Advertisement

ସମଗ୍ର ବିଶ୍ୱକୁ ‘ନମସ୍କାର’ର ବାର୍ତ୍ତା ଦେଲେ ପ୍ରିୟଙ୍କା

ସାରା ବିଶ୍ୱରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆରମ୍ଭକରି ଖେଳ ଜଗତ ପର୍ଯ୍ୟନ୍ତ ସବୁଆଡେ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି। କରୋନା ଯୋଗୁ ବଡ଼ ବଡ଼ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଫିଲ୍ମର ରିଲିଜ୍‌ ଡେଟ୍‌ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି। ଅନ୍ୟପଟେ କଳାକାରମାନେ ଏଥିରୁ ରକ୍ଷା ପାଇବା ପାଇଁ ତାଙ୍କ ପ୍ରଶଂସକଙ୍କୁ ସାବଧାନ ରହିବାର ଉପାୟ ବତାଉଥିବା ଦେଖିବାକୁ ମିଳୁଛି।
ଇତିମଧ୍ୟରେ ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କରୋନାରୁ ରକ୍ଷା ପାଇବା ପାଇଁ ପ୍ରିୟଙ୍କା ତାଙ୍କ ପ୍ରଶଂସକଙ୍କୁ ଭାରତୀୟ ଶୈଳୀ ଆପଣାଇ ନମସ୍କାର କରିବାକୁ ଉପଦେଶ ଦେଉଛନ୍ତି। ନିଜେ ପ୍ରିୟଙ୍କା ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଭିଡିଓରେ ତାଙ୍କର ଅନେକ ଫଟୋ ରହିଛି। ଯେଉଁଥିରେ ସେ ହାତ ଯୋଡି ନମସ୍କାର କରୁଥିବା ଦେଖିବାକୁ ମିଳୁଛି। ଏହି ଫଟୋଗୁଡିକ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସମୟର। ପ୍ରିୟଙ୍କାଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍‌ ପସନ୍ଦ କରାଯାଉଛି। ମେସେଜ୍‌ରେ ପ୍ରିୟଙ୍କା ଲେଖିଛନ୍ତି, ସମଗ୍ର ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ମଧ୍ୟରେ ଲୋକଙ୍କୁ ଅଭିବାଦନ କରିବାର ଏକ ପୁରୁଣା କିନ୍ତୁ ନୂଆ ଉପାୟ ହେଉଛି ‘ନମସ୍କାର’। ଦୟାକରି ସମସ୍ତେ ସୁରକ୍ଷିତ ରୁହନ୍ତୁ। ପ୍ରିୟଙ୍କାଙ୍କ ଏହି ଭିଡିଓ ଇତିମଧ୍ୟରେ ୨୦ ଲକ୍ଷ ଥର ଦେଖାସରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କୁ ଜୀବନ ଅପେକ୍ଷା ମୃତ୍ୟୁ ଲାଗିଲା ସହଜ: ବଲିଉଡ୍‌ର ୧୦ କ୍ୟାମ୍ପ୍‌ ସ୍ଥିର କରୁଥିଲେ କିଏ ହେବ ହିରୋ ଅବା ଜିରୋ

ମୁମ୍ବାଇ, ୨୧।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଫିଲ୍ମ ଦୁନିଆରେ ଚାଲିଥିବା ବଂଶବାଦର ଖିଅ ଖୋଲିବାରେ ଲାଗିଛି। କିଭଳି ବଲିଉଡ୍‌ର ୧୦ ପ୍ରମୁଖ...

ହାଜର ହେଲେ ଆର୍ଯ୍ୟନ

ମୁମ୍ବାଇ,୫ ।୧୧: କ୍ରୁଜ ଡ୍ରଗ୍ସ ମାମଲାରେ ସର୍ତ୍ତ ମୂଳକ ଜାମିନ ପାଇଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ...

ବଲିଉଡ୍‌ରେ ଡେବ୍ୟୁ କରିବେ ଲୋକପ୍ରିୟ ଶ୍ରୀଲଙ୍କା ଗାୟିକା ୟୋହାନି

ମୁମ୍ବାଇ: ‘ମାନିକେ ମାଗେ ହିତେ’ ଗାଇ ଚର୍ଚ୍ଚାରେ ଥିବା ଶ୍ରୀଲଙ୍କା ଗାୟିକା ୟୋହାନି ଏବେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସୋସିଆଲ ମିଡ଼ିିଆରେ ତାଙ୍କ...

ସ୍ବର ହରାଇବା ଖବରକୁ ଖଣ୍ଡନ କଲେ ଏହି ଲୋକପ୍ରିୟ ଗାୟକ, ମିଥ୍ୟା ତଥ୍ୟ ଦେବାକୁ ନେଇ…

ବମ୍ବେ: ଚର୍ଚ୍ଚାରେ ଲୋକପ୍ରିୟ ଗାୟକ ବାପି ଲେହିରି। ଗତ କିଛି ଦିନ ଧରି ଅସୁସ୍ଥ ଥିବା ସହ ସେ ନିଜର ସ୍ବର ହରାଇଥିବା କୁହାଯାଉଥିଲା। ୬୮...

କ୍ୟାଟ୍ରିନା-ବିକିଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ

ମୁମ୍ବାଇ,୨୫।୭:ବଲିଉଡ ଷ୍ଟାର୍‌ କପଲ୍‌ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକଙ୍କ ନାଁ ମନବିନ୍ଦର ସିଂ।...

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବିଶ୍ୱବାପୀ ଆନ୍ଦୋଳନ ପାଲଟିଲାଣି: ନ୍ୟାୟ ପାଇଁ ଉଠୁଛି ଦାବି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ପାଖାପାଖି ୨ ମାସ ହେଲାଣି। ତାଙ୍କୁ ନ୍ୟାୟ ଦେବା ପାଇଁ ସମଗ୍ର ଦେଶ ଏକାଠି ହୋଇଯାଇଛି।...

ଶାହାରୁଖ୍‌ ଖାନ୍‌ଙ୍କୁ ଚୁପ୍‌ କରିଦେଇଥିଲେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ: ଜାଣନ୍ତୁ କିପରି…

କରୋନା ମହାମାରୀ ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ କାହାଣୀ, ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ମୁକେଶ ଅମ୍ବାନୀଙ୍କ...

ଭାଇରାଲ ହେଉଛି ରାଜୁଙ୍କ ଶେଷ ଭିଡିଓ

ମୁମ୍ବାଇ: ଆଉ ନାହାନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ। ବୁଧବାର ୫୮ ବର୍ଷ ବୟସରେ ଶ୍ରୀବାସ୍ତବଙ୍କ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବରରେ ଚାରିଆଡେ ଶୋକର...

Advertisement
Archives

Model This Week