ସାନିଟାଇଜ୍‌ ହେଲା ସୂର୍ଯ୍ୟନଗର ଅଞ୍ଚଳ

ଭୁବନେଶ୍ୱର, ୨ା୪ (ବ୍ୟୁରୋ) – ମଙ୍ଗଳବାରଠାରୁ ଭୁବନେଶ୍ୱର ମହାନଗର ନିଗମ ସହାୟତାରେ ଅଗ୍ନିଶମ ବିଭାଗ ପକ୍ଷରୁ ସହରକୁ ସାନିଟାଇଜ୍‌ କାର୍ଯ୍ୟ ଜାରି ରହିଛି। ବୁଧବାର ୟୁନିଟ୍‌-୭ ଅନ୍ତର୍ଗତ ସୂର୍ଯ୍ୟନଗର ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୁରୁବାର ସେହି ଅଞ୍ଚଳକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯାଇଛି। ସୋଡିୟମ୍‌ ହାଇପୋକ୍ଲୋରାଇଟ୍‌ କେମିକାଲ ମିଶା ପାଣିକୁ ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ସବୁଠି ସ୍ପ୍ରେ କରାଯାଇଛି। ସେହିଭଳି ରାଜଭବନ ପରିସର ସମେତ ଏଜି ଛକରୁ ରାଜଭବନ ଛକକୁ ସଂଯୋଗ କରୁଥିବା ରାସ୍ତା, ନ୍ୟୁ ଫରେଷ୍ଟ ପାର୍କ, ମାଉସିମା’ରୋଡ଼୍‌, ଓଟିଡିସି କାର୍ଯ୍ୟାଳୟ ଥିବା ଅଞ୍ଚଳ, ଏକ ନମ୍ବର ମାର୍କେଟ ଅଞ୍ଚଳ, କ୍ୟାପିଟାଲ ହସ୍ପିଟାଲ ପରିସର,ଏୟାରପୋର୍ଟ ଛକରୁ ଏଜି ଛକ ରାସ୍ତା ଓ ୟୁନିଟ୍‌-୬ ବନଦୁର୍ଗା ବସ୍ତି ଅଞ୍ଚଳରେ ବ୍ୟାପକ ସାଇନିଟାଇଜ୍‌ କରାଯାଇଥିଲା।
ସେହିପରି ବିଏମ୍‌ସି କାର୍ଯ୍ୟାଳୟ ପଛପାର୍ଶ୍ୱ ସମେତ ୩ ଜୋନ୍‌ର ୪୧ ଓ୍ବାର୍ଡ ଅନ୍ତର୍ଗତ ଅଞ୍ଚଳକୁ ଏହି ଭୂତାଣୁ ନାଶକ ସିଞ୍ଚନ କରାଯାଇ ବିଶୋଧନ କରାଯାଇଛି। ଅଗ୍ନିଶମ ଅଧିକାରୀ ରମେଶ ମାଝିଙ୍କ ତତ୍ତ୍ୱାବଧାନତାରେ ହୋଇଥିବା ଏହି କାର୍ଯ୍ୟରେ ଅଗ୍ନିଶମ ବିଭାଗର ୫ ଦମକଳ ଗାଡ଼ି ଏଥିରେ ସାମିଲ ଥିଲା। ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୬୬ ଓ୍ବାର୍ଡ, ବୁଧବାର ଦ୍ୱିତୀୟ ପର୍ଯ୍ୟାୟରେ ୫୩ଟି ଓ୍ବାର୍ଡରେ ସାନିଟାଇଜ୍‌ କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।
ଭୟ: ଘରଛାଡ଼ି ଚାଲିଯାଉଛନ୍ତି ଲୋକେ
କରୋନା ଆକ୍ରାନ୍ତଙ୍କୁ ନେଇ ସୂର୍ଯ୍ୟନଗର ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ବିଶେଷକରି ସମ୍ପୃକ୍ତ ଆକ୍ରାନ୍ତଙ୍କ ଆଖପାଖରେ ରହୁଥିବା ଲୋକେ ନାନା ଆଶଙ୍କା ମଧ୍ୟରେ ରହିଛନ୍ତି। ଇତିମଧ୍ୟରେ ସୂର୍ଯ୍ୟନଗରକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହ ସମ୍ପୂର୍ଣ୍ଣ ସିଲ୍‌ କରି ଦିଆଯାଇଛି। ତେବେ ବିଏମ୍‌ସି ଏପରି ପଦକ୍ଷେପ ନେବା ପୂର୍ବରୁ ରାତି ଓ ସକାଳେ କିଛି ଲୋକେ ସ୍ଥାନ ଛାଡ଼ିଥିବା ମଧ୍ୟ ସୂଚନା ମିଳିଛି। ତେବେ ଗୁରୁବାର ରାତିରେ ଆଉ କେତେଜଣ ଗାଁକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ ମଧ୍ୟ ସିଲ୍‌ ଯୋଗୁ ଯାଇପାରି ନାହାନ୍ତି। ବିଶେଷକରି ଏସବୁ ଅଞ୍ଚଳରେ ରହୁଥିବା ବସ୍ତିବାସିନ୍ଦା ଅଧିକ ଛାନିଆ ହୋଇପଡିଛନ୍ତି।
ସାବୁନ, ସାନିଟାଇଜର ବାଣ୍ଟିଲେ
ସୂର୍ଯ୍ୟନଗର ଅଞ୍ଚଳରେ ଗୁରୁବାର ବ୍ୟାପକ ସଚେତନତା କରାଯାଇଛି। ବିଭିନ୍ନ ସଂଗଠନ ୟୁନିଟ୍‌-୭ ଓ ୬ ଅନ୍ତର୍ଗତ ବିଭିନ୍ନ ବସ୍ତିରେ ଲୋକଙ୍କୁ ସାବୁନ ଓ ସାନିଟାଇଜ୍‌ ବଣ୍ଟନ କରାଯାଇଛି। ସବୁବେଳେ ହାତ ଧୋଇବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଶୁଖିଲା ଖାଦ୍ୟ ମଧ୍ୟ ବାଣ୍ଟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହକି ପାଇଁ ମାଟିରେ ମିଶୁଛି ଭାତହାଣ୍ଡି

ଭୁବନେଶ୍ୱର, ୨୦।୧୨ (ବ୍ୟୁରୋ):ଜାନୁୟାରୀ ମାସରେ ହକି ବିଶ୍ୱକପ୍‌ ଦେଖିବ ସମଗ୍ର ବିଶ୍ୱ। ରାଜଧାନୀ ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳ ଅନୁଷ୍ଠିତ ହେବ। ହକି ଦେଖିବାକୁ ବିଭିନ୍ନ...

ଆଜିଠୁ ଭୁବନେଶ୍ୱର ଓ ବୁର୍ଲା ପ୍ଲାନେଟାରିୟମ୍‌ରେ ନୂଆ ଶୋ’

ଭୁବନେଶ୍ୱର, ୪ା୩(ବ୍ୟୁରୋ): ଭୁବନେଶ୍ୱର ଓ ବୁର୍ଲା ପ୍ଲାନେଟାରିୟମ୍‌ରେ ବୁଧବାରଠାରୁ ଏକ ନୂତନ ଶୋ’ର ବ୍ୟବସ୍ଥା ହୋଇଛି। ‘ମହାଜାଗତିକ ଜୀବ’ ନାମକ ଏହି ଶୋ ଓଡ଼ିଆ ଭାଷାରେ...

ଆହୁରି ମହାମାରୀ ଆଣିବ ଚାଇନା: ଆମେରିକା!

ୱାଶିଂଟନ,୧୮ ।୧: ଆମେରିକା ପ୍ରଥମଥର ପାଇଁ ଦାବି କରିଛି ଯେ ମହାମାରୀ ବ୍ୟାପୁଥିବା କରୋନା ଭାଇରସ ଚାଇନାର ଉହାନ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି(ଡବ୍ଲୁଆଇବି)ରୁ ଆସିଛି ।...

ବିଧାନସଭାରେ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିକଲେ ନରସିଂହ

ଭୁବନେଶ୍ୱର, ୧।୭(ବ୍ୟୁରୋ): ସୋମବାର ବିଧାନସଭାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିବୃତି ଦାବି କରିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଆଜିଠୁ ବଉଳା କୁମ୍ଭୀର ଗଣନା

ରାଜନଗର,୬ା୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନ ଓ ଉଦ୍ୟାନ ବାହାରେ ପ୍ରବାହିତ ନଦୀନାଳରେ ଥିବା ବଉଳା କୁମ୍ଭୀରଙ୍କ ଗଣନା ପାଇଁ ବୁଧବାର ବନ କର୍ମଚାରୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ...

ସର୍ଭେଲାନ୍ସ ଜୋନ୍‌ରେ ଭଦ୍ରକ ଜିଲାର ୩୨ ପଞ୍ଚାୟତ: ଘରକୁ ଘର ବୁଲି କରାଯିବ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ

ଭଦ୍ରକ ଅଫିସ, ୨୮।୪: ଭଦ୍ରକ ଜିଲାର ୩୨ଟି ପଞ୍ଚାୟତକୁ ସର୍ଭେଲାନ୍ସ ଜୋନ୍‌ ଘୋଷଣା କରାଯାଇଛି। ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ଜିଲାପାଳ ଜ୍ଞାନ ଦାସ।...

ବୁଧବାରରୁ ବର୍ଷା: ୮ଜିଲାକୁ ୟେଲୋ ଓ୍ବାର୍ନିଂ, ବଜ୍ରପାତ ନେଇ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ନେଇ ଭୁବନେଶ୍ୱର...

ମାଓବାଦୀ ଆକ୍ରମଣରେ ୩ ସିଆର୍‌ପିଏଫ୍‌ ଯବାନ ଶହୀଦ

ନୂଆପଡ଼ା ଅଫିସ,୨୧।୬: ନୂଆପଡ଼ା ଜିଲା ବୋଡେନ୍‌ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ମାଓବାଦୀଙ୍କ ଆକ୍ରମଣରେ ୩ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନମାନେ...

Advertisement
Archives

Model This Week