ସହାୟତା ପାଇଁ ଫରଓ୍ବାର୍ଡ ବ୍ଲକ ଦେଲା ଦାବିପତ୍ର

ଭଟଲି,୧୫ା୫(ଡି.ଏନ.ଏ.): କରୋନା (କୋଭିଡ-୧୯) ପାଇଁ କଟକଣା ସାମାନ୍ୟ କୋହଳ ହୋଇଥିବାବେଳେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ଯୋଗୁ ଶ୍ରମିକମାନେ କାମଧନ୍ଦା କରିବା ପାଇଁ ମଧ୍ୟ ଭୟ କରୁଛନ୍ତି । ଏଭଳି ପରିସ୍ଥିତିରେ ଯଦି ସେମାନେ କାମ ନ କରିବେ ତେବେ ଖାଇବାକୁ ନ ପାଇ ମଧ୍ୟ ହଟହଟାର ସମ୍ମୁଖୀନ ହେବେ। ଲୋକଙ୍କ ପାଇଁ କରୋନା ମହାମାରୀଜନିତ ସମସ୍ୟାର ସମାଧାନ ପାଇଁ ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ଏକ ଦାବିପତ୍ର ଭଟଲି ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି ।
ଭଟଲି ୟୁକୋ ବ୍ୟାଙ୍କ ନିକଟରୁ ଜିଲା ସଭାପତି ଗୋପାଳ ଚନ୍ଦ୍ର ଅଗ୍ରୱାଲଙ୍କ ନେତୃତ୍ୱରେ ଦଳର କର୍ମୀମାନେ ବାହାରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟକୁ ଯାଇ ଏ ସମ୍ପର୍କରେ ଭଟଲି ତହସିଲଦାର ପ୍ରଶାନ୍ତ ମହାପାତ୍ରଙ୍କୁ ଭେଟି ଆଲୋଚନା କରିଥିଲେ । ଏହା ସହିତ ପ୍ରତ୍ୟେକ ପରିବାରକୁ ୬ମାସର ମାଗଣା ରାସନ ସାମଗ୍ରୀ ଯୋଗାଇବା, ଆୟକର ପରିସରଭୁକ୍ତ ନ ଥିବା ପ୍ରତ୍ୟେକ ପରିବାରକୁ ମାସିକ ୧୦ହଜାର ଟଙ୍କା ରିଲିଫ୍‌ ପ୍ରଦାନ କରିବା, ପ୍ରବାସୀ ଶ୍ରମିକମାନଙ୍କ ଯାତାୟାତ ପାଇଁ ଦେୟମୁକ୍ତ ବିଶେଷ ରେଳ ଚଳାଚଳର ବ୍ୟବସ୍ଥା, କରୋନା ପରିସ୍ଥିତିର ମୁକାବିଲା ପାଇଁ ବିଶେଷ ବଜେଟ ବ୍ୟବସ୍ଥା ଆଦି ୧୧ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ପୂର୍ବା ନାଏକ, ଅବର ପାଣ୍ଡେ, ଭୀଷ୍ମଦେବ ଭୁଏ, ଗଙ୍ଗାଧର ସା ଏବଂ ମନ ମହାରଣା ପ୍ରମୁଖ ସାମିଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ଗଣଧାରଣା: କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହାର ପରେ…

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପେନ କୁମାର ମହାନ୍ତ ଶିକ୍ଷକ ସଂଘର କାର୍ଯ୍ୟକର୍ତ୍ତାଙ୍କୁ ଜାରି କରିଥିବା କାରଣ ଦର୍ଶାଅ ନୋଟିସ…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?