ସମ୍ପୂର୍ଣ୍ଣ ନୂଆ ଚରିତ୍ର ସହ ଫେରୁଛନ୍ତି ଐଶ୍ୱର୍ଯ୍ୟା

ମୁମ୍ବାଇ: ବିଶ୍ୱ ସୁନ୍ଦରି ଐଶ୍ୱର୍ଯ୍ୟା ରାଏ ବଚ୍ଚନ ବେଶ୍‌ କିଛିଦିନ ହେବ ବଡ ପରଦାରେ ଦେଖାଯାଉ ନାହାନ୍ତି କହିଲେ ଚଳେ। ଏବେ କିନ୍ତୁ ସେ ସମ୍ପୁର୍ଣ୍ଣ ନୂଆ ଚରିତ୍ର ସହ ପରଦାକୁ ଫେରୁଛନ୍ତି ବୋଲି ଶୁଣିବାକୁ ମିଳିଛି। କଳ୍କି କୃଷ୍ଣମୂର୍ତ୍ତିଙ୍କ କାଳ୍ପନିକ ଉପନ୍ୟାସ ପୋନିୟିନ ସେଲଭାନଙ୍କୁ ନେଇ ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ମଣି ରତ୍ନମ ଫିଲ୍ମ ତିଆରି କରୁଥିବା ବେଳେ ଏଥିରେ ଐଶ୍ୱର୍ଯ୍ୟା ନଜର ଆସିବେ ବୋଲି ଜଣାପଡିଛି। ଦୀର୍ଘ ୨୬ ବର୍ଷ ପୂର୍ବରୁ ଏହି ଉପନ୍ୟାସକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ସ୍ବପ୍ନ ଦେଖିଥିବା ମଣି ରତ୍ନମଙ୍କ ସ୍ବପ୍ନ ଏବେ ପୂରଣ ହେବାକୁ ଯାଉଛି ବୋଲି କୁହାଯାଉଛି। ଏହାର କିଛି ଭାଗ ବିଦେଶରେ ଶୁଟିଂ କରାଯାଇଥିବା ବେଳେ ବାକି ସମସ୍ତ ଭାଗ ଭାରତର ବିଭିନ୍ନ ସ୍ଥାନରେ ଶୁଟିଂ କରାଯିବ ବୋଲି ଜଣାପଡିଛି। ତେବେ ଐଶ୍ୱର୍ଯ୍ୟା ଏଥିରେ ଖଳନାୟିକା ଚରିତ୍ରରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ଏହା ପ୍ରଥମେ ତାମିଲ ଭାଷାରେ ନିର୍ମାଣ କରାଯାଉଥିବା ବେଳେ ପରେ ପରେ ଏହା ପ୍ରମୁଖ ଭାରତୀୟ ଭାଷାରେ ନିର୍ମାଣ କରାଯିବାର ଯୋଜନା ରହିଛି। ଏହା ‘ବାହୁବଳୀ’ ପରି ଦୁଇଟି ଭାଗରେ ରିଲିଜ୍‌ କରାଯିବ। ଫିଲ୍ମଟି ୨୦୨୧ରେ ପରଦାକୁ ଆସିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମନ ପରେ ସିବିଆଇ ନିକଟରେ ହାଜର ହେଲେ ରିୟା

ମୁମ୍ବାଇ, ୨୮।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ନିକଟରେ ଶୁକ୍ରବାର ପୁଣି ଥରେ ହାଜର ହୋଇଛନ୍ତି ରିଆ ଚକ୍ରବର୍ତ୍ତୀ। ସିବିଆଇ ସମନ...

ମୁହଁର ସର୍ଜରୀ କରିଥିବା ସ୍ବୀକାର କଲେ ଶ୍ରୁତି

ବଲିଉଡ୍‌ କଳାକାରମାନେ ପ୍ଲାଷ୍ଟିକ୍‌ ସର୍ଜରୀ କରିବା କିିଛି ନୂଆ କଥା ନୁହେଁ। ଅନେକ ଅଭିନେତ୍ରୀ ଓଠ, ନାକ ଆଦି ଶରୀରର ବିଭିନ୍ନ ଅଙ୍ଗକୁ ଆକର୍ଷଣୀୟ କରିବା...

କ୍ୟାରିୟର ଆରମ୍ଭରୁ ନେପୋଟିଜମର ଶିକାର ହୋଇଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ନେପୋଟିଜମକୁ ନେଇ ଆଲୋଚନା ଜାରି ରହିଛି। ଏମିତିକି ଏହାକୁ ନେଇ ସୋସିଆଲ ମିଡିଆରେ...

ଜୟଲଳିଥାଙ୍କ ବାୟୋପିକ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌, ଟ୍ରୋଲ୍‌ ହେଉଛି କଙ୍ଗନାଙ୍କ ଲୁକ୍‌

କଙ୍ଗନା ରଣାଓ୍ବତ୍‌ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଳିଥାଙ୍କ ବାୟୋପିକ୍‌ରେ ନଜର ଆସିବେ। ଶନିବାର ଏହାର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ପୋଷ୍ଟର ରିଲିଜ୍‌...

ଆରପାରିରେ ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ମନମୋହନ ମହାପାତ୍ର

ଭୁବନେଶ୍ୱର, ୧୩।୧: ବିଶିଷ୍ଟ ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୬୯ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରର ଏକ...

କମେଡି କିଙ୍ଗ୍‌ କପିଲଙ୍କ ଝିଅର ଫଟୋ ଭାଇରାଲ

ମୁମ୍ବାଇ: ନିଜ କମେଡିରେ ସମସ୍ତଙ୍କୁ ହସାଇ ହସାଇ ବେଦମ୍‌ କରୁଥିବା ଲୋକପ୍ରିୟ କମେଡି କିଙ୍ଗ୍‌ କପିଲ ଶର୍ମା ଏବେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ସୋସିଆଲ...

ସୁଶାନ୍ତ ଅଧାରାତିରୁ ଉଠି କାନ୍ଦୁଥିଲେ: ହନୁମାନଙ୍କ ମୂର୍ତ୍ତିକୁ କୁଣ୍ଢାଇ ଧରୁଥିଲେ

ମୁମ୍ବାଇ, ୧।୯: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ରହସ୍ୟ ଏବେ ବି ଜଣାପଡ଼ିନି। ଏହାର ଯାଞ୍ଚ୍‌ ସିବିଆଇ କରୁଛି। ଇତିମଧ୍ୟରେ ବହୁ...

ଫିଲ୍ମର ଅଜବ ନାମ ଶୁଣି କାନରେ ହାତ ଦିଅନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ ହେଉଛି ଏକ ରଚନାତ୍ମକ ତଥା ସୃଜନଶୀଳ ଇଣ୍ଡଷ୍ଟ୍ରି। ଫିଲ୍ମ ନିର୍ମାତାମାନେ ସେମାନଙ୍କର ଫିଲ୍ମକୁ ହିଟ୍‌ କରିବା ପାଇଁ ବିଭିନ୍ନ ପ୍ରୟାସ କରିଥାନ୍ତି। ଫିଲ୍ମର...

Coronavirus Update


Archives

Model This Week

Why Dharitri