ସଫାରି ପାର୍କରେ ଡାଇନୋସରସ୍‌ ମେଳରେ ବୁଲିବେ ଲୋକେ !

ଇଡେନବର୍ଗ,୮।୩: ଲକ୍ଷ ଲକ୍ଷ ବର୍ଷ ତଳେ ପୃଥିବୀ ପୃଷ୍ଠରୁ ଲୋପ ପାଇଥିବା ଡାନୋସରସ୍‌ଙ୍କ ମେଳରେ ବୁଲିବା ସେମାନଙ୍କର ଭୟଙ୍କର ଶବ୍ଦ ଶୁଣିବା ଏବେ ସମ୍ଭବ ହୋଇପାରିବ। କେନ୍ଦ୍ରୀୟ ସ୍କଟଲାଣ୍ଡର ଏକ ସଫାରି ପାର୍କରେ ବିଭିନ୍ନ ପ୍ରଜାତିର ଡାଇନୋସରସ୍‌ଙ୍କ ପ୍ରତିକୃତି ସ୍ଥାପନ କରାଯାଇଛି। ସ୍ଥାନୀୟ ଷ୍ଟ୍ରିଲିଙ୍ଗ୍‌ ସ୍ଥିତ ବ୍ଲେଆର ଡ୍ରୁମୋଣ୍ଡ ସଫାରି ପାର୍କ କର୍ତ୍ତୃପକ୍ଷ ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ପାର୍କର ୧୦୦୦ ବର୍ଗ ମିଟର ପରିମିତ ଅଞ୍ଚଳରେ ୨୦ଟି ଡାଇନୋସରସ୍‌ ମଡେଲ ସ୍ଥାପନ କରାଯାଇଛି। ସେଥିମଧ୍ୟରେ ଭେଲୋସିରାପଟୋର୍‌, ଡାଇପ୍ଲୋଡୋକସ୍‌ ଏବଂ ଟି-ରେକ୍ସ୍‌ ଆଦି ଡାଇନୋସରସ୍‌ ପ୍ରଜାତିର ମଡେଲ ରହିଛି। ଏହାକୁ ଷ୍ଟିଲରେ ନିର୍ମାଣ କରାଯାଇଥିବାବେଳେ ଏଥିରେ ସିଲିକନ୍‌ ଚର୍ମର ଆବରଣ ଦିଆଯାଇଛି। ଡାଇନୋସରସ୍‌ ମଡେଲ ଗୁଡ଼ିକ ଆଖି ମିଟି ମିଟି କରିବା ସହିତ ନିଶ୍ୱାସ ପ୍ରଶ୍ୱାସ ନେଉଥିବାର ଦେଖିବାକୁ ମିଳିବ। ଏହି ମଡ଼େଲଗୁଡ଼ିକ ମୁଣ୍ଡ ହଲାଇ ଜୀବିତ ଡାଇନୋସରସ୍‌ ଭଳି ଭୟଙ୍କର ଶବ୍ଦ ସୃଷ୍ଟି କରିବେ ବୋଲି ପାର୍କର ପରିଚାଳକ ଗାରି ଗିଲମୋର୍‌ ସୂଚନା ଦେଇଛନ୍ତି। ପାର୍କରେ ଥିବା ସର୍ବବୃହତ୍‌ ଡାଇନୋସରସ୍‌ର ଲମ୍ବ ୨୧ ମିଟର। ଏହା ଡାଇପ୍ଲୋଡୋକସ୍‌ ପ୍ରଜାତିର ପ୍ରତିକୃତି। ପାର୍କର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ଏଭଳି ଡାଇନୋସରସ୍‌ ସଫାରି ନିର୍ମାଣ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ମନର କଥା ଏବେ ସହଜରେ ଜାଣିହେବ: ରହିବନି କିଛି ଲୁଚାଛପା…

ଓ୍ବାଶିଂଟନ, ୨୯।୮: ଏଣିକି ମଣିଷର ମସ୍ତିଷ୍କ ପଢ଼ିହେବ। ମଣିଷ ଯାହା ଚିନ୍ତା କରୁଛି ତାହା ଏବେ ସହଜରେ ଜାଣି ହେବ। ଏଲନ୍‌ ମସ୍କ୍‌ଙ୍କ କମ୍ପାନୀ ନ୍ୟୁରୋଲିଙ୍କ୍‌...

ଶ୍ରୀପୁରୁଷୋତ୍ତମ ଭଣ୍ଡାରର ଅବଦାନ

ଗତ ସଂଖ୍ୟାରେ କୋଣାର୍କଠାରେ ମନ୍ଦିର ଆରମ୍ଭ ଏବଂ ଶ୍ରୀମହାଭାସ୍କରଙ୍କ ବିଗ୍ରହ ନିର୍ମାଣ ସମୟରେ ଯଥାକ୍ରମେ ‘ଶ୍ରୀକାପଡ଼ା’ ଓ ଆଜ୍ଞାମାଳ ଦିଆଯାଇଥିବା ଆଲୋଚନା କରିଥିଲୁ। ବିଶେଷ ଭାବରେ...

ସାତଫେରା ନେବା ପୂର୍ବରୁ କନ୍ୟାଙ୍କ ମୃତ୍ୟୁ: ଶାଳୀଙ୍କୁ ବିବାହ କଲେ ବର

ଇଟାଓ୍ବା,୨୭।୫: ଉତ୍ତରପ୍ରଦେଶର ଇଟାଓ୍ବାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବେଶ୍‌ ଧୁମ୍‌ଧାମ୍‌ରେ ଚାଲୁଥିବା ବିବାହ ସମାରୋହରେ ଏକ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ବିବାହର ସମସ୍ତ...

ରାସ୍ତାକଡ଼ରେ ୬ ହଜାର ଘର

ୱାର୍ସ: ବିଶ୍ୱରେ ବିଭିନ୍ନ ଜାଗା ରହିଛି, ଯେଉଁଠାରେ ଲୋକଙ୍କ ରହଣି ସହ ଅନେକ କିଛି ଭିନ୍ନ ଧରଣର ହୋଇଥାଏ। ଏପରି ଏକ ଗଁା ରହିଛି, ଯେଉଁଠାରେ...

କୋଠାରେ ଲାଗିଲା ନିଆଁ: ଚାଲିଗଲା ୧୨ ଜୀବନ

ମସ୍କୋ,୧୦।୨: ଦକ୍ଷିଣ-ମଧ୍ୟ ରୁଷିଆର ନୋଭୋସିବିରସ୍କ ସହରର ଏକ ଆବାସିକ କୋଠା ଉପରେ ଏକ ଗ୍ୟାସ ବିସ୍ଫୋରଣ ଘଟିଛି। ଏଥିରେ ଦୁଇ ବର୍ଷର ଶିଶୁ ସମେତ ୧୨...

ଭାକ୍ସିନ୍‌ ଦ୍ୱାରା ହାରିବ କରୋନା: ୟୁନିସେଫ୍‌…

ଜେନେଭା/ନୂଆଦିଲ୍ଲୀ,୧୦।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ୟୁନିସେଫ୍‌ ପକ୍ଷରୁ ଏକ ଭିଡ଼ିଓ ଜାରି ହୋଇଛି। ଭିଡ଼ିଓରେ କୁହାଯାଇଛି ଯେ,...

ଜନ୍ମ ତାରିଖରୁ ଜାଣନ୍ତୁ ପ୍ରେମ ବିବାହ କରିବେ କି ନା

କୁହାଯାଏ, ବିବାହ ଉପରବାଲା ସ୍ଥିର କରିଥାନ୍ତି। ବିବାହ ହେଉଛି ଜୀବନର ଏକ ବଡ଼ ନିଷ୍ପତ୍ତି। ତେବେ ଏହା କେତେ ସଫଳ ଆଉ ବିଫଳ ହେବ ତାହା...

ଏମିତି ବଜାର ଯେଉଁଠି  ଯୁବତୀ ହୁଅନ୍ତି ବିକ୍ରି…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ଥିବା ଏକ ବଜାରରେ ଯୁବତୀ ବିକ୍ରି ହୁଅନ୍ତି। ଧନୀ ଲୋକେ ଏଠାରେ...

Advertisement
Archives

Model This Week