ସବୁ ଗରିବଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉ: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ, ସବୁ ଗରିବଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉ। ଦିନକ ପୂର୍ବରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ରାଜ୍ୟ ସରକାରଙ୍କ ନିକଟରେ କରିଥିବା ଦାବିକୁ ସେ ଦୋହରାଇଛନ୍ତି। କେନ୍ଦ୍ରମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଲକ୍‌ଡାଉନ ସମୟରେ ବିଭିନ୍ନ ରାଜ୍ୟର ଏନ୍‌ଜିଓ, ପ୍ରଶାସନିକ ଅଧିକାରୀ ଏବଂ ସ୍ବେଚ୍ଛାସେବୀମାନଙ୍କ ସହ ଯୋଗାଯୋଗ ରହୁଛି। ସେହିଭଳି ଓଡ଼ିଶାରେ ଏହି କ୍ଷେତ୍ରରେ ରହି କାର୍ଯ୍ୟ କରୁଥିବା ଲୋକଙ୍କ ସହିତ ମଧ୍ୟ ଆଲୋଚନା କରିଛି। ଅନେକ ଗରିବ ଲୋକ ଏହି ସମୟରେ ଖାଇବାକୁ ପାଉନାହାନ୍ତି। ସେହିପରି ବହୁ ଗରିବ ପରିବାର ଅଛନ୍ତି ଯେଉଁମାନେ ରାସନ କାର୍ଡ ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାର ସେମାନଙ୍କୁ ଏହି ସମୟରେ ଚାଉଳ, ଡାଲି ଆଦି ପ୍ରଦାନ କରନ୍ତୁ। ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ଗରିବଙ୍କୁ ଚିହ୍ନଟ କରି ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ତୁରନ୍ତ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ବାହୁସ୍ଫୋଟ ମାରି ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ: ଲୁଟ୍‌ ଗହଣାରେ ବାନ୍ଧବୀଙ୍କୁ ଖୁସି କରୁଥିଲେ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଲୁଟ୍‌ ପାଇଁ ତୁଳସୀ ଦେଈ ନାମକ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିଲା। ୫ ମାସ ପରେ ଏହି...

ପେଟ୍ରୋଲ ୨୬, ଡିଜେଲ ୩୬ ପଇସା ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୫: କରୋନା ମହାମାରୀ ସମୟରେ କ୍ରମାଗତ ଭାବେ ଦେଶରେ ତୈଳ ଦର ବୃଦ୍ଧି ପାଉଛି। ଗତ ୨ଦିନର ବିରତି ପରେ ପୁଣି ଥରେ ଏହା ବଢିଛି।...

ପିଲାଙ୍କୁ ଛାଡ଼ିବାକୁ ୬୨% ଅଭିଭାବକ ଅମଙ୍ଗ

ନୂଆଦିଲ୍ଲୀ, ୨୫ା୮: ମହାମାରୀ କରୋନା ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବାବେଳେ ସେପ୍ଟେମ୍ବର ୧ରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲ ଖୋଲିବା ଲାଗି ଯୋଜନା କରୁଛନ୍ତି। ହେଲେ...

ଡାକ୍ତର ହେବ ତ ଏମିତି: ରାସ୍ତାରେ ଛଟପଟ ହେଉଥିବା ରୋଗୀଙ୍କୁ ନେଲେ ଡାକ୍ତରଖାନା, ଛୁଟୁଛି ପ୍ରଶଂସାର ସୁଅ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଡାକ୍ତର ଭଗବାନଙ୍କ ସମତୂଲ୍ୟ ବୋଲି କୁହାଯାଏ। ତେବେ ଅନେକ ସମୟରେ ଡାକ୍ତରଙ୍କ ଅବହେଳା କାରଣରୁ ରୋଗୀର ଜୀବନ ମଧ୍ୟ ଚାଲିଯାଏ। ହେଲେ ଏହାର ଏକ...

ମହିଳାଙ୍କୁ ଅଟୋରେ ଅପହରଣ ପରେ ଅସଦାଚରଣ ଘଟଣା: କନ୍‌ଷ୍ଟେବଳ ସମେତ ୩ ଗିରଫ

ଭୁବନେଶ୍ୱର,୩ା୬(ବ୍ୟୁରୋ): ଖାକିରେ ପୁଣି ଲାଗିଲା ଦାଗ। ମହିଳାଙ୍କୁ ଥାନାରେ ଛାଡ଼ି ଦେବାକୁ କହି ଖଣ୍ଡଗିରି ପିସିଆର କନ୍‌ଷ୍ଟେବଳ ଓ ତାଙ୍କର ଦୁଇ ସହଯୋଗୀ ଅଟୋରେ ଅପହରଣ...

ପ୍ରଶାସନ ନ ଶୁଣିବାରୁ ଛତିଶଗଡ଼ ମୁହାଁ ହେଲେ ସୀମାନ୍ତବାସୀ

ବରଗଡ଼ ଅଫିସ୍‌,୨୮।୨: ଛତିଶଗଡ଼ ସୀମାନ୍ତ ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଚର୍ଦ୍ଦାପାଲି ଗ୍ରାମକୁ ମୌଳିକ ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଅଞ୍ଚଳବାସୀଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ,...

୧୨ ମାସ ହେଲା ବୃଦ୍ଧାଙ୍କୁ ମିଳୁନି ଭତ୍ତା, ରାଶନ ସାମଗ୍ରୀ

ନୂଆଗାଁ, ୧୨ା୨ (ଡି.ଏନ.ଏ.) : ଦାରିଦ୍ର୍ୟର ସୀମାରେଖା ତଳେ ରହୁଥିବା ଗରିବ ଲୋକଙ୍କୁ ଖାଦ୍ୟ ଦେବାକୁ ୫ କେଜି ରାଶନ ଯୋଗାଇ ଦେଉଛନ୍ତି। ସେହିପରି ବାର୍ଦ୍ଧକ୍ୟ...

ପିପିଲି ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ୫୯.୭୨% ମତଦାନ

ପୁରୀ ଅଫିସ,୩୦।୯: ପିପିଲି ଉପନିର୍ବାଚନକୁ ନେଇ ଗୁରୁବାର ମତଦାନ ଜାରି ରହିଛି। ଦିନ ୩ଟା ସୁଦ୍ଧା ୫୯.୭୨% ମତଦାନ ହୋଇଛି। ପୂର୍ବରୁ ସକାଳ ୯ଟା ସୁଦ୍ଧା...

Advertisement
Archives

Model This Week