Posted inଜାତୀୟ

ସର୍ବଦଳୀୟ ବୈଠକ ଡାକିଲେ ମୋଦି: ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ ହେବ ଚର୍ଚ୍ଚା

ନୂଆଦିଲ୍ଲୀ, ୧୬।୬: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ମୁଦ୍ଦାକୁ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୁନ୍‌ ୧୯ତାରିଖରେ ସଂସଦ ଭବନରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ଏହି ବୈଠକରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଏବଂ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ୨୦୨୨ରେ ଭାରତ ସ୍ବାଧୀନତାର ୭୫ବର୍ଷ ପୂରା ହେବାକୁ ଯାଉଛି। ଏସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହେବ। ଏହାସହ ଜୁନ୍‌ ୨୦ରେ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାର ସମସ୍ତ ସଦସ୍ୟଙ୍କୁ ନେଇ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ସମୟ ଓ ଅର୍ଥ ସଞ୍ଚୟ କରିବା ଲକ୍ଷ୍ୟରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡିକ ପାଇଁ ଏକା ସାଙ୍ଗରେ ନିର୍ବାଚନ କରିବା ସକାଶେ ପ୍ରଧାନମନ୍ତ୍ରୀ ବାରମ୍ବାର ଗୁରୁତ୍ୱ ଆରୋପ କରି ଆସୁଛନ୍ତି। ଆଇନ କମିଶନ ସ୍ବୀକୃତିପ୍ରାପ୍ତ ୭ଟି ଜାତୀୟ ଓ ୫୯ଟି ରାଜ୍ୟସ୍ତରୀୟ ଦଳକୁ ଚିଠି ଲେଖିଥିଲେ। ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପୂର୍ବରୁ ଆଇନ କମିଶନ ରାଜନୈତିକ ଦଳ, ସମ୍ବିଧାନ ବିଶାରଦ, ବ୍ୟୁରୋକ୍ରାଟ, ଶିକ୍ଷାବିତ୍‌ ଏବଂ ସାଧାରଣ ନାଗରିକଙ୍କଠାରୁ ମତାମତ ଲୋଡାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିଭି ପରେ ଏବେ ସୋସିଆଲ ମିଡ଼ିଆ ଉପରେ ଲଗାମ ଲଗାଇବାକୁ ଯାଉଛନ୍ତି ସରକାର: ସିବଲଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୨୯।୧୦ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ ଆଇଟି ନିୟମରେ ସଂଶୋଧନ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ...

ଧୀରେ ଗାଡ଼ି ଚଳାଇବା ବି ଅପରାଧ !…

କୋଚି, ୧୨।୧୨: ଧୀରେ କିନ୍ତୁ ଅସାବଧାନ ହୋଇ ଗାଡ଼ି ଚଳାଇବା ମଧ୍ୟ ଅପରାଧ। ତେଣୁ ଧୀରେ ବେପରୁଆ ଭାବରେ ଗାଡି ଚଳାଇ ରକ୍ଷା ପାଇବା ପାଇଁ...

ଏଣିକି ସର୍ବସାଧାରଣରେ ମାସ୍କ ନ ପିନ୍ଧିଲେ ଲାଗିବନି ଜରିମାନା

ନୂଆଦିଲ୍ଲୀ,୨୦।୧୦: ବର୍ତ୍ତମାନଠାରୁ ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ ନୁହେଁ। ଗୁରୁବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ) ବାଧ୍ୟତାମୂଳକ ମାସ୍କ କଟକଣାକୁ...

୧୫ ବର୍ଷ ଧରି ନିଜକୁ ଜୀବିତ ସାବ୍ୟସ୍ତ କରିବା ଲାଗି ଜାରି ରହିଛି ଲଢ଼େଇ

ମିର୍ଜାପୁର,୨୧।୧: ଉତ୍ତରପ୍ରଦେଶ ମିର୍ଜାପୁରରେ ୫୬ ବର୍ଷ ବୟସ୍କ ଭୋଲା ସିଂ ଗତ ୧୫ ବର୍ଷ ଧରି ନିଜକୁ ଜୀବିତ ସାବ୍ୟସ୍ତ କରିବା ଲାଗି ଲଢ଼େଇ ଜାରି...

ୟେଦୁରପ୍ପା ଦେଲେ ଇସ୍ତଫା…

ବେଙ୍ଗାଲୁରୁ,୨୬।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ଇସ୍ତଫା ଦେଇଛନ୍ତି। ସୋମବାର ରାଜ୍ୟରେ ଭାଜପା ସରକାର ୨ ବର୍ଷ ପୂରଣ କରିଥିବାବେଳେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା...

ଦେଶରେ ଏକଛାତ୍ରବାଦୀ ଶାସନ ଚାଲିଛି: ରାହୁଲ

ନୂଆଦିଲ୍ଲୀ,୬।୧୦: ଲଖିମ୍‌ପୁର ଖେରିରେ ଚାରିଜଣ ଚାଷୀଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ପରେ ରାଜନୀତି ତୀବ୍ର ହୋଇଛି। ବିରୋଧୀ ଦଳର ନେତାମାନେ ଲଗାତର ଖେରିରେ ପହଞ୍ଚିବାକୁ...

ବାୟୁସେନାରେ ପ୍ରଥମଥର ସାମିଲ ହେଲେ ଡିଜାବଲ କ୍ୟାଡେଟ ଯୋଗେଶ ଯାଦବ

ନୂଆଦିଲ୍ଲୀ,୧୯ ।୧୨: ଦେଶରେ ପ୍ରଥମଥର ଲାଗି ଜଣେ ଡିଜାବଲ ବା ଦିବ୍ୟାଙ୍ଗ କ୍ୟାଡେଟଙ୍କୁ ବାୟୁସେନରେ ସାମିଲ କରାଯାଇଛି । ଫ୍ଲାଇଙ୍ଗ ଅଫିସର ଯୋଗେଶ ଯାଦବ ବାୟୁସେନାରେ...

ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ପ୍ରଶଂସା, କଂଗ୍ରେସକୁ କଟାକ୍ଷ…ସିଡବ୍ଲୁସି ବୈଠକ ମଧ୍ୟରେ ହାଇଦ୍ରାବାଦରେ ଲାଗିଲା ଦଳ ବିରୋଧୀ ପୋଷ୍ଟର

ହାଇଦ୍ରାବାଦ,୧୭।୯: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ମଧ୍ୟରେ ହାଇଦ୍ରାବାଦରେ ଦଳକୁ ସମାଲୋଚନା କରୁଥିବା ଅନେକ ପୋଷ୍ଟର ଏବଂ ହୋର୍ଡିଂ ଲଗାାଯାଇଛି। ଏହି ବୈଠକ ପରେ ରବିବାର ଦଳ...

Advertisement
Archives

Model This Week