ସରକାରୀ ପ୍ଲଟରୁ ଜବରଦଖଲ ଉଚ୍ଛେଦ ଦାବିରେ ଧାରଣା

ରଣପୁର,୮ା୩(ସ୍ବ.ପ୍ର.): ଗୌରାଙ୍ଗପୁର ପ୍ରାଥମିକ କୃଷି ସମବାୟ ସମିତି ପଛପାଖରେ ଥିବା ୬୨/୬୯ନଂ. ସରକାରୀ ପ୍ଲଟରୁ ଜବରଦଖଲ ଉଚ୍ଛେଦ ଦାବିରେ ଶନିବାର ରଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗୌରାଙ୍ଗପୁରର ମହିଳାପୁରୁଷ ଧାରଣା ଦେଇଥିଲେ। ଖବର ପାଇ ରଣପୁର ତହସିଲଦାର ସଞ୍ଜୟ ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ। ଏ ନେଇ ଆଇନଗତ ପଦକ୍ଷେପ ନିଆଯିବ ବୋଲି ତହସିଲଦାର କହିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ରବୀନ୍ଦ୍ର ବେହେରା ସରକାରୀ ଜମିରେ ଘର କରି ନିଶା ଦ୍ରବ୍ୟ ବିକ୍ରି କରୁଥିଲେ। ଦୁଇଥର ଗିରଫ ମଧ୍ୟ ହୋଇଛନ୍ତି। ନିଶା ଦ୍ରବ୍ୟ ବିକ୍ରି କରିବାକୁ ବାରମ୍ବାର ମନା ପରେ ମଧ୍ୟ ଗଁା ଲୋକଙ୍କ କଥା ଶୁଣି ନ ଥିଲେ। ଜବରଦଖଲକୁ ନେଇ ଗଁାରେ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିସ୍ଥଳେ ୨ବର୍ଷ ମଧ୍ୟରେ ସରକାରୀ ଜମି ଛାଡିବାକୁ ୨୦୧୧ ଜୁନ ୧୦ରେ ଗ୍ରାମସଭାରେ ନିଷ୍ପତ୍ତି ହୋଇଥିଲା। ତେବେ ୨୦୧୩ ଜୁନ ୧୦ରେ ସେ ସରକାରୀ ଜମି ଛାଡି ନ ଥିଲେ। ଏ ସମ୍ପର୍କରେ ଗ୍ରାମର ରିଜୋଲ୍ୟୁଶନରେ ଉଲ୍ଲେଖ ରହିଛି। ଏ ନେଇ ୨୦୧୪ ସେପ୍ଟେ୍‌ମ୍ବର୨ରେ ତହସିଲଦାରଙ୍କୁ ଅବଗତ କରାଯାଇଥିଲା। ସ୍ଥାନୀୟ ଆର୍‌ଆଇ ଏହାର ତଦନ୍ତ କରି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା। ତେବେ ଜବରଦଖଲକାରୀଙ୍କୁ ନ ହଟାଇ ୫୩/୨୦୧୪-୧୫ରେ ଏନ୍‌କ୍ରୋଚ୍‌ମେଣ୍ଟ କେସ୍‌ କରାଯାଇଥିଲା। ଏହା ପରେ ଜବରଦଖଲକାରୀ ସରକାରୀ ଜମି ଛାଡୁ ନାହାନ୍ତି। ଏ ନେଇ ଗୌରାଙ୍ଗପୁରର ରବୀନ୍ଦ୍ର ବେହେରା କୁହନ୍ତି, ମୁଁ ନିଶା ବ୍ୟବସାୟ କରେନା। ମୁଁ ଅନ୍ୟତ୍ର ଯିବାକୁ ଦସ୍ତଖତ କରି ନାହିଁ । ମୋତେ କଙ୍ଗାରୁ କୋର୍ଟ କରି ବାସନ୍ଦ କଲେ। ପରେ ମୋ ଘର ଭାଙ୍ଗିଦେଲେ। ଘରର ଉପକରଣ ସହ ବାକ୍ସରେ ରଖିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୩୫ ହଜାର ଟଙ୍କା ମଧ୍ୟ ଲୁଟି ନେଲେ। ଏହା ପରେ ମୋ ବିରୋଧରେ ମିଥ୍ୟା ଅଭିଯୋଗ କରି ମୋତେ ଫସାଇବାକୁ ଉଦ୍ୟମ କରିଛନ୍ତି। ଘର ଭାଙ୍ଗିଲା ପରେ କିପରି ପୁଣି ଜବରଦଖଲ ଉଚ୍ଛେଦ ହେବ। ମୁଁ ଏବେ ଖରା, ବର୍ଷା, ଶୀତରେ ଭଙ୍ଗା ଘରେ ରହୁଛି। ମୋ ଦୁଃଖ କେହି ବୁଝୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ୨ ଗିରଫ

ଫିରିଙ୍ଗିଆ,୧୩ା୮: ଫିରିଙ୍ଗିଆ ପୋଲିସ ମାଶ୍ରିପଡା ରାସ୍ତା ପୁକେରିମା ସାହିରେ ଚଢ଼ାଉ କରି ଏକ ବୋଲରରୁ ୧ କୁଇଣ୍ଟାଲ ୬ କେଜି ଗଞ୍ଜେଇ ଜବତ କରିଛି। ଏହି...

ଚାକିରି ନଁ।ରେ ଅର୍ଥ ଲୁଟ୍‌ ଘଟଣା:`ଯୁବକ କୋର୍ଟ ଚାଲାଣ

ଫୁଲବାଣୀ ଅଫିସ, ୨୭।୬-ଚାକିରି ଦେବା ନାମରେ କନ୍ଧମାଳର ଯୁବକଙ୍କଠାରୁ ବ୍ୟାପକ ପରିମାଣର ଅର୍ଥ ଲୁଟ୍‌ କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ...

ସମସ୍ତଙ୍କ ସ୍ବାବ ପରୀକ୍ଷା, ଚିକିତ୍ସା ଦାବି

ଖଇରା,୨୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସିପିଏମ ଆଞ୍ଚଳିକ କମିଟି ପକ୍ଷରୁ ୭ଦଫା ଦାବି ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ଦେବେନ୍ଦ୍ର ବଳଙ୍କୁ ପ୍ରଦାନ...

ଲୁହାପଥର ପରିବହନକୁ ନେଇ ବିବାଦ

କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): କେନ୍ଦୁଝରଗଡ଼ ରେଳ ଷ୍ଟେଶନ ନିକଟରେ ବେଆଇନ ଭାବରେ ଗଚ୍ଛିତଥିବା ଲୁହାପଥର ଗୁଣ୍ଡର ପରିବହନକୁ ନେଇ ବିବାଦ ଦେଖାଯାଇଛି। ଓଡ଼ିଶା ଖଣି ନିଗମ(ଓଏମ୍‌ସି)ପକ୍ଷରୁ ହୋଇଥିବା ନିଲାମ...

ଭୋଜି ନ ଖାଇବାରୁ ୩ ଭାଇଙ୍କୁ ଆକ୍ରମଣ

ଆଳି,୧୫।୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକର ୩୪ ପଞ୍ଚାୟତ ମଧ୍ୟରୁ ମାଣିକପାଟଣାରେ ଗୋଟିଏ ପରିବାର ଏକ ପକ୍ଷରୁ ହେଉଥିବା ଭୋଜି ଖାଇବାକୁ ନ ଯିବାରୁ ଆକ୍ରମଣ...

ଖରସ୍ରୋତା ନଦୀବନ୍ଧ କାର୍ଯ୍ୟରେ ଅନିୟମିତତା

ପ୍ରୀତିପୁର,୩୦ା୬(ସୁଶାନ୍ତ ବେହୁରିଆ): ସରକାର ପ୍ରତ୍ୟେକ ବର୍ଷ ନଦୀବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ ନିମନ୍ତେ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ସ୍ଥାନରେ ବିଭାଗୀୟ ଅଧିକାରୀ ଓ...

‘ଅନୁଗୋଳ ବନସାଥୀ’ ଆପ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ, ୨୮ା୬: ଚଲାପଥ ଛାଡ଼ି ହାତୀ ଜନବସତି ଆଡ଼େ ଯାଉଥିଲେ ଏବେ ଆଗୁଆ ସତର୍କ କରିହେବ ଲୋକଙ୍କୁ। ଏହାଦ୍ୱାରା ହାତୀ ସହ ମଣିଷର ମୁହାଁ ମୁହିଁ...

ଅମାବାସ୍ୟା ନାରାୟଣଙ୍କ ସାଗରବିଜେ ନୀତି

ପୁରୀ ଅଫିସ,୨୮।୮: ଭାଦ୍ରବ ଅମାବାସ୍ୟା ବା ସପ୍ତପୁରୀ ଅମାବାସ୍ୟା ତିଥି ଅବସରରେ ଶ୍ରୀମନ୍ଦିର ସତ୍ୱଲିପି ଅନୁଯାୟୀ ରୀତିନୀତି ଅନୁସାରେ ଅମାବାସ୍ୟା ନାରାୟଣଙ୍କ ସାଗର ବିଜେ ନୀତି...

Advertisement
Archives

Model This Week