ସବୁ ଜିଲାରେ କୋଭିଡ୍‌-୧୯ ହସ୍ପିଟାଲ

ଭୁବନେଶ୍ୱର,୧।୪(ବ୍ୟୁରୋ)/ ଝାରସୁଗୁଡ଼ା ଅଫିସ୍‌: ରାଜ୍ୟର ସବୁ ଜିଲାରେ କୋଭିଡ୍‌-୧୯ ହସ୍ପିଟାଲ ସ୍ଥାପନ ହେବ। ଏଥିପାଇଁ ବିଭିନ୍ନ ଘରୋଇ ହସ୍ପିଟାଲ ସହଯୋଗରେ ଯୁଦ୍ଧକାଳୀନ ଭିତ୍ତିରେ ଏହା କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ଝାରସୁଗୁଡ଼ାଠାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ୧୯ ହସ୍ପିଟାଲ ହେବ। ଏନେଇ ଝାରସୁଗୁଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ବସିଥିଲା। କେୟାର ଓ ବିକାଶ ହସ୍ପିଟାଲ ସହ ଏନେଇ ଆଲୋଚନା ହୋଇ ନିଷ୍ପତ୍ତି ନିଆଯାଇଛି। ସେହିଭଳି ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲା ସମେତ ରାଜ୍ୟର ଅନ୍ୟ ଜିଲାରେ ମଧ୍ୟ କୋଭିଡ୍‌ ୧୯ ହସ୍ପିଟାଲ ବ୍ୟବସ୍ଥା କରାଯିବ। ଏହାକୁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ତଦାରଖ କରିବେ। ଅନ୍ୟପକ୍ଷରେ ଆବଶ୍ୟକ ପରିମାଣର ପିପିଇ, ମାସ୍କ ସମେତ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଶୀଘ୍ର ଯୋଗାଇ ଦେବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପାଖରେ ଦାବି କରାଯାଇଛି ବୋଲି ମନ୍ତ୍ରୀ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ସଂରକ୍ଷଣ ନେଇ ରାଜ୍ୟପାଳଙ୍କୁ ଫେରାଦ

ଭୁବନେଶ୍ୱର, ୨୯।୧(ବ୍ୟୁରୋ): ବେକାରୀ ସମସ୍ୟା, ଓବିସି ସଂରକ୍ଷଣ ଓ ଜାତି ଜନଗଣନାକୁ ନେଇ ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏକ ସ୍ମାରକପତ୍ର...

ଆଦିତ୍ୟ ମୃତ୍ୟୁ ମାମଲା: ସେବାଶ୍ରମରେ କ୍ରାଇମ୍‌ବ୍ରାଞ୍ଚର ଖୋଳତାଡ଼

ଭୁବନେଶ୍ୱର,୨।୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଶନିବାର କ୍ରାଇମ୍‌ବ୍ରାଞ୍ଚର ୪ ଜଣିଆ ଟିମ୍‌ ସୁନ୍ଦରପଦାସ୍ଥିତ ପିପୁଲ ଫର୍‌ ସେବାଶ୍ରମକୁ ଯାଇ ଛାନଭିନ୍‌ କରିଛି। ସେବାଶ୍ରମରେ...

ଘରେ ଓମିକ୍ରନ୍‌ ସଂକ୍ରମଣର ଅଧିକ ଆଶଙ୍କା…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ର ସଂକ୍ରମଣ ବଢ଼ିବାରେ ଲାଗିଛି। ତେବେ ବାହାର ତୁଳନାରେ ଘରେ ଓମିକ୍ରନ୍‌ ସଂକ୍ରମଣର ଅଧିକ ବିପଦ...

ଗେମ୍‌ ଖେଳିବା ପାଇଁ ମୋବାଇଲ ନ ଦେବାରୁ ସାଙ୍ଗକୁ ହତ୍ୟା

କୋରାପୁଟ,୧୫।୪(ସ୍ବ.ପ୍ର.): କୋରାପୁଟ ଜିଲା ଟାଉନ ଥାନା ଅଧୀନ ମସିପୁଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଫ୍ରି ଫାୟାର ଖେଳକୁ ନେଇ ଜଣେ ନାବାଳକଙ୍କୁ ହତ୍ୟା...

୧୮ ସୁଦ୍ଧା ୧୯ ଖଣିର ନିଲାମ ଶେଷ ଲକ୍ଷ୍ୟ: ଆର୍ସେଲର ମିତ୍ତଲକୁ ଠାକୁରାଣୀ ଖଣି

ଭୁବନେଶ୍ୱର,୪ା୨(ବ୍ୟୁରୋ): କେନ୍ଦୁଝର ଜିଲାରେ ଥିବା ଠାକୁରାଣୀ ଲୁହାପଥର ଖଣିକୁ ହାତେଇବାରେ ଆର୍ସେଲର ମିତ୍ତଲ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ସଫଳ ହୋଇଛି। ଖଣିର ଲୁହାପଥର ବିକ୍ରି ମୂଲ୍ୟର...

ଓମିକ୍ରନକୁ ହରାଇଲା ଦେଢ ବର୍ଷର ଶିଶୁ କନ୍ୟା

ପୁଣେ,୧୨ ।୧୨: ମହାରାଷ୍ଟ୍ର ପୁଣେ ଜିଲାର ପିମ୍ପରି-ଚିଂଚୱଡ ଅଞ୍ଚଳରେ ନିକଟରେ କରୋନା ଭାଇରସର ଓମିକ୍ରନ୍ ଦ୍ୱାରା ସଂକ୍ରମିତ ଦେଢ ବର୍ଷର ଶିଶୁ କନ୍ୟା ଏବେ ସୁସ୍ଥ...

ଦନ୍ତା ହାତୀ ଆକ୍ରମଣରେ ଜେଜେମା ମୃତ, ନାତୁଣୀ ଗୁରୁତର

ବେତନଟୀ, ୨୦।୬(ଡି.ଏନ୍‌.ଏ): ମୟୁରଭଞ୍ଜ  ଜିଲା ବେତନଟୀ ବନାଞ୍ଚଳ ଅଧିନ ଯୁଗୋଳ ପଞ୍ଚାୟତର ହଳଦୀପଦା ଗଁାରେ ବୁଧବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ୨ ଜଣଙ୍କୁ ଆକ୍ରମଣ...

କରୋନା ଉତ୍ପତ୍ତି ତଥ୍ୟ ଇଣ୍ଟରନେଟରେ ଜାରି କରି ହଟାଇବା ମାମଲା: ଚାଇନାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଜବାବ ତଲବ…

ବେଜିଂ,୧୮।୩ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କରୋନାଭାଇରସର ଉତ୍ପତ୍ତି ବିଷୟରେ ବୈଜ୍ଞାନିକ ଅନୁସନ୍ଧାନକୁ ଅବରୋଧ କରିଥିବାରୁ ଚାଇନା କର୍ତ୍ତୃପକ୍ଷଙ୍କୁ ତାଗିଦ କରିଛି। ଚାଇନା କର୍ତ୍ତୃପକ୍ଷଙ୍କୁ ମଧ୍ୟ...

Advertisement
Archives

Model This Week