ସଫେଇ କର୍ମଚାରୀଙ୍କୁ ପାଣି, ଫୁଲ ପକାଇ ସମ୍ମାନିତ

ଜଟଣୀ ୨୧ା୪(ଡି.ଏନ.ଏ.): କରୋନା ସଂକ୍ରମଣ ରୋକିବାରେ ଅଗ୍ରଦୂତ ସାଜିଥିବା ଡାକ୍ତର, ନର୍ସ, ପୋଲିସ ଓ ସଫେଇ କର୍ମଚାରୀ ଜୀବନକୁ ବାଜି ଲଗାଇଛନ୍ତି। ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ସେବାରେ ଲାଗି ପଡିଥିବା ଜଟଣୀ ମ୍ୟୁନିସିପାଲିଟି ଅଞ୍ଚଳରେ କାର୍ଯ୍ୟରତ ୧୦୦ରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀଙ୍କୁ ଏଠାରେ ଥିବା ସୁରକ୍ଷା ମଞ୍ଚ ସଙ୍ଗଠନ ପକ୍ଷରୁ ଅଭିନବ ଢଙ୍ଗରେ ଉତ୍ସାହିତ କରାଯାଇଥିଲା। ସଙ୍ଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ସୋମବାର ଭୋରରୁ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସେଠାରେ ସଫେଇ କର୍ମଚାରୀମାନଙ୍କ ପାଦରେ ପାଣି ଓ ମସ୍ତକରେ ଫୁଲ ପକାଇବା ସହ ଗାମୁଛା ପ୍ରଦାନ କରି ସମ୍ମାନିତ କରିଥିଲେ। ସେମାନଙ୍କୁ ଶୁଖିଲା ଖାଦ୍ୟପୁଡ଼ିଆ ବଣ୍ଟନ କରିଥିଲେ। ଏ ନେଇ ସଙ୍ଗଠନର ଆବାହକ ଶିବ ମହାନ୍ତି କୁହନ୍ତି, କରୋନା ଭୂତାଣୁ ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ କରିଛନ୍ତି। ଭୂତାଣୁ ସଂସ୍ପର୍ଶରେ କେହି ଯେପରି ନ ଆସିବେ ସେଥିପାଇଁ ସୁରକ୍ଷିତ ଭାବେ ଘରେ ରହିବାକୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ହେଲେ ପିଲାଛୁଆଙ୍କୁ ଘରେ ଛାଡ଼ି ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଏହି ସଫେଇ କର୍ମଚାରୀମାନେ ଭୋରରୁ ଘରୁ ବାହାରି ପଡ଼ନ୍ତି। କାମସାରି ମଧ୍ୟାହ୍ନ ୧୨ଟା ବେଳକୁ ଘରକୁ ଫେରନ୍ତି। ଏଣୁ ସେମାନଙ୍କୁ ଉତ୍ସାହିତ କରିବାକୁ ସମ୍ମାନିତ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ବାଲେଶ୍ୱର ଗସ୍ତ: ‘ମୋ ସରକାରକୁ’ କ୍ରିୟାଶୀଳ ଲାଗି ସମୀକ୍ଷା

ବାଲେଶ୍ୱର ଅଫିସ,୪।୨: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ମଙ୍ଗଳବାର ବାଲେଶ୍ୱର ଗସ୍ତ କରିଛନ୍ତି। ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲାରେ ଅପରାଧ ହ୍ରାସକରିବା ବିଶେଷ କରି...

ଲକ୍‌ ଡାଉନରେ ଭୁଲିଆଙ୍କ କୌଳିକ ବୃତ୍ତି ଠପ୍‌: ଦୁଃଖ ଦୁର୍ଦ୍ଦଶାରେ ପରିବାର

ମନମୁଣ୍ଡା, ୧୯।୪ (ଡି.ଏନ.ଏ.)- ଲାଭ ମିଳୁ ନ ମିଳୁ, କାମ ଛୋଟ ହେଉକି ବଡ କେହି ନିଜର କୌଳିକ ବୃତ୍ତିରୁ ବିଚ୍ୟୁତ ହେବାକୁ ଚାହାନ୍ତି ନାହିଁ...

ପିପିଲିରେ ଚାଲିଲା ଅସ୍ଥାୟୀ ହାଟ

ପିପିଲି,୨୮ା୩(ସ୍ବ.ପ୍ର./ ଡି.ଏନ୍‌.ଏ.) ପିପିଲି ହାଟରେ ସାମାଜିକ ଦୂରତ୍ୱ ରହୁ ନ ଥିବାରୁ ଏହାକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। କିନ୍ତୁ ଶୁକ୍ରବାରଠାରୁ ସ୍ଥାନୀୟ ଇନ୍ଦିରା ମୈଦାନ...

ଭାଜପାର ‘ସଦସ୍ୟତା ଅଭିଯାନ’, ସାମିଲ ହେବେ ୧୦ ଲକ୍ଷ ଯୁବକ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଭାଜପା ପକ୍ଷରୁ ସଂଗଠନ ପର୍ବ ‘ସଦସ୍ୟତା ଅଭିଯାନ’ ଆରମ୍ଭ କରାଯାଇଛି। ଏଥିରେ ଦେଶ ତଥା ରାଜ୍ୟର ଯୁବପୀଢ଼ୀଙ୍କୁ ସାମିଲ କରାଯିବ। ନୂଆ ଭାରତ ତଥା...

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟା(ସାଇକ୍ଲୋନିକ ଷ୍ଟର୍ମ) ରୂପ ନେବାର...

ସଚିବଙ୍କ ନିର୍ଦ୍ଦେଶ ପରେ ବିଭାଗୀୟ ତତ୍ପରତା

ଯାଜପୁର ଅଫିସ,୧।୨: ଯାଜପୁର ଜିଲା ସୁକିନ୍ଦା ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣରେ ହୋଇଥିବା ଅନିୟମିତତା ସଂକ୍ରାନ୍ତରେ ବିଭାଗୀୟ ତତ୍ପରତା ଦେଖିବାକୁ ମିଳିଛି। ଓଡ଼ିଶା ସରକାର ପଞ୍ଚାୟତିରାଜ...

ଲଗାଣ ବର୍ଷାରେ ଭାଙ୍ଗିଲା ଘର, କାନ୍ଥ ପଡ଼ି ୨ ଗାଈ ମୃତ

ଦାରିଙ୍ଗବାଡ଼ି,୧୧ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି। ରବିବାର ଭ୍ରମରବାଡ଼ି ପଞ୍ଚାୟତ ପୁଡ଼ିରାଜଲା ଗ୍ରାମରେ ଏକ ଘର ଭାଙ୍ଗିଯିବାରୁ କାନ୍ଥ...

ରାଜ୍ୟରେ ୧୧ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୪।୪(ବ୍ୟୁରୋ) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୭ ଜଣ କ୍ୱାରେଣ୍ଟାଇନ୍‌ରୁ ଥିବା...

Advertisement
Archives

Model This Week