Posted inଜାତୀୟ

ସନ୍ନି-ଧର୍ମେନ୍ଦ୍ରଙ୍କ ସହ ସେଲଫି ଦେଖାଇ ଲୋକଙ୍କୁ ଠକୁଥିଲେ ଟେଲର

ଚଣ୍ଡିଗଡ଼,୧୮।୬: ବଡ଼ ବଡ଼ ଫିଲ୍ମ ଷ୍ଟାର ଓ ଅଧିକାରୀଙ୍କ ସହ ସେଲଫି ଦେଖାଇ କିଛି ଲୋକ ଚତୁରତାର ସହ ସାଧାରଣ ଲୋକଙ୍କୁ ନିଜର ଠକେଇର ଶୀକାର କରିଥାନ୍ତି। ନିକଟରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହରିୟାଣା ରାଜ୍ୟର ଫତେହାବାଦର ରତିଆ ଅଞ୍ଚଳରେ। ଉକ୍ତ ଅଞ୍ଚଳର ଟେଲର ମହେନ୍ଦ୍ର ପାଲ ଧମେନ୍ଦ୍ର ଓ ସନ୍ନି ଦେଓଲଙ୍କ ଭଳି ବଡ଼ ବଡ଼ ହସ୍ତିଙ୍କ ଫଟୋ ଦେଖାଇ ଲୋକଙ୍କଠାରୁ ଟଙ୍କା ଲୁଟ କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ସ୍ଥାନୀୟ ପୋଲିସ ସୋମବାର ମହେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ମହେନ୍ଦ୍ର କପଡ଼ା ସିଲେଇ ବାହାନାରେ ସେଲେବସ୍‌ଙ୍କ ସହ ସମ୍ପର୍କରେ ଆସି ତାଙ୍କ ସହ ସେଲଫି ନେଇଥାନ୍ତି। ପରେ ଏହାକୁ ଦେଖାଇ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ କରିଥାନ୍ତି। ଯଦି କେହି ଟଙ୍କା ଫେରସ୍ତ ପାଇଁ ଆସନ୍ତି ମହନ୍ଦ୍ର ତାଙ୍କୁ ନିଜର ବଡ଼ ବଡ଼ ଲିଙ୍କ୍‌ ଦେଖାଇ ସେମାନଙ୍କ ଧମକ ଚମକ ଦେଇ ଭୟଭୀତ କରିଥାନ୍ତି। କିଛି ଦିନ ତଳେ ଜଣେ ଦୋକାନୀଙ୍କୁ ମହେନ୍ଦ୍ର ୪୦ହଜାର ଟଙ୍କା ଦେବାର ଥିଲା। ହେଲେ ଟଙ୍କା ନ ଦେଇ ଦୋକାନୀଙ୍କୁ ସେ ଧମକ ଦେଇଥିଲେ। ଏନେଇ ଦୋକାନୀ ଜଣଙ୍କ ପୋଲିସ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ତାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଶୀ ବିଶ୍ୱନାଥ ଟ୍ରଷ୍ଟକୁ ଜମି ଦେଲା ଜ୍ଞାନବାପି ମସ୍‌ଜିଦ

ବାରାଣସୀ, ୨୫।୭: ବାରାଣସୀର ଶ୍ରୀ କାଶୀ ବିଶ୍ୱନାଥ ଟେମ୍ପଲ୍‌ ଟ୍ରଷ୍ଟକୁ ମୁସଲମାନ ସମ୍ପ୍ରଦାୟ ୧,୭୦୦ ବର୍ଗଫୁଟ ଜମି ଯୋଗାଇଦେବାକୁ ଘୋଷଣା କରିଛି। ଜ୍ଞାନବାପି ମସ୍‌ଜିଦ ନିକଟରେ...

ମୁଖ୍ୟମନ୍ତ୍ରୀ ଆସନ ଛାଡିବାର ୮ ବର୍ଷ ପରେ ମୋଦି ସରକାରରେ ମିଳିଲା ମନ୍ତ୍ରୀପଦ

ନୂଆଦିଲ୍ଲୀ,୧।୬: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହରିଦ୍ୱାରଲୋକ ସଭା ଆସନର ଏମ୍‌ପି ଡା. ରମେଶ ପୋଖରିୟାଲ ନିଶଙ୍କ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳର ରାଷ୍ଟ୍ରୀୟ...

ୟୁନେସ୍କୋ ତାଲିକାରେ ମେଘାଳୟର ମୋମଲୁହ ଗୁମ୍ଫା…

ଶିଲଂ,୧।୧୦ : ମେଘାଳୟର ସୋହରାରେ ଥିବା ପୃଥିବୀର ଦୀର୍ଘତମ ମୋମଲୁହ ଗୁମ୍ଫାକୁ ୟୁନେସ୍କୋ ପକ୍ଷରୁ ଚୟନ କରାଯାଇଛି। ଏସମ୍ପର୍କରେ ଶନିବାର ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା...

ଜାତୀୟ ସଙ୍ଗୀତ-ଜାତୀୟ ଗୀତ ଏକ ସମାନ, ଉଭୟଙ୍କର ସମ୍ମାନ ଜରୁରୀ…

ନୂଆଦିଲ୍ଲୀ,୫।୧୧ : ଦିଲ୍ଲୀ ହାଇକୋର୍ଟରେ ଜାତୀୟ ସଂଗୀତ ‘ଜନ ଗଣ ମନ’ ଏବଂ ଜାତୀୟ ଗୀତ ‘ବନ୍ଦେ ମାତରମ’ ପାଇଁ ଏକ ନୀତି ଆପଣାଇବା ଆବେଦନ...

ଅଯୋଧ୍ୟା ଯିବେ ଉଦ୍ଧବ

ମୁମ୍ବାଇ,୬।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶନିବାର ଅଯୋଧ୍ୟା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ଖବରଦାତାଙ୍କୁ ଏହି ସୂଚନା ଦେଇଛନ୍ତି...

ଦେଶରେ ୩,୨୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୭।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୨୩୦ ନୂଆ...

ନିଷ୍ପତ୍ତି ବଦଳାଇଲେ ସରକାର

ନୂଆଦିଲ୍ଲୀ,୫ା୫: ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ନେବା ଲାଗି ସରକାର ଟ୍ରେନ ଚଳାଚଳକୁ ଅନୁମତି ଦେଇଛନ୍ତି।...

କଂଗ୍ରେସ ବିଧାୟକ ଦଳର ନେତା ହେଲେ ବାଲାସାହେବ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର କଂଗ୍ରେସ ବିଧାୟକ ଦଳର ନେତାଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ବାଲାସାହେବ ଥୋରାଟ। ମଙ୍ଗଳବାର ମୁମ୍ବାଇର ଏକ ହୋଟେଲରେ ଅନୁଷ୍ଠିତ ବୈଠକରେ...

Advertisement
Archives

Model This Week