ସାମାଜିକ ଦୂରତା ରକ୍ଷା କରି ଦିଆଯାଉଛି ପିଡିଏସ୍‌ ସାମଗ୍ରୀ

ବନ୍ତ,୭ା୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ମଙ୍ଗଳବାର ସାମାଜିକ ଦୂରତା ରକ୍ଷା କରାଯାଇ ହିତାଧିକାରୀ ମାନଙ୍କୁ ପିଡିଏସ୍‌ ସାମଗ୍ରୀ ପ୍ରଦାନ କରାଯାଇଛି। ବାଇଧର ରାଜଙ୍କ ନିଳୋକ ରିଟେଲର କେନ୍ଦ୍ର ଅଧୀନରେ ନିଳୋକ, ଓଳମ, ବେଗନା, ସାହାଡାପଲ୍ଲୀ, ତାଳବାଙ୍କ, ବାଲିଗଢିଆ, ବାଇପୁର, ପଳାସଗଢିଆ, ଭଣ୍ଡାରଗଢିଆ, ମନୋହରପୁର ଆଦି ଗ୍ରାମ ରହିଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୭୫୪, ଓଡିଶା ଖାଦ୍ୟ ସୁରକ୍ଷା ଯୋଜନାରେ ୧୦, ଅନ୍ତଃଦ୍ୱୟ ଯୋଜନାରେ ୯୬, ଅନ୍ନପୂର୍ଣ୍ଣା ଯୋଜନାରେ ୩ ଜଣ ହିତାଧିକାରୀ ରହିଛନ୍ତି। ସେହିପରି ନିଳୋକ ହରିହର ନୋଡାଲ ଉପ୍ରା ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟ, ବେଗନା ଉପ୍ରା ବିଦ୍ୟାଳୟ, ଓଳମ ନୋଡାଲ ଉପ୍ରା ବିଦ୍ୟାଳୟ, ବାଇପୁର ଓ ତାଳବାଙ୍କ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କୁ ମଧ୍ୟାହ୍ନ ଭୋଜନ ଚାଉଳ ପ୍ରଦାନ କରାଯାଉଛି। ରିଟେଲର କେନ୍ଦ୍ରରେ ସାମାଜିକ ଦୂରତା ରକ୍ଷା ପାଇଁ ବୃତ୍ତ ତିଆରି କରାଯାଇଯାଇଛି ା ହିତାଧିକାରୀ ମାନେ ବୃତ୍ତ ଭିତରେ ରହି ସାମଗ୍ରୀ ନେଉଥିବାର ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି: ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ,୮।୨: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ସନ୍ଧ୍ୟା ୬ ଟାରୁ ରାତି ୧୦ଟା...

ଯୋଡ଼ାରେ କଂଗ୍ରେସର ପ୍ରଚାର

ଯୋଡ଼ା, ୨୧ା୪(ଡି.ଏନ.ଏ.): ଚମ୍ପୁଆ ନିର୍ବାଚନମଣ୍ଡଳୀର ଯୋଡ଼ାଠାରେ ଶନିବାର ନିର୍ବାଚନ ପ୍ରଚାରକୁ କଂଗ୍ରେସ ଜୋରଦାର କରିଛି।  ଦଳୀୟ ପ୍ରାର୍ଥୀ ଯଦୁମଣି ବାରିକଙ୍କ ସହିତ କେନ୍ଦୁଝର ଜିଲା କାର୍ଯ୍ୟକାରୀ...

କୋଠା ହେଲା ମାଇକ୍ରୋ କଣ୍ଟେନ୍‌ମେଣ୍ଟ

କଟକ ଅଫିସ, ୨୮।୧୨: କଟକ ସହରରେ କରୋନା ସଂକ୍ରମଣ ଉପରେ ସମ୍ପୂର୍ଣ୍ଣ ଭାବେ ରୋକ୍‌ ଲଗାଯାଇପାରୁନାହିଁ। କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ନୂଆ ରାଉସାପାଟଣା ଅଞ୍ଚଳର...

ପାଇପ ଯୋଗେ ଜଳ ଯୋଗାଣ ଲାଗି ବିଡିଓଙ୍କୁ ନିବେଦନ

ଦାରିଙ୍ଗବାଡି,୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ଅଧିନ ଗାର୍ଗାବାଡି ଗ୍ରାମରେ ୧୧ପରିବାର ଲୋକଙ୍କୁ ପାଇପଯୋଗେ ପିଇବାପାଣି ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଗାଁକୁ ପାଇପଯୋଗେ...

ଅଜୁ ନନାଙ୍କ ଆରିସା ପିଠା

କେନ୍ଦୁଝର, ୨୯।୭(ଡି.ଏନ.ଏ.): କେନ୍ଦୁଝର ସହରରେ ଆରିସା ପିଠା କଥା ଉଠିଲେ ଲୋକେ ଅଜୁ ନନାଙ୍କ କଥା ମନେ ପକାନ୍ତି। ତାଙ୍କ ଆରିସା ଯିଏ ଥରେ ଖାଇଛି...

୨ ଯୁବକଙ୍କ ତଣ୍ଟି ବ୍ଲେଡରେ କାଟିବା ଅଭିଯୋଗ, ୩ ଅଟକ

ବୁଗୁଡ଼ା,୨୮ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ୨ ଜଣ ଯୁବକଙ୍କ ତଣ୍ଟି ବ୍ଲେଡରେ କାଟିବା ନେଇ ଶନିବାର ଥାନାରେ ଅଭିଯୋଗ ହୋଇଛି। ପୋଲିସ ନଂ....

ମହାରାଷ୍ଟ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ବାଙ୍କୀ,୧୦।୧(ବି.ପ୍ର): ମହାରାଷ୍ଟ୍ରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସୋମବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ ବାଙ୍କୀ ବ୍ଲକ...

ଚିକିଛା ଅଭାବୁ ମୁର୍‌ତୁ ସଂଗେ ଯୁଝୁଛନ୍‌ ରବି

  କୋମନା, ୨।୧୧(ଡି.ଏନ୍‌.ଏ.)- ନୂଆପଡ଼ା ଜିଲା କୋମନା ବ୍ଲକ ସମରସିଙ୍ଗ ପଁଚେତ୍‌ ଅଧୀନ ଖଜୁରବାହାଲ ଗଁାର ରବି ରାଉତ(୩୬)। ସେ ମାସକେତେ ତଲେ ଗୁଟେ ଦୁରଘଟନାର...

Advertisement
Archives

Model This Week