ସମୁଦ୍ର ବେଳାଭୂମିରେ ମୃତ ହ୍ବେଲଶାର୍କ

ଗୋପାଳପୁର,୨୧ା୩-ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ନୂଆ ବକ୍ସିପଲ୍ଲୀ ସମୁଦ୍ର ବେଳାଭୂମିରେ ଶନିବାର ଏକ ମୃତ ହ୍ବେଲଶାର୍କ ମାଛ ଭାସୁଥିବା ଦେଖିବାକୁ ମିଳିଛି। ନୂଆବକ୍ସିପଲ୍ଲୀ ଗଁାର କେତେଜଣ ମତ୍ସ୍ୟଜୀବୀ ବୋଟ୍‌ରେ ମାଛ ମାରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ। ମଧ୍ୟାହ୍ନରେ ମତ୍ସଜୀବୀମାନେ କୂଳକୁ ଆସି ଜାଲରେ ୩ଟି ହ୍ବେଲଶାର୍କ ମାଛ ପଡ଼ିଥିବା ଦେଖିଥିଲେ। ସେମାନେ ଦୁଇଟି ମାଛକୁ ସମୁଦ୍ର ମଧ୍ୟକୁ ଛାଡ଼ି ଦେଇଥିଲେ। କିନ୍ତୁ ସେଥିରୁ ଗୋଟିଏ ମାଛ ଛାଡ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯାଇପାରି ନ ଥିଲା। ଶେଷରେ ଛଟପଟ ହୋଇ ଉକ୍ତ ହ୍ବେଲଶାର୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବ୍ରହ୍ମପୁର ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୃତମାଛକୁ ଜବତ କରିପାରି ନ ଥିବା ଜଣାପଡ଼ିଛି। ଏହାର ଲମ୍ବ ପ୍ରାୟ ୧୫ ଫୁଟରୁ ଊର୍ଦ୍ଧ୍ୱ ହେବ ବୋଲି ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ଏ ନେଇ ଡିଏଫଓ ଅମ୍ଲାନ ନାୟକଙ୍କୁ ପଚାରିବାରୁ ବ୍ୟବଚ୍ଛେଦ ପରେ କେଉଁ କାରଣରୁ ମୃତ୍ୟୁ ଘଟିଛି ଜଣାପଡ଼ିବ ଏବଂ ତାକୁ ମାଟିରେ ପୋତାଯିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଶାବକର ମୃତଦେହ ଠାବ

ସେରଗଡ,୧୭।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଦା ସେକ୍ସନ ଓ ବିଟ୍‌ ପୋରଗେଲ ସଂରକ୍ଷିତ ଜଙ୍ଗଲରେ ସୋମବାର ଏକ ହାତୀ ଶାବକର ମୃତଦେହ ଠାବ...

କାର୍ଯ୍ୟକ୍ଷମ ହେଉନି ସେବାଶ୍ରମ ଛାତ୍ରାବାସ

ପଦ୍ମପୁର,୨୯।୨(ଡି.ଏନ.ଏ.)-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାହାଡ଼ା ପଞ୍ଚାୟତ ସନନ୍ଦପୁର ଗ୍ରାମରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ସେବାଶ୍ରମ ଛାତ୍ରାବାସ। ମାତ୍ର ଛାତ୍ରାବାସ...

ସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୬।୧୦ (ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ରାମଚନ୍ଦ୍ରପୁର ପଞ୍ଚାୟତ ଖଡ଼ିସିଂହା ଗ୍ରାମର ଚାଷୀ ଉଦ୍ଧବ ଜେନା(୪୨) ସାପ କାମୁଡ଼ାରେ ପ୍ରାଣ...

କରୋନା ଭୟ: ଭବାନୀପାଟଣାରେ ବଢୁଛି ମାସ୍କର ଚାହିଦା

ଭବାନୀପାଟଣା,୧୪।୩(ଡି.ଏନ୍‌.ଏ.): ସମଗ୍ର ବିଶ୍ୱବାସୀଙ୍କୁ ଘାରିଛି କରୋନା ଚିନ୍ତା। ଏପରିସ୍ଥିତିରେ ଓଡ଼ିଶାରେ କିଛି କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ସବୁଠି ପ୍ରାୟ ଭୟର ବାତାବରଣ ଲାଗିରହିଛି।...

ବେଧଡ଼କ ଚାଲିଛି କୁକୁଡ଼ା ଲଢେଇ

କପ୍ତିପଦା,୪ା୧(ଡି.ଏନ.ଏ)- କୁକୁଡ଼ା ଲଢେଇ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ଏକ ପରମ୍ପରା । ମାତ୍ର ରାଜ୍ୟ ସରକାର ଏହାକୁ ବେଆଇନ ଦର୍ଶାଇ ବନ୍ଦ କରିଥିବା ବେଳେ...

ନୂଆଁଖାଇରେ କୋଭିଡ୍‌ କଟକଣା କୋହଳ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁରେଶ ପୂଜାରୀ

ବରଗଡ଼ ଅଫିସ,୯ା୮: ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ପଶ୍ଚିମ ଓ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ କୋଭିଡ୍‌ କଟକଣା କୋହଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ...

କଟକରୁ ଆଉ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୩୦।୭-କଟକ ସହରରୁ ଗୁରୁବାର ଆଉ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୦ଟି କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୧ଜଣ ହେଉଛନ୍ତି ସ୍ଥାନୀୟ...

ବାତ୍ୟା ଆଶଙ୍କା, ସଚେତନ କଲା ପ୍ରଶାସନ

ଦାରିଙ୍ଗବାଡ଼ି,୧୭।୫(ଡି.ଏନ.ଏ)- ବାତ୍ୟା ଅମ୍ଫନ୍‌କୁ ନେଇ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଛି। ବହୁ ଲୋକ ଦୁର୍ଗମ ଗ୍ରାମରେ ରହୁଥିବାବେଳେ...

Coronavirus Update


Archives

Model This Week

Why Dharitri