ସରକାରୀ ଯୋଜନା ବାଟ୍‌ବନା: ଦୁରଦିନ୍‌ରେ ଦମୟନ୍ତୀକଁର ପରିବାର

 

କେସିଙ୍ଗା, ୧୭।୧୨ (ଡି.ଏନ୍‌.ଏ.)-
କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ପଁଚେତ୍‌ ଅଧୀନ ରିଗିଡ଼ିମାଲ ପଡ଼ର ବିଧବା ମହିଲା ଦମୟନ୍ତୀ ଜାନୀ। ସେ ୨ ବଛର ତଲେ ଆପ୍‌ନେ ଅଜିତ ଜାନୀକୁଁ ହରେଇଛନ୍‌। ଏନ୍‌ତାଥି ସେ ଦୁଇ ପୁଓକୁ ଧରି ବଡ଼ା ଗୁଲ୍‌ଗୁଲା ହେଇ ଦିନ୍‌ ବିତଉଛନ୍‌। ଇଆଡ଼େ ସବୁ ପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ଥିବାର ସେ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ରିଗିଡ଼ିମାଲ ପଡ଼ାର ବିଧବା ମହିଲା ଦମୟନ୍ତୀ ଜାନୀ(୨୯)କଁର ପରିବାର କହେଲେ ପୁଓ ଧର୍ମାନନ୍ଦ(୭) ଆର ଓମପ୍ରକାଶ(୪)କେ ନେଇ ସଁସାର। ୨ ବଛର ତଲେ ଆପ୍‌ନେ ଅଜିତ ଜାନୀ କିଡ୍‌ନୀ ରୋଗ୍‌ରେ ପଡ଼ି ଆରପାରକେ ଚାଲିଯାଇଛନ୍‌। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। ସଖାଲ ପାଏଲେ ଦମୟନ୍ତୀ ପରହର ଗୁତି କରି ଯାହା ଆନୁଛନ୍‌ ସେଥ୍‌ରେ ଛୁଆକୁ ପାଲପୋଷ କରବାର ସଂଗେ ପାଠ୍‌ ପଢ଼ଉଛନ୍‌। ବଡ଼ ପୁଓ ଧର୍ମାନନ୍ଦ ଗଁାରୁ ଏକ କି.ମି. ଦୂରିଆ କନ୍ଦେଇମାଲ ପ୍ରାଥମିକ ସ୍କୁଲକେ ପଢ଼ି ଯାଉଛନ୍‌। ସେନ୍‌ତା ସାନ୍‌ପୁଓକେ ଧରି ଦମୟନ୍ତୀ ପରହର କାମ୍‌ବୁତା କରୁଛନ୍‌। ହେଲେ ଦମୟନ୍ତୀ ଆଏଜ୍‌ତକ ହରିଶ୍ଚନ୍ଦ୍ର ଯୋଜନାର ସାହାଯ୍‌ ନାଇଁପାଇ। ସେନ୍‌ତା ବିଧବା ଭତାର ଲାଗି ପଁଚେତ୍‌କେ ଦଉଡ଼ି ଦଉଡ଼ି ନିରାଶ ହେଇଥିବାର ସେ ଅଭିଯୋଗ କହିଛନ୍‌। ସବୁଥିରୁ ଦୁଖର କଥା ଗଲା ମାସୁ ଉତ୍କେଲା ପଁଚେତ୍‌ରୁ ପରିବାର ପାଉଥିବାର ୧୦ କେ.ଜି. ଚାଉଲ ବି ବଁଦ୍‌ ହେଇଯାଇଛେ। ଏନ୍‌ତାଥି ୩ ପରାନୀ କୁଟୁମ ବଡ଼ା ଗୁଲ୍‌ଗୁଲା ହେଇ ଦିନ୍‌ ବିତଉଛନ୍‌। ଯେନ୍‌ମାନକର ପକାଘର ଅଛେ ସେମାନକୁ ଆବାସ ଯୋଜନାରେ ସାମିଲ କରାଯାଉଛେ, ପିଡିଏସ୍‌ ଚାଉଲ ଆର କାଳିଆ ଟଁକା ଦିଆଯାଉଛେ। ହେଲେ ଆମର ଲେଖେଁ ନିହାତି ଗରିବ୍‌ ଦୁଖିକୁ ରାଏଜ୍‌ ସରକାର, ପରଶାସନ ଅନ୍‌ଦେଖା କରୁଛେ ବଲି ଦମୟନ୍ତୀ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଉତ୍କେଲା ପଁଚେତ୍‌ କାର୍ଯ୍ୟ ନିର୍ବାହୀ ଅଧ୍‌କାରୀକୁଁ ପଚ୍‌ରାଲାରୁ ଜାନୁୟାରୀରୁ ଦମୟନ୍ତୀକୁଁ ବିଧବା ଭତା ମିଲବା, ପିଡିଏସ୍‌ ଚାଉଲ ବାବ୍‌ଦେ ଯୋଗାଣ ବିଭାଗକେ ପଚ୍‌ରାବାକେ ପଡ଼ବା ବଲି ସେ କହିଥିଲେ। ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ଆବାସ ଯୋଜନାରେ ସାମିଲ କରବାର ସଂଗେ ମାସିକ ୩୫ କେ.ଜି. ଚାଉଲ ଆର ଦମୟନ୍ତୀକୁଁ ବିଧବା ଭତା ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାଦାନରେ ଗୁରୁଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ, ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିଲା…

କର୍ଲାମୁଣ୍ଡା,୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗୁରୁଦିବସ ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ସଭା…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ରିଷିଡ଼ାରେ ଧୂମ୍‌ଧାମ୍‌ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସମଗ୍ର ବିଦ୍ୟାଳୟରେ ଆଧ୍ୟାତ୍ମିକ ପରିବେଶ

ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମାତୃରାମ ସୋହନ ଲାଲ ବିହାର ରିଷିଡ଼ା ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri