ସବୁ ସ୍ବାସ୍ଥ୍ୟକେନ୍ଦ୍ରର ଜାତୀୟକରଣ ହେଉ

ନୂଆଦିଲ୍ଲୀ,୧୦।୪(ପି.ଟି.): କରୋନା ମହାମାରୀରୁ ଦେଶ ମୁକ୍ତ ନ ହେବା ପର୍ଯ୍ୟନ୍ତ ସମସ୍ତ ସ୍ବାସ୍ଥ୍ୟସେବା କେନ୍ଦ୍ରକୁ ଜାତୀୟକରଣ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର ହୋଇଛି। ମହାମାରୀର ମୁକାବିଲା ଲାଗି ଭାରତରେ ଯଥେଷ୍ଟ ସରକାରୀ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ନାହିଁ। ତେଣୁ ମାଗଣାରେ କୋଭିଡ୍‌-୧୯ ପରୀକ୍ଷା ସମେତ ଚିକିତ୍ସା ଯୋଗାଇଦେବା ଲାଗି ସବୁ ହସ୍ପିଟାଲ, ସ୍ବାସ୍ଥ୍ୟସେବା ଅନୁଷ୍ଠାନ ଓ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେବାକୁ ପିଟିଶନରେ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ ଦେଶରେ ମହାମାରୀଜନିତ ସଙ୍କଟକୁ ଦୃଷ୍ଟିରେ ରଖି ଘରୋଇ ଲାବରେଟୋରିଗୁଡ଼ିକରେ କରୋନା ପରୀକ୍ଷା ମାଗଣାରେ କରାଯିବା ଉଚିତ ବୋଲି ବୁଧବାର ସୁପ୍ରିମକୋର୍ଟ କହିଥିଲେ। ଘରୋଇ ଲାବରେଟୋରିଗୁଡ଼ିକ କୋଭିଡ୍‌-୧୯ ପରୀକ୍ଷା ଲାଗି ୪୫୦୦ ଟଙ୍କା ନେଉଛନ୍ତି। ଦିଲ୍ଲୀର ଆଇନଜୀବୀ ଅମିତ୍‌ ଦ୍ୱିବେଦୀ ତାଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି, ଉପଯୁକ୍ତ ବଜେଟ ବ୍ୟବସ୍ଥା ନ ଥିବାରୁ ଦେଶର ଜନସ୍ବାସ୍ଥ୍ୟ ବିଭାଗ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏହି ସମୟରେ ଦେଶରେ ଘରୋଇ ସ୍ବାସ୍ଥ୍ୟସେବା ସେକ୍ଟରଗୁଡ଼ିକର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି। କରୋନା ମୁକାବିଲା ଲାଗି ପର୍ଯ୍ୟାପ୍ତ ଚିକିତ୍ସା ଭିତ୍ତିଭୂମି ନ ଥିବାରୁ ଘରୋଇ ହସ୍ପିଟାଲଗୁଡ଼ିକର ସହଯୋଗ ଜରୁରୀ। ବିଶ୍ୱସ୍ତରରେ ମଧ୍ୟ ଏଭଳି ପଦକ୍ଷେପ ନିଆଯାଇଛି। ତେଣୁ କରୋନା ସଂକ୍ରମଣରୁ ଦେଶ ମୁକ୍ତ ହେବା ପର୍ଯ୍ୟନ୍ତ ସମସ୍ତ ଘରୋଇ ହସ୍ପିଟାଲ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟସେବା କେନ୍ଦ୍ରକୁ ଜାତୀୟକରଣ କରିବା ଲାଗି ନିର୍ଦ୍ଦେଶ ଦେବାକୁ ପିଟିଶନରେ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷରେ ପାଞ୍ଚ କୋଟି ନିଯୁକ୍ତି ଦେବାକୁ ଚେଷ୍ଟା କରୁଛନ୍ତି ସରକାର : ଗଡକରି

ନୂଆଦିଲ୍ଲୀ,୧୫।୧୨: ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସରକାର ପାଞ୍ଚ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଗ୍ରାମୀଣ ଶିଳ୍ପଗୁଡିକ ବାର୍ଷିକ ୮୦,୦୦୦...

କଟକ ସହରରୁ ଆଉ ୭୯ କରୋନା ପଜିଟିଭ ଚିହ୍ନଟ: ସ୍ଥାନୀୟ ସଂକ୍ରମିତ ୨୩

କଟକ ଅଫିସ, ୧୮।୮(ବ୍ୟୁରୋ): କଟକ ସରରରୁ ମଙ୍ଗଳବାର ୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧ଜଣ କଣ୍ଟେନମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଥିବା ବେଳେ...

ଆପତ୍ତିଜନକ ଅବସ୍ଥାରେ ପ୍ରେମୀ ଯୁଗଳଙ୍କୁ ଦେଖି ତୁରନ୍ତ ବିବାହ କରାଇଦେଲେ ଗ୍ରାମବାସୀ

ପାଟନା,୧୦।୯: ବିହାରର ସୁପୌଲ ଜିଲାରେ ଏକ ପ୍ରେମୀ ଯୁଗଳଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିବା ପରେ ଗ୍ରାମବାସୀ ରାଗି ଯାଇଥିଲେ। ଆଉ ଏହାର ଫଳ ସ୍ବରୂପ ସେମାନେ...

କରୋନା ଟିକା ନାଚ ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ଥିରୁଭାନନ୍ତପୁରମ୍‌,୧୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ କାର୍ଯ୍ୟ ଜାରି ରହିଛି। ଏପରିସ୍ଥଳେ...

କଂଗ୍ରେସ କଶ୍ମୀରବାସୀଙ୍କ ଭାବନାକୁ ବୁଝି ପାରୁନାହିଁ: ବିକ୍ରମାଦିତ୍ୟ ସିଂ

ନୂଆଦିଲ୍ଲୀ,୨୩ ।୩: ଦେଶ ସ୍ୱାଧିନତା ସମୟରେ ଜମ୍ମୁ-କଶ୍ମୀରର ମହାରାଜା ଥିବା ହରି ସିଂଙ୍କ ନାତି ବିକ୍ରମାଦିତ୍ୟ ସିଂ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତାଙ୍କ...

ସୁରାଟରୁ ଫେରିଲେ ୪୫ ପ୍ରବାସୀ ଓଡ଼ିଆ

ଭଦ୍ରକ ଅଫିସ,୨।୫: ଭଦ୍ରକରେ ଶନିବାର ଭୋର ୩ଟାରୁ ପ୍ରଥମ ପ୍ରବାସୀ ଓଡ଼ିଆ ଆସି ପହଞ୍ଚିଛନ୍ତି। ନିଜ ଖର୍ଚ୍ଚରେ ଦୀର୍ଘ ୩ ଦିନର ବସ୍‌ ଯାତ୍ରା ପରେ...

ଆମିରଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୩ ।୭: ମଧ୍ୟପ୍ରଦେଶ ମନ୍ଦସୌରର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍ ପି ସୁଧୀର ଗୁପ୍ତା ଏକ ବିବାଦୀୟ ବୟାନ ଦେଇଛନ୍ତି । ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ...

ଏନ୍‌ଆର୍‌ଆଇଙ୍କୁ ମତଦାନ ଅଧିକାର: କେନ୍ଦ୍ରକୁ ରିପୋର୍ଟ ତଲବ

ନୂଆଦିଲ୍ଲୀ,୧୮ା୮: ବିଦେଶରେ ରହୁଥିବା ଭାରତୀୟ (ଏନ୍‌ଆର୍‌ଆଇ)ମାନଙ୍କୁ ଦେଶରେ ମତଦାନ ଅଧିକାର ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଛି। ସିଜେଆଇ ଏନ୍‌.ଭି....

Advertisement
Archives

Model This Week