ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ଅନିୟମିତତାରେ ଚାଲିବା ଘଟଣା: ଜିଲାପାଳଙ୍କ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଦେବଗଡ଼, ୯।୧୨(ଡି.ଏନ୍‌.ଏ.) -ସରକାର ଯେଉଁ ଲକ୍ଷ୍ୟ ଉଦ୍ଦେଶ୍ୟ ନେଇ ସମଗ୍ର ଶିକ୍ଷା ଅଭିଯାନ ଆରମ୍ଭ କରିଛନ୍ତି, ତାହା ବର୍ତ୍ତମାନ ବାଟବଣା ସଦୃଶ ହୋଇଛି। ଦେବଗଡ ଜିଲାରେ ଅନିୟମିତତାରେ ଚାଲିଥିବା ସର୍ବଶିକ୍ଷା ଅଭିଯାନରୁ ଏହା ପ୍ରମାଣିତ ହୋଇଛି। ଜିଲାର ପୁରୁଣାଗଡସ୍ଥିତ ସମଗ୍ର ଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କ କାର୍ଯ୍ୟାଳୟରେ କର୍ମଚାରୀମାନେ ଇଛା ଅନୁସାରେ କାର୍ଯ୍ୟ କରୁଥିବାରୁ ଯୋଜନା କିଭଳି ଚାଲିଥିବ ଜଣାପଡ଼ୁଛି। ଏଠାରେ ମନଇଛାରେ ଅଫିସ ଚାଲିଛି। କେତେଜଣ କର୍ମଚାରୀଙ୍କୁ ଛାଡିଦେଲେ ଅନ୍ୟମାନେ ସରକାରଙ୍କ ସମୟ ସାରଣୀ ମାନୁନାହାନ୍ତି। ନିର୍ଦ୍ଧାରିତ ସମୟରେ ଅଫିସ ଆସୁନାହାନ୍ତି। କିଏ କେତେବେଳେ ଆସୁଛନ୍ତି, କିଏ କେତେବେଳେ ଯାଉଛନ୍ତି ତାର କିଛି ଠିକଣା ନାହିଁ। ଏହି କାର୍ଯ୍ୟାଳୟରେ କର୍ମଚାରୀ ନିୟମିତ ନ ଆସିବା, ପୋଷାକ କିଣାରେ ପିସି କାରବାର ହେବା ଆଦି ବିଭିନ୍ନ ପ୍ରକାର ଅନିୟମିତତା ହୋଇଚାଲିଛି। ଏ ସମ୍ପର୍କରେ ଧରିତ୍ରୀରେ ଅକ୍ଟୋବର ୧୯ରେ ଅନୁସନ୍ଧାନ ମୂଳକ ଖବର ପ୍ରକାଶ ପାଇଥିଲା। ଜିଲାପାଳ ସୁଧାଂଶୁ ମୋହନ ସାମଲ ସେହି ଅକ୍ଟୋବର ୧୯ରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟକୁ ଯାଇ ତଦନ୍ତ କରି ଫେରିଥିଲେ। ଜିଲାପାଳ ଡ଼ିଆଇପିଆର୍‌ଓଙ୍କ ଜରିଆରେ ରିପୋର୍ଟ ମଧ୍ୟ ମାଗିଥିଲେ। ତେବେ ତଦନ୍ତ ଓ ରିପୋର୍ଟ ମାଗିବା ମଧ୍ୟରେ ସୀମିତ ରହିଛି କାର୍ଯ୍ୟାନୁଷ୍ଠାନ। ଜିଲାପାଳଙ୍କ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଶୂନ ହୋଇଥିବାରୁ କାର୍ଯ୍ୟାଳୟର ଅବସ୍ଥା ଯଥା ପୂର୍ବଂ ତଥା ପରଂ। ଏଠାରେ ଚାଲିଥିବା ଅନିୟମିତତାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବାରୁ ଏହା ଉପରେ ଶିକ୍ଷା ସଚିବ, ୫-ଟି ସଚିବ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାର ଜରୁରୀ ଆବଶ୍ୟକତା ରହିଛି। ଜିଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜକ (ଡ଼ିପିସି) ଦାୟିତ୍ୱରେ ଥିବା ପ୍ରଦୋଷ ନାୟକ କହିଲେ, ରିପୋର୍ଟ ମଗାଯାଇଥିଲା ପଦକ୍ଷେପ ନିଆଯିବ। କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ନୋଟିସ ମଧ୍ୟ କରାଯାଇଛି।
ଖବର ନେବାରେ ଜଣାଯାଏ ଯେ, ଉକ୍ତ କାର୍ଯ୍ୟାଳୟରେ ୧୭ଜଣ କର୍ମଚାରୀଙ୍କ ମଧ୍ୟରୁ ୩ ଜଣ ଫିଲ୍ଡ କର୍ମଚାରୀ। ଡ଼ିପିସି ପଦବୀ ଖାଲି ପଡ଼ିଛି। ଜିଲା ଶିକ୍ଷା ଅଧିକାରୀ (ଡ଼ିଇଓ) ପ୍ରଦୋଷ ନାୟକ ଡିପିସି କାର୍ଯ୍ୟାଳୟର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ସେ ଦୁଇଟା କାର୍ଯ୍ୟାଳୟ ଦାୟିତ୍ୱରେ ଥିବାରୁ ଠିକ ଭାବେ ସମୟ ଦେଇପାରୁ ନାହାନ୍ତି। ତେଣୁ ଡିପିସି କାର୍ଯ୍ୟାଳୟ ଅଧିକାରୀ ଶୂନ୍ୟ ଭାବେ ଚାଲିଛି। ତେଣୁ ଅନ୍ୟ କର୍ମଚାରୀମାନେ କାହାକୁ ଭୟ ନ ଥିବାରୁ ଇଛା ମୁତାବକ ଆସୁଛନ୍ତି। ଏଠାରେ ବାୟମେଟ୍ରିକ୍ସ୍‌ (କମ୍ପ୍ୟୁଟର ଉପସ୍ଥାନ)ଥାଇ ମଧ୍ୟ ତାହାକୁ ଖରାପ କରିଦିଆଯାଇଥିବା ଅଭିଯୋଗ ହେଉଛି। କେଉଁ କର୍ମଚାରୀ ଆସୁଛନ୍ତି ଦିନ ୧୧ଟାରେ ତ ଆଉ କିଏ ଆସୁଛନ୍ତି ୧୨ଟାରେ। କେହି କେହି ୩ ରୁ ୪ ଦିନରେ ଥରେ କାର୍ଯ୍ୟାଳୟ ଆସି ଉପସ୍ଥାନ ଖାତାରେ ସବୁଦିନର ଦସ୍ତଖତ କରୁଥିବା ଜଣାପଡୁଛି। ଏହି କାର୍ଯ୍ୟାଳୟର କେତେକ କର୍ମଚାରୀ ଠିକ୍‌ ସମୟରେ କାର୍ଯ୍ୟାଳୟ ଆସୁ ନ ଥିବା ଓ ଛାତ୍ରୀଛାତ୍ରଙ୍କୁ ଯୋଗାଣ ହେଉଥିବା ପୋଷାକ ବ୍ୟବସାୟରେ ଲିପ୍ତ ରହି ମାଲାମାଲ ହେଉଥିବା ଅଭିଯୋଗ ହୋଇଛି। ଡିପିସି କାର୍ଯ୍ୟାଳୟରେ କର୍ମଚାରୀ ହୋଇଥିବାରୁ ବିଭିନ୍ନ ସ୍କୁଲକୁ ଡ଼ରାଇ ଏଭଳି କାମ କରୁଥିବା କୁହାଯାଉଛି। ଡ଼ିପିସି କାର୍ଯ୍ୟାଳୟର କେତେ ଜଣ କର୍ମଚାରୀଙ୍କ ବାପା, ଭାଇ ସମ୍ପର୍କୀୟ ପୋଷାକ ବ୍ୟବସାୟରେ ଲିପ୍ତ ଥିବାରୁ ଏମାନେ ସହଯୋଗ କରି ବିଦ୍ୟାଳୟ ପୋଷାକରୁ ପିସି ନେଉଛନ୍ତି। ଡ଼ିପିସି କାର୍ଯ୍ୟାଳୟର ବାୟମେଟ୍ରିକ୍ସ୍‌ କେମିତି ଖରାପ ହେଲା। ଯଦି ଖରାପ ହେଲା ମରାମତି କଣ ପାଇଁ ହେଉ ନାହିଁ। ଏ ସମ୍ପର୍କରେ ପଚାରିବାରୁ କୌଣସି କର୍ମଚାରୀ ମୁହଁ ଖୋଲୁନାହାନ୍ତି। ଆଜି ପର୍ଯ୍ୟନ୍ତ ଜିଲାର ୧୦୦ରୁ ଅଧିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ପୋଷାକ ବଣ୍ଟନ ହୋଇନାହିଁ। ସମ୍ପୃକ୍ତ ବିଦ୍ୟାଳୟ ଆକାଉଣ୍ଟକୁ ପୋଷାକ ବାବଦରେ ଅର୍ଥ ପଠାଯାଇ ସାରିଥିଲେ ମଧ୍ୟ କାହିଁକି ପୋଷାକ ବଣ୍ଟନ ହୋଇନାହିଁ ତାହା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯାଇନାହିଁ। ପିସି ଭାଗବଣ୍ଟାରେ ଅସୁବିଧା ହେତୁ ପୋଷାକ ବଣ୍ଟନ ହୋଇନାହିଁ ବୋଲି କୁହାଯାଉଛି। ତେଣୁ ଶିକ୍ଷା ସଚିବ, ୫-ଟି ସଚିବ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri