ସାଙ୍ଗକୁ ରଙ୍ଗ ମାରିବାକୁ ଯାଇଥିବାବେଳେ ଦୁର୍ଘଟଣା: ୩ ମୃତ

ଢେଙ୍କାନାଳ ଅଫିସ୍, ୧୦ା୩- ହୋଲିରେ ସାଙ୍ଗକୁ ରଙ୍ଗ ମାରିବାକୁ ଯାଉଥିବାବେଳେ ଦୁର୍ଘଟଣାରେ ୩ ଯୁବକଙ୍କ ମୃତ୍ୟୁ ଘଟିଛି ।ଢେଙ୍କାନାଳ ଜିଲା କପିଳାସ ରାସ୍ତାର ଛଣବୋଲୁଅ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକମାନେ ସଦରଥାନା ଲୋଚାପାଲି ଗ୍ରାମର କୈଳାସ ସାହୁ, ଢେଙ୍କାନାଳ ରାମେଶ୍ୱରପୁରର ସୁବ୍ରତ ଶାଶ୍ୱତ ରାଉତ ଓ କାଇମାଟି ଗ୍ରାମର ବ୍ରହ୍ମାନନ୍ଦ ଦେହୁରୀ।
ଘଟଣାରୁ ଜଣାଯାଏ, ମଙ୍ଗଳବାର ୩ ଜଣ ଯୁବକ ଏକ ବାଇକରେ ଢେଙ୍କାନାଳ ଶୈବପୀଠ କପିଳାସକୁ ଆସିଥିଲେ। ସେଠାରୁ କପିଳାସ ରାସ୍ତାରେ କାଇମାଟି ଛକ ଆଡକୁ ସେମାନଙ୍କ ସାଙ୍ଗ ଘରକୁ ଯାଉଥିବାବେଳେ ବାଇକଟି ଛଣବୋଲୁଅ ନିକଟରେ ଏକ ବୁଲାଣିଠାରେ ଥିବା ଗଛରେ ପିଟି ହୋଇଯାଇଥିଲା।  ଫଳରେ ସେମାନେ ବାଇକରୁ ଏଣେତେଣେ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଖବରଦେବା ପରେ ଏକ ଆମ୍ବୁଲାନ୍ସ ଆସି ମୃତଦେହ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ମାମଲାରେ ମହିଳା ଗିରଫ

ସମ୍ବଲପୁର,୧୪ା୩(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ପୂର୍ବରୁ ସାହାସପୁର ପଞ୍ଚାୟତର...

ସଙ୍ଗରୋଧ କେନ୍ଦ୍ର ପାଣି ଟାଙ୍କି ଭୁଶୁଡିଲା

ଆର.ଉଦୟଗିରି,୨୦ା୫(ଡି.ଏନ୍‌.ଏ.)- ନୂଆଗଡ଼ ବ୍ଲକ ତାବରଡ଼ା ଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀମାନଙ୍କ ପାଇଁ ପାଣିର ସୁବିଧା ନିମନ୍ତେ ୧୦ହଜାର ଲିଟର...

ସହାୟତା ଅପେକ୍ଷାରେ କେନ୍ଦରା କଳାକାର

ଚମ୍ପୁଆ, ୮।୧୦ (ଡି.ଏନ.ଏ)-ହଜି ଯାଉଥିବା ଲୋକ ସଙ୍ଗୀତ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଯେଉଁ କେତେଜଣ କଳାକାର ପ୍ରୟାସ ଚଳାଇ ଆସିଛନ୍ତି ସେମାନଙ୍କ ମଧ୍ୟରେ...

କକାଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ପୁତୁରା ଗିରଫ

ରୂପ୍‌ସା, ୧୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ପଳାସିଆ ଗ୍ରାମର ଭାଗବତ ମହାପାତ୍ରଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ପୁତୁରା ଦୀନବନ୍ଧୁ ମହାପାତ୍ରଙ୍କୁ ମଙ୍ଗଳବାର ଗିରଫ କରିଛି।...

ମୟୂରଭଞ୍ଜ ସରକାରୀ ଠିକାଦାର ସଂଘର ବିକ୍ଷୋଭ

ବାରିପଦା ଅଫିସ,୨ା୧୧- ନିଖିଳ ଓଡ଼ିଶା ଠିକାଦାର ମହାସଂଘର ଆହ୍ବାନ କ୍ରମେ ମୟୂରଭଞ୍ଜ ସରକାରୀ ଠିକାଦାର ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଶୁକ୍ରବାର ବାରିପଦାସ୍ଥିତ...

ମୁଖ୍ୟମନ୍ତ୍ରୀ, ବିଧାୟକଙ୍କ ଫଟୋ ଛାପିବା ମହଙ୍ଗା ପଡ଼ିଲା

କଣ୍ଟାପଡା,୪ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୱାର୍ଡସଭ୍ୟ, ସମିତିସଭ୍ୟ ଓ ସରପଞ୍ଚ ପ୍ରାର୍ଥୀମାନେ ଦଳୀୟ ଚିହ୍ନ ସହିତ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ଫଟୋ ବ୍ୟବହାର ନ କରିବା...

ସ୍ବାଭିମାନ ଅଞ୍ଚଳରେ ମାଓବାଦୀ-ପୋଲିସ ଗୁଳି ବିନିମୟ: ମାଓନେତା କିଶୋର ମୃତ, ଜଣେ ଆହତ

ମାଲକାନଗିରି/ଚିତ୍ରକୋଣ୍ଡା,୨୬।୧୧(ଡି.ଏନ୍‌.ଏ.): ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ଆଦିବାସୀବହୁଳ ଉପାନ୍ତ ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ନିକଟସ୍ଥ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ...

ବିମାନ ବନ୍ଦର ପ୍ରତିଷ୍ଠା ନେଇ ଆନ୍ଦୋଳନ

ହିଞ୍ଜିଳିକାଟୁ,୧୩।୨(ଡି.ଏନ୍‌.ଏ.) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ବିମାନ ବନ୍ଦର ସ୍ଥାପନ ଦାବି ନେଇ ହିଞ୍ଜିଳିକାଟୁରେ ଶନିବାର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ...

Advertisement
Archives

Model This Week