ସାବଧାନ ! କରୋନା ପରେ ବି ଆସିପାରେ ଭୟଙ୍କର ସଂକ୍ରମଣ: ଆମିଷଠାରୁ ଦୂରେଇ ରହିବା ହୋଇପାରେ ଆବଶ୍ୟକ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କରୋନା ଯୋଗୁ ବହୁ ବିକଶିତ ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ନେଇ ମାନବ ସମାଜ ସଚେତନ ହେବାର ସମୟ ଆସିଛି ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଭେଟେରେନାରୀ ସ୍କୁଲରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ମଣିଷ ନିଜ ସୁବିଧା ସୁଯୋଗ ପାଇଁ ପୃଥିବୀର ଅନ୍ୟ ପ୍ରାଣୀଙ୍କ ପ୍ରାକୃତିକ ବାସସ୍ଥାନରେ ପରିବର୍ତ୍ତନ ଆଣିଛି। ଏହାର ଫଳ ସ୍ବରୂପ ଏବେ କରୋନା ଭଳି ଭୂତାଣୁ ସଂକ୍ରମଣ ହେବାରେ ଲାଗିଛି। ଯଦି ଏଭଳି ସ୍ଥିତି ଜାରି ରୁହେ ତେବେ ହୁଏତ ଆଗାମୀ ଦିନରେ ଏହାଠାରୁ ଅଧିକ ଭୟଙ୍କର ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ଗବେଷକ ଦଳର ନେତୃତ୍ୱ ନେଉଥିବା କ୍ରିଷ୍ଟିନ୍‌ ଜନସନ୍‌ କହିଛନ୍ତି। ଜଙ୍ଗଲରେ ରହୁଥିବା ପ୍ରାଣୀଙ୍କୁ ଧରି ମଣିଷ ମାଂସ ଖାଇବା ଦ୍ୱାରା ଧିରେଧିରେ ସେମାନଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାଯୋଗୁ ପ୍ରାକୃତିକ ପରିବେଶ ପ୍ରଭାବିତ ହେଉଛି। ସେହିପରି କେତେକ ପ୍ରାଣୀଙ୍କୁ ହତ୍ୟା କରି ସେମାନଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଚୋରାଚାଲାଣ କରାଯାଉଛି। ଏହାର ନକାରାତ୍ମକ ପ୍ରଭାବ ମଧ୍ୟ ପରିବେଶକୁ ନଷ୍ଟ କରୁଛି। ପରିବେଶରେ ସନ୍ତୁଳନ ଆଣିବା ପାଇଁ ହୁଏତ ମଣିଷ ପାଇଁ ଆମିଷ ଖାଦ୍ୟ ଭକ୍ଷଣ କରିବା ବର୍ଜନ କରିବାକୁ ପଡ଼ିପାରେ ବୋଲି କ୍ରିଷ୍ଟିନ୍‌ ମତପୋଷଣ କରିଛନ୍ତି। କାରଣ କରୋନା ଭଳି ସଂକ୍ରମଣ ପ୍ରାଣୀଠାରୁ ମଣିଷକୁ ଆସିଥାଏ। ନିକଟରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ, ବାଦୁଡ଼ିଠାରେ କରୋନା ଭୂତାଣୁ ରହିଛି। ତେବେ ଏହା ସିଧା ସଳଖ ମଣିଷ ପାଖକୁ ଆସି ନାହିଁ। ଏଥିପାଇଁ ବଜ୍ରକାପ୍ତା ମାଧ୍ୟମ ପାଲଟି ଥିବାର ଅନୁମାନ କରାଯାଉଛି। ଚାଇନାରେ ବଜ୍ରକାପ୍ତା ଶରୀର ବିଭିନ୍ନ ଅଙ୍ଗକୁ ନାନା ପ୍ରକାର ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ସେହିପରି ପ୍ରାଣୀଙ୍କଠାରେ ଥିବା ବହୁ ସଂକ୍ରମଣ ମାଂସ ଭକ୍ଷଣ ଦ୍ୱାରା ମଣିଷ ଶରୀରକୁ ଆସିଥାଏ। ତେଣୁ ଏଭଳି ସଂକ୍ରମଣରୁ ଦୂରେଇ ରହିବା ପାଇଁ ମଣିଷକୁ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନସରକୁ ଡରୁଥିଲେ ମହିଳା, ପୁଅକୁ ବାଥ୍‌ଟବରେ ବୁଡ଼ାଇ ମାରି ଶେଷରେ ନିଜେ କଲେ ଆତ୍ମହତ୍ୟା

ସେଣ୍ଟ ପିଟରସବର୍ଗ,୧୭ା୧୨: ଏହି ମାତ୍ର କିଛି ସମୟ ପୂର୍ବରୁ ଗୁରୁବାର ଲଣ୍ଡନରେ ଜଣେ ମହିଳା ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କାରଣ ମହିଳା ଜଣକ କ୍ୟାନସରରେ...

ଟୋକିଓ ଅଲିମ୍ପିକ ଉପରେ କରୋନା ଆତଙ୍କ: ପାଣିରେ ପଡ଼ିବ ୨୬୦୦ କୋଟି ଡଲାର !

ଟୋକିଓ,୨୭।୨: ଟୋକିଓ ଅଲିମ୍ପିକ୍‌-୨୦୨୦କୁ ଆଉ ୩ ମାସ ବାକି ରହିଛି। ଏହା ଜୁଲାଇରେ ଟୋକିଓରେ ହେବ ବୋଲି ପୂର୍ବରୁ ସମୟ ଧାର୍ଯ୍ୟ ହୋଇଛି। ତେବେ କରୋନା...

ବେଘରଙ୍କ ପାଇଁ ଖୋଲା ଆକାଶ ତଳେ ଶୋଇ ସଚେତନତା ବାର୍ତ୍ତା ଦେଲେ ୬୦ ହଜାର ଲୋକ

ନ୍ୟୁୟର୍କ,୯।୧୨: ବେଘରଙ୍କ ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି ୬୦ ହଜାର ଲୋକ। ସେମାନେ ଖୋଲା ଆକାଶ ତଳେ ଶୋଇ ଏଭଳି ଏକ ନିଆରା ଢ଼ଙ୍ଗରେ ବାର୍ତ୍ତା...

ରାଜ୍ୟରେ ୨୬୩ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୧୨ ଜଣ ଲୋକାଲ କେସ୍‌...

ଦୈନିକ ୭ ଘଣ୍ଟା ଶୁଅନ୍ତୁ,ନଚେତ…

ସୁନିଦ୍ରା ସୁସ୍ଥ ଜୀବନର ଚାବିକାଠି। କାରଣ ସୁସ୍ଥ ଏବଂ ନିରୋଗ ରହିବା ସକାଶେ ପ୍ରତ୍ୟେହ ଆବଶ୍ୟକ ମୁତାବକ ନିଦ୍ରାର ଆବଶ୍ୟକତା ରହିଛି। ମାତ୍ର ଆଜିକାଲିର ବ୍ୟସ୍ତବହୁଳ...

ମହାଦେବଙ୍କର ଅଶ୍ରୁରୁ ସୃଷ୍ଟି ରୁଦ୍ରାକ୍ଷ

ହିନ୍ଦୁ ଧର୍ମରେ ରୁଦ୍ରାକ୍ଷକୁ ଖୁବ୍‌ ପବିତ୍ର ବୋଲି ବିବେଚନା କରାଯାଇଥାଏ। ଏହାର ଉଭୟ ଆଧ୍ୟାତ୍ମିକ ତଥା ଜ୍ୟୋତିଷ ମହତ୍ତ୍ୱ ରହିଛି। ଅନେକେ ରୁଦ୍ରାକ୍ଷକୁ ଦେବ ଦେବ...

କରୋନା ପାଇଁ ଔଷଧ ଆଣିଲା ପତଞ୍ଜଳି!

ନୂଆଦିଲ୍ଲୀ,୧୩।୬: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ରୋଗର ଉପଶମ ଲାଗି ଯୋଗଗୁରୁ ବାବା ରାମଦେବଙ୍କ ଯୋଗପୀଠ ପତଞ୍ଜଳି ଏଥିପାଇଁ ଔଷଧ...

ଗଞ୍ଜାମରେ ୧ ଲକ୍ଷ ଟପିଛି କରୋନା ଟେଷ୍ଟ

ବ୍ରହ୍ମପୁର ଅଫିସ,୧୪ା୮-ଗଞ୍ଜାମ ଜିଲାରେ କରୋନା ସ୍ଥିତି ସୁଧୁରୁଛି ା ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। କରୋନା ଟେଷ୍ଟ ବୃଦ୍ଧି ପାଇଛି ା ଜିଲାରେ...

Advertisement


Archives

Model This Week