ସାନିଟାଇଜର-କୀଟାଣୁନାଶକ ସ୍ପ୍ରେ ବି ନୁହେଁ ସୁରକ୍ଷିତ; ତ୍ୱଚାକୁ ପହଞ୍ଚାଏ କ୍ଷତି: ଏଏମ୍‌ଏଆଇ

ନୂଆଦିଲ୍ଲୀ,୨୨।୪: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ସାବୁନରେ ହାତ ଧୋଇବା ଅବା ପାଣିର ଅଭାବରେ ସାନିଟାଇଜରର ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଭାରତର କେତେକ ଅଞ୍ଚଳରେ କୀଟାଣୁନାଶକ ସ୍ପ୍ରେ କରୁଥିବା ଟନେଲ୍‌ ମଧ୍ୟ ନିର୍ମାଣ କରାଯାଇଛି। ଏହା ମଧ୍ୟ ଦେଇ ଲୋକେ ମାତ୍ର ୩ରୁ ୫ ସେକେଣ୍ଡ ମଧ୍ୟରେ ସାନିଟାଇଜ୍‌ ହୋଇପାରୁଛନ୍ତି। ତେବେ ସାନିଟାଇଜର ଅବା କୀଟାଣୁନାଶକ ସ୍ପ୍ରେର ବ୍ୟବହାର ଦ୍ୱାରା ତ୍ୱଚା ଉପରେ ଖରାପ ପ୍ରଭାବ ପଡ଼ିଥାଏ ବୋଲି ଭାରତୀୟ ଆଲକାଲି ମାନ୍ୟୁଫାକରର୍ସ ସଂଘ (ଏଏମ୍‌ଏଆଇ) ପକ୍ଷରୁ ସୂଚନା ଦିଆଯାଇଛି। ସାନିଟାଇଜର ଏବଂ କୀଟାଣୁନାଶକ ସ୍ପ୍ରେ ପ୍ରସ୍ତୁତିରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥର ବ୍ୟବହାର କରାଯାଇଥାଏ। କୀଟାଣୁନାଶକ ସ୍ପ୍ରେରେ ମୁଖ୍ୟତଃ ସୋଡ଼ିୟମ୍‌ ହାଇପୋକ୍ଲୋରେଟ୍‌, ହାଇଡ୍ରୋଜେନ୍‌ ପେରକ୍ସାଇଡ୍‌, କ୍ଲୋରିନ୍‌, ବ୍ଲିଚିଂ ସଲ୍ୟୁଶନ କିମ୍ବା ବ୍ଲିଚିଂ ପାଉଡ଼ର ଆଦିର ବ୍ୟବହାର କରାଯାଇଥାଏ। ସେହିପରି ହାତ ସଫା ସାନିଟାଇଜରରେ ଆଲକୋହଲ, ଆଲୋଭିରା ଜୁସ୍‌, ଲବଙ୍ଗ ତେଲ, ୟୁକାଲିପଟାସ ତେଲ, ପିପରମେଣ୍ଟ୍‌ ଅବା ଅଲିଭ୍‌ ତେଲର ବ୍ୟବହାର ହୋଇଥାଏ। ଏସବୁ ରାସାୟନିକ ପଦାର୍ଥ ଯୋଗୁ ତ୍ୱଚା କୁଣ୍ଡାଇହେବା, ରିବି ରିବି ହୋଇ ଫଳିଯିବା ଆଦି ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ। ଏସବୁକୁ ପାଟି, ଆଖି, ନାକ ଆଦିରେ ଲଗାଇବା ଅନୁଚିତ। ବେଳେବେଳେ ଏସବୁ ଯୋଗୁ ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ ବୋଲି ଏଏମ୍‌ଏଆଇ ପକ୍ଷରୁ କୁହାଯାଇଛି। ତେଣୁ କୀଟାଣୁନାଶକ ସ୍ପ୍ରେ କିମ୍ବା ସାନିଟାଇଜର ବ୍ୟବହାର ସମୟରେ ସତର୍କ ରହିବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଇସେନ୍ସ ନ ଥିଲେ ମେଡିସିନ୍‌ ଦୋକାନ ବନ୍ଦ

ଅନୁଗୋଳ ଅଫିସ, ୬।୪- ଅନୁଗୋଳ ପୌରପାଳିକା ଅଧୀନରେ ଥିବା ମେଡିସିନ୍‌ ଦୋକାନ ଗୁଡ଼ିକରେ ଭିଡ଼ ବଢ଼ୁଛି। ଲୋକମାନେ ସାମାଜିକ ଦୂରତାକୁ ଉଲ୍ଲଂଘନ କରୁଛନ୍ତି। ଯେଉଁ ମେଡିସିନ...

‘ସେମାନେ ଆମକୁ ହରାଇ ପାରିବେ ନାହିଁ, ସେଥିପାଇଁ…’ ଅଙ୍କୋଲା ରାଲିରେ କଂଗ୍ରେସ ଉପରେ ବର୍ଷିଲେ ମୋଦି

ଅଙ୍କୋଲା,୩।୫: ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଅର୍ଥାତ୍‌ ମେ’ ୧୦ରେ ହେବାକୁ ଯାଉଛି କର୍ନାଟକ ବିଧାନସଭା ନିର୍ବାଚନ। ଏହାର ଫଳାଫଳ ୧୩ ମେ’ରେ ଆସିବ।...

ଦିଲ୍ଲୀ ବନାମ କେନ୍ଦ୍ର: ଅଫିସରଙ୍କ ଟ୍ରାନ୍ସଫର ପୋଷ୍ଟିଂ ଅଧିକାର କାହାର, ସେପ୍ଟେମ୍ବର ୭ରେ ଶୁଣାଣି…

ନୂଆଦିଲ୍ଲୀ, ୫।୯ : ଅଫିସରଙ୍କ ଟ୍ରାନ୍ସଫର ପୋଷ୍ଟିଂ ଅଧିକାର କାହାର ନେଇ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ସୁପ୍ରିମକୋର୍ଟଙ୍କ ଙ୍‌ପାଞ୍ଚ...

ପୂର୍ବରୁ ଥିଲା ଆତଙ୍କବାଦ କେନ୍ଦ୍ର, ଏବେ ପାଲଟିଛି ପର୍ଯ୍ୟଟନସ୍ଥଳୀ…

ଶ୍ରୀନଗର,୫।୧୦ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦୀର୍ଘବର୍ଷ ଧରି ଜମ୍ମୁ-କଶ୍ମୀରର ଅନେକ ସହର ଆତଙ୍କବାଦର କେନ୍ଦ୍ର ପାଲଟିଥିଲା।, କିନ୍ତୁ ଧୀରେ ଧୀରେ ବର୍ତ୍ତମାନ...

ଲକ୍ଷେ ୭୫ ହଜାର ଗରିବଙ୍କ ଗୃହ ପ୍ରବେଶ

ନୂଆଦିଲ୍ଲୀ, ୧୨।୯: ପ୍ରଧାନମନ୍ତ୍ରୀ ବାସଗୃହ ଯୋଜନା ଅନ୍ତର୍ଗତ ମଧ୍ୟପ୍ରଦେଶରେ ଲକ୍ଷେ ୭୫ ହଜାର ଗରିବଙ୍କୁ ରହିବା ପାଇଁ ଘର ଯୋଗାଇ ଦିଆଯାଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପଞ୍ଜାବରେ ଫେଲ୍‌ ମାରିଲା ଲକ୍‌ଡାଉନ୍‌: ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ

ଚଣ୍ଡିଗଡ଼,୨୩।୩: କରୋନା ଭାଇରସ ସହ ଲଢିବା ପାଇଁ ଦେଶର କିଛି ରାଜ୍ୟକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିଲା। ପଞ୍ଜାବ ମୁଖ୍ୟମନ୍ତ୍ରୀ...

୪୫ ମିନିଟ୍‌ ପର୍ଯ୍ୟନ୍ତ ଅକାଶରେ ଉଡ଼ିଲେ ମାଛ-ଚିଙ୍ଗୁଡ଼ି, ଆଉ ତାପରେ…

ଶ୍ରୀକାକୁଲମ୍‌, ୧୯।୭: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଏବଂ ୟାନାମ ଜିଲାରେ ଟର୍ନାଡୋ ଦେଖାଦେଇଛି। ଦେଶରେ ଏଭଳି ଘଟଣା ପ୍ରାୟତଃ କମ୍‌ ଦେଖିବାକୁ ମିଳିଥାଏ ବୋଲି ପାଣିପାଗ...

କରୋନା ତୃତୀୟ ଲହରର ଭୟ ଥିଲେ ବି ଖୋଲାଯାଇ ପାରିବ ପ୍ରାଇମେରୀ ସ୍କୁଲ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୦ ।୭: ଦେଶରେ କରୋନାର ଦ୍ୱିତୀୟ ଲହର କମି କମି ଯାଉଥିବା ବେଳେ ଆଗକୁ ଆସୁଥିବା ତୃତୀୟ ଲହର କିନ୍ତୁ ମନରେ ଭୟ ସୃଷ୍ଟି କରି...

Advertisement
Archives

Model This Week