ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ କରିବେ ରାଷ୍ଟ୍ରପତି : ତଦନ୍ତରେ ଉତ୍କର୍ଷ ପାଇଁ ପୁରସ୍କୃତ ହେବେ ୨ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ତଦନ୍ତରେ ଉତ୍କର୍ଷ ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ଦୁଇ ଆଇପିଏସ୍‌ ଅଫିସର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କୃତ ହେବେ। ସେମାନେ ହେଲେ କୋରାପୁଟ ଏସ୍‌ପି କନ୍‌ଓ୍ବର ବିଶାଲ ସିଂ ଓ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ମାଡକର ସନ୍ଦୀପ ସମ୍ପତ। ବେଷ୍ଟ ଆଓ୍ବାର୍ଡ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଚୟନ କରିଥିବା ଦେଶର ୯୪ଜଣ ଅଫିସରଙ୍କ ମଧ୍ୟରେ ରାଜ୍ୟର ଏହି ଦୁଇ ଅଫିସର ରହିଛନ୍ତି। ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ସେମାନଙ୍କୁ ଭାରତର ରାଷ୍ଟ୍ରପତି ପୁରସ୍କାର ସ୍ବରୂପ ପଦକ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।
୨୦୧୩ରେ ଆଇପିଏସ୍‌ ଅଫିସର ସିଂ ସବ୍‌ଡିଭିଜନାଲ ଅଧିକାରୀ ଭାବେ କନ୍ଧମାଳ ଜିଲାର ବାଲିଗୁଡାରେ ଥିବାବେଳେ ୩ ନାବାଳିକା ବଳାକତ୍ାର ମାମଲାର ତଦନ୍ତଭାର ନେଇଥିଲେ। ଠିକ୍‌ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ କୋର୍ଟରେ ଦାଖଲ କରିଥିଲେ। ଫଳରେ ଅଭିଯୁକ୍ତମାନଙ୍କୁ କୋର୍ଟ ଦଣ୍ଡାଦେଶ ଶୁଣାଇଥିଲେ। ସେହିଭଳି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ସମ୍ପତ ୨୦୧୫ରେ ମାଲକାନଗିରି ଜିଲାରେ ସବ୍‌ଡିଭିଜନାଲ ପୋଲିସ ଅଫିସରଭାବେ ଦାୟିତ୍ୱରେ ଥିବାବେଳେ ଏକ ନାବାଳିକା ବଳାତ୍କାର ମାମଲାରେ ସଫଳତାର ସହ ତଦନ୍ତ କରିଥିଲେ। ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ପ୍ରମାଣ ଦାଖଲ କରିବାରୁ ଠିକ୍‌ ଦଣ୍ଡାଦେଶ ହୋଇପାରିଥିଲା।
ଏନେଇ ପୋଲିସ ଡିଜି ବି.କେ. ଶର୍ମା କହିଛନ୍ତି, ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ। ଗତ ଦୁଇ ସପ୍ତାହ ହେବ ତଦନ୍ତ ଅଧିକାରୀମାନେ ତଦନ୍ତ ପ୍ରକ୍ରିୟାରେ ଉନ୍ନତି ଆଣିଛନ୍ତି। ଆଗକୁ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ଆହୁରି ସୁଧାର ଆସିବ। ଏହା ଆମ ନ୍ୟାୟିକ ବ୍ୟବସ୍ଥା ପାଇଁ ଭଲ କଥା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୮ରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ତେବେ ଚଳିତବର୍ଷ ଚୟନ ହୋଇଥିବା ପୋଲିସ ଅଫିସରଙ୍କ ମଧ୍ୟରୁ ୧୫ଜଣ ସିବିଆଇରେ କାର୍ଯ୍ୟ କରୁଥିବାବେଳେ ମହାରାଷ୍ଟ୍ର ପୋଲିସର ୧୧ଜଣ, ଉତ୍ତରପ୍ରଦେଶ ପୋଲିସର ୧୦ଜଣ, କେରଳ ପୋଲିସର ୯ଜଣ, ମଧ୍ୟପ୍ରଦେଶ ପୋଲିସର ୮ଜଣ, ଦିଲ୍ଲୀ ପୋଲିସର ୬ଜଣ ରହିଛନ୍ତି। ଏଥିରେ ୧୩ ଜଣ ମହିଳା ପୋଲିସ ଅଧିକାରୀ ମଧ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri