ସବୁ କୋଭିଡ୍‌ ହସ୍ପିଟାଲରେ ସିସିଟିଭି ଲଗାଅ

ନୂଆଦିଲ୍ଲୀ,୨୦ା୬(ଆଇଏଏନ୍‌ଏସ୍‌): କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସମସ୍ତ କୋଭିଡ୍‌ ହସ୍ପିଟାଲରେ ସିସିଟିଭି କ୍ୟାମେରା ଲଗାଇବା ଦିଗରେ ରାଜ୍ୟ ସରକାରମାନେ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ନାରାୟଣ (ଏଲ୍‌ଏନ୍‌ଜେପି) ହସ୍ପିଟାଲ ଏହାର ସମସ୍ତ ଓ୍ବାର୍ଡରେ ସିସିଟିଭି ଲଗାଇଥିବାରୁ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଜଷ୍ଟିସ୍‌ ଅଶୋକ ଭୂଷଣ, ସଞ୍ଜୟ କିଶନ କୌଲ ଏବଂ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ। ଏହା ହସ୍ପିଟାଲ ପରିଚାଳନା ସମେତ ରୋଗୀ ଯତ୍ନ ନେବାରେ ସ୍ବଚ୍ଛତାକୁ ସୁନିଶ୍ଚିତ କରିବ। କୋଭିଡ୍‌-୧୯ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ଓ ହସ୍ପିଟାଲରେ ମୃତଦେହଗୁଡ଼ିକର ଠିକ୍‌ ପରିଚାଳନା ଲାଗି ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଅନେକ ଉପଦେଶ ଦେଇଛନ୍ତି। ଦିଲ୍ଲୀ ସମେତ ସବୁ ରାଜ୍ୟର କୋଭିଡ୍‌ ହସ୍ପିଟାଲରେ ସିସିଟିଭି ଲଗାଇବା ଦିଗରେ ପଦକ୍ଷେପ ନେବା ଲାଗି ମୁଖ୍ୟ ସଚିବମାନେ ପଦକ୍ଷେପ ନେବାକୁ ଅଦାଲତ କହିଥିଲେ। ସେହିପରି କୋଭିଡ୍‌ ପରୀକ୍ଷା ବଢ଼ାଇବା ଦିଗରେ ଉପଯୁକ୍ତ ଗାଇଡ୍‌ଲାଇନ ଜାରି କରିବା ଲାଗି ଖଣ୍ଡପୀଠ କେନ୍ଦ୍ରକୁ ପରାମର୍ଶ ଦେଇଥିଲେ।

କର୍ନାଟକ ରଣନୀତି ଅନୁସରଣ ଲାଗି କେନ୍ଦ୍ରର ପରାମର୍ଶ

ଦେଶରେ ମହାମାରୀ କରୋନା ଭୂତାଣୁର ତାଣ୍ଡବ ଜାରି ରହିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୩.୮୬ ଲକ୍ଷରେ ପହଞ୍ଚିଥିବା ବେଳେ ୧୨,୬୭୭ ଲୋକଙ୍କ ଜୀବନ ଗଲାଣି। କରୋନା ମୁକାବିଲା ନେଇ କେନ୍ଦ୍ର ସରକାର କର୍ନାଟକ ରଣନୀତି ଅନୁସରଣ କରିବାକୁ ଶୁକ୍ରବାର ଅନ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। କରୋନାକୁ ରୋକିବା ଲାଗି ବ୍ୟାପକ ପରୀକ୍ଷା କରାଯିବା, ଫୋନ୍‌ ଜରିଆରେ ଘରକୁ ଘର ସର୍ଭେ କରିବା, ମହାମାରୀ ପରିଚାଳନା ଦକ୍ଷତାର ସହ କରିବା ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କର୍ନାଟକର ଉଦାହରଣ ଦେଇ କହିଛନ୍ତି।
ଦେଶରେ ଶୁକ୍ରବାର ୧୩, ୫୮୬ ନୂଆ ମାମଲା ଦେଖାଦେଇଥିବା ବେଳେ ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରୁଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ଟପିଥିବା ବେଳେ ତାମିଲନାଡ଼ୁ ଓ ଦିଲ୍ଲୀରେ ଯଥାକ୍ରମେ ୫୫ ହଜାର ଓ ୫୦ ହଜାର ସଂକ୍ରମିତ ହେଲେଣି। ଅନ୍ୟ ରାଜ୍ୟଗୁଡ଼ିକରେ ସ୍ଥିତି ଜଟିଳ ହେବାରେ ଲାଗିଛି। ତାମିଲନାଡ଼ୁରେ ଲଗାତର ୩ ଦିନ ହେବ ୨ ହଜାରରୁ ଊର୍ଦ୍ଧ୍ୱ ଭୂତାଣୁ ଆକ୍ରାନ୍ତ ହେବା ଚିନ୍ତା ବଢ଼ାଇଦେଇଛି। ଯଦିଓ ୨ ଲକ୍ଷ ୮ ହଜାରରୁ ଅଧିକ ଲୋକ ସୁସ୍ଥ ହେଲେଣି, ତଥାପି ଉଗ୍ର ସଂକ୍ରମଣ ସ୍ଥିତି ଲାଗି ରହିଛି। ରାଜସ୍ଥାନରେ ୧୪ ହଜାର, ଗୁଜରାଟରେ ୨୫ ହଜାର, ଉତ୍ତରପ୍ରଦେଶରେ ୧୫ ହଜାର, ପଶ୍ଚିମବଙ୍ଗରେ ୧୨ ହଜାର ଓ ମଧ୍ୟପ୍ରଦେଶରେ ୧୧ ହଜାରରୁ ଅଧିକ ରୋଗୀ ରହିଛନ୍ତି। ତେଣୁ ଏହାର ମୁକାବିଲା ଲାଗି ସମସ୍ତେ ସତର୍କ ଓ ସଚେତନ ରହିବା ଲାଗି କେନ୍ଦ୍ର ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଭୀତ ହେବାର ଆବଶ୍ୟକତା ନାହିଁ

ବେଙ୍ଗାଲୁରୁ,୨।୧୨: ଗୁରୁବାର ପ୍ରଥମ ଥର ପାଇଁ ଦେଶରେ କୋଭିଡ୍‌-୧୯ର ଓମିକ୍ରନ ଭାରିଆଣ୍ଟାରେ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଶ୍ୱର ୩୦ତମ ଦେଶ ଭାବେ...

ଭାରତର କଡ଼ା ଜବାବ: ନିୟନ୍ତ୍ରଣ ରେଖାରେ ୧୦ରୁ ଅଧିକ ପାକିସ୍ତାନୀ ସୈନ୍ୟଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୫।୮: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି। ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ପାକିସ୍ତାନୀ ସୈନ୍ୟ ଭାରତୀୟ ସେନାଙ୍କ...

ଆଗାମୀ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ସକରାତ୍ମକ ହେବ: ଆରବିଆଇ ଗଭର୍ନର

ନୂଆଦିଲ୍ଲୀ,୪।୧୨: ଆସନ୍ତା ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ନକାରାତ୍ମକରୁ ସକରାତ୍ମକକୁ ଫେରିବ ବୋଲି ଆଶା କରାଯାଉଥିବା ଆରବିଆଇ ଗଭନର୍ର୍ର ଶକ୍ତିକାନ୍ତ ଦାସ କହିଛନ୍ତି। ସେ କହିଛନ୍ତି...

ପୋଲିସ ଉପରକୁ ପଥର ମାଡ଼ କଲେ ୟାସିନଙ୍କ ସମର୍ଥକ

ଶ୍ରୀନଗର,୨୫।୫: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଜମ୍ମୁ-କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ଏକ କୋର୍ଟ ପକ୍ଷରୁ ତାଙ୍କୁ...

ବଢି ବଢି ଚାଲିଛି କରୋନା ପଜିଟିଭ: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪

ଭୁବନେଶ୍ୱର,୯।୫ (ବ୍ୟୁରୋ)- ରାଜ୍ୟରେ ପୁଣି ୧୪ ଜଣକରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪ରେ ପହଁଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ୧୨,...

୨୧ କେନ୍ଦ୍ରୀୟ ବିଦ୍ୟାଳୟ ଗୃହ ଅସୁରକ୍ଷିତ

ନୂଆଦିଲ୍ଲୀ,୨୪ା୭(ପି.ଟି.): ଦେଶରେ ଚାଲିଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରୁ ୨୧ଟିର ଶ୍ରେଣୀଗୃହ ଅସୁରକ୍ଷିତ ରହିଛି। ଏଗୁଡ଼ିକ ସମ୍ପୂର୍ଣ୍ଣ କିମ୍ବା ଆଂଶିକଭାବେ ଅସୁରକ୍ଷିତ ଥିବାରୁ ଏଠାରେ ପାଠ ପଢ଼ାଯାଇ...

ଛତିଶଗଡ଼ର ନବମ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ

ରାୟପୁର,୨୪।୨: ଛତିଶଗଡ଼ର ରାଜଧାନୀ ରାୟପୁରର ରାଜଭବନରେ ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡ଼ର ନବମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ଛତିଶଗଡ଼ ହାଇକୋର୍ଟ ପ୍ରଧାନ ବିଚାରପତି ଅରୁପ...

ରାତିରେ ସେଓ ଖାଇଲେ କ’ଣ ହୁଏ …

ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ତେବେ ଏହାକୁ ଦିନର କେତେକ ନିର୍ଦ୍ଦିଷ୍ଟ ସମୟରେ ଖାଇବା ଆବଶ୍ୟକ।  ଦିନରେ ଖାଦ୍ୟ ଖାଇ ସାରିବାର ଅଧଘଣ୍ଟା କିମ୍ବା...

Advertisement
Archives

Model This Week