଳାଭୂମିରେ ମାରି ଫିଙ୍ଗି ଦେଲେ! ବେକରେ କଟା ଚିହ୍ନ, ଗୋଳନ୍ଥରା ପୋଲିସର ଛାନଭିନ ଆରମ୍ଭ

ଗୋପାଳପୁର, ୧୬।୫(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ମାର୍କଣ୍ଡି ସମୁଦ୍ର ବେଳାଭୂମିରୁ ଜଣେ ଯୁବକଙ୍କ ମୃତଦେହକୁ ଗୋଳନ୍ଥରା ପୋଲିସ ଶୁକ୍ରବାର ସାରେ ଠାବ କରିଛି ।...

ସହି ହେଲାନି ଯନ୍ତ୍ରଣା, ମହାଦେବ ମନ୍ଦିରରେ ରଶି ଲଗାଇ ଝୁଲି ପଡ଼ିଲେ ମହିଳା

ଯୋଗେଶ୍ୱରପୁର,୧୬।୫(ରଶ୍ମିରଞ୍ଜନ ସାହୁ): ଜଣେ ମହିଳା ରୋଗର ଯନ୍ତ୍ରଣା ସହି ନ ପାରି ଏକ ମହାଦେବ ମନ୍ଦିରରେ ବେକରେ ରସି ଲଗାଇ ଗୁରୁବାର ବିଳମ୍ବିତ ରାତିରେ ଆତ୍ମହତ୍ୟା...

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା ପ୍ରତିଷ୍ଠା ଦାବି: ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ):  ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ସହ ଥାନା ପ୍ରତିଷ୍ଠା ଦାବିରେ ଶୁକ୍ରବାର ବରଗଡ଼ ଜିଲା ସୋହେଲା ବ୍ଲକ ଘେଁସରେ ୬ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି...

ରାସ୍ତା ମରାମତି ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ଦିଗପହଣ୍ଡି,୧୬। ୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ୩୨୬ ନଂ ଜାତୀୟ ରାଜପଥ ସାନଖେମୁଣ୍ଡି ବ୍ଳକ ଚୁଡଙ୍ଗପୁର ଗ୍ରାମର ମୁଖ୍ୟ ରାସ୍ତାରେ...

ଚାଲିବ ଯୁଦ୍ଧ, ଦୁଇ ଘଣ୍ଟାରୁ କମ୍‌ ସମୟରେ ହିଁ ଶେଷ ହୋଇଗଲା…

ଇସ୍ତାନବୁଲ୍‌,୧୬ା୫ : ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଥିବାବେଳେ ୨ ଦେଶର ପ୍ରତିନିଧି ତୁର୍କୀର ଇସ୍ତାନବୁଲ୍‌ରେ ଶୁକ୍ରବାର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri