ସତର୍କ କରିବାରେ ବିଫଳ ହୋଇଥିଲା ଚାଇନା

ବେଜିଂ,୧୭।୪: କରୋନା ଭୂତାଣୁ ବିଶ୍ୱରେ ମହାମାରୀର ରୂପ ନେଇଛି। ୨୧୦ ଦେଶ ଏବେ ଏହା କବଳରେ ପଡ଼ି ଛଟପଟ ହେଉଛନ୍ତି। ଚାଇନାରୁ ଆସିଥିବା ଏହି ଭୂତାଣୁ ଏବେ ସମସ୍ତଙ୍କ ମେରୁଦଣ୍ଡ ଭାଙ୍ଗିପକାଇଛି। ପ୍ରାରମ୍ଭରୁ ଏନେଇ ଲୋକଙ୍କୁ ସତର୍କ କରାଯାଇଥିଲେ ସୁଫଳ ମିଳିବାର ସମ୍ଭାବନା ସୃଷ୍ଟି ହୋଇଥାନ୍ତା ବୋଲି କୁହାଯାଉଛି। ଚାଇନା କରୋନା ଭୂତାଣୁର ଭୟାବହତା ସମ୍ପର୍କରେ ପ୍ରଥମେ ଜାଣିଥିଲେ ବି ଲୋକମାନଙ୍କୁ ସତର୍କ କରାଇବାରେ ବିଫଳ ହୋଇଥିଲା।
ଗତବର୍ଷ ଡିସେମ୍ବରରେ ଏହି ଭୂତାଣୁ ଚାଇନାର ଉହାନରେ ପ୍ରଥମେ ଲୋକଙ୍କୁ ଆକ୍ରାନ୍ତ କରିଥିଲା। ଚାଇନାର ବରିଷ୍ଠ ଅଧିକାରୀମାନେ ନୂଆ ଭୂତାଣୁର ଭୟାବହତା ଅନୁଭବ କରିବାର ୬ ଦିନ ପୂର୍ବରୁ ଚନ୍ଦ୍ର ନବବର୍ଷ ପାଳନ ଲାଗି ଉହାନରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏଥିରେ ଅନେକ ବିଦେଶ ଫେରନ୍ତା ମଧ୍ୟ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଜାନୁୟାରୀ ୨୦ରେ ଏନେଇ ଲୋକମାନଙ୍କୁ ସତର୍କ କଲାବେଳକୁ ୩ହଜାର ଲୋକ ଭୂତାଣୁରେ ଆକ୍ରାନ୍ତ ହୋଇସାରିଥିଲେ। ୬ ଦିନ ପୂର୍ବରୁ ଚାଇନାର ନ୍ୟାଶନାଲ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ(ସିଡିସି) ପାଖରେ କୌଣସି ଆକ୍ରାନ୍ତଙ୍କ ତାଲିକା ନ ଥିଲା। ଚାଇନାର ସାମାନ୍ୟ ବିଳମ୍ବ ଯୋଗୁ ଏବେ ସାରା ବିଶ୍ୱ କରୋନା ମହାମାରୀର ଶିକାର ହୋଇ କଲବଲ ହେଉଛି।
ଜାନୁୟାରୀ ୫ରୁ ୧୭ ମଧ୍ୟରେ ଉହାନରେ ଭୂତାଣୁ ଆକ୍ରାନ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଏହାପରେ ଜାନୁୟାରୀ ୧୩ରେ ପ୍ରଥମ କରି ବିଦେଶ(ଥାଇଲାଣ୍ଡ)ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଭୂତାଣୁର ଭୟାବହତା ବାହାରେ ପ୍ରକାଶ ନ କରି ଚାଇନା ଏହାକୁ ଲୁଚାଇ ରଖିଲା। ବିଳମ୍ବରେ ଏନେଇ ସଫେଇ ଦିଆଯାଇଥିଲା। ଏହାଛଡ଼ା ମଣିଷରୁ ମଣିଷକୁ ଏହି ଭୂତାଣୁ ବ୍ୟାପିବାର ଆଶଙ୍କା କମ୍‌ ବୋଲି ଜାନୁୟାରୀ ୧୫ରେ ସିଡିସି ଇମର୍ଜେନ୍ସି ସେଣ୍ଟର ମୁଖ୍ୟ ଲି କୁନ୍‌ଙ୍କ ମନ୍ତବ୍ୟ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା। ଜାନୁୟାରୀ ୨୦ରେ ରାଷ୍ଟ୍ରପତି ଜି. ଜିନ୍‌ପିଙ୍ଗ ପ୍ରଥମ ଥର ଲାଗି ଭୂତାଣୁର ଭୟାବହତା ସମ୍ପର୍କରେ ଜନସାଧାରଣଙ୍କୁ ସତର୍କ କରାଇଥିଲେ। ମହାମାରୀ ବିଶେଷଜ୍ଞ ଡା. ଝୋଙ୍ଗ୍‌ ନନ୍‌ଶାନ୍‌ ପ୍ରଥମ ଥର ଲାଗି ମଣିଷରୁ ମଣିଷକୁ ଏହା ବ୍ୟାପେ ବୋଲି ପ୍ରକାଶ କରିଥିଲେ। ଚାଇନାର ଏଭଳି ବିଳମ୍ବ ଯୋଗୁ ଆମେରିକା ସହ ଅନ୍ୟ ବିକଶିତ ଦେଶଗୁଡ଼ିକ ଦୋଷ ଲଦିଛନ୍ତି। ପୂର୍ବରୁ ଭୂତାଣୁ ସମ୍ପର୍କରେ ସତର୍କ କରାଯାଇଥିଲେ ଏଭଳି ମହାମାରୀର ଶିକାର ହେବାକୁ ପଡ଼ି ନଥାନ୍ତା ବୋଲି କୁହାଯାଇଛି। ସାମୋଜିକ ଦୂରତ୍ୱ ରକ୍ଷା, ବହୁଳ ମାସ୍କ ବ୍ୟବହାର ଓ ଡାକ୍ତରୀ ଚିକିତ୍ସା ଫଳରେ ପ୍ରାରମ୍ଭରୁ ଏହାକୁ ରୋକାଯିବା ଲାଗି ସମୂହ ପ୍ରୟାସ କରାଯାଇ ପାରିଥାନ୍ତା ବୋଲି ବହୁମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସତର୍କ ହେଲା ଆମେରିକା: ଦେଖାଇବାକୁ ହେବ ୨୪ ଘଣ୍ଟା ଭିତରେ କରାଯାଇଥିବା କରୋନା ଟେଷ୍ଟ ରିପୋର୍ଟ

ୱାଶିଂଟନ,୩ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଏବେ ଅଧିକାଂଶ ଦେଶରେ ଦେଖାଯାଇଥିବା ବେଳେ ସମସ୍ତ ଦେଶ ଏବେ ଏହାକୁ ନେଇ ନୂଆ ଗାଇଡ ଲାଇନ...

୧୮ ଶତାବ୍ଦୀର ସୁନା ମୁକୁଟ ଫେରି ପାଇଲା ଇଥୋପିଆ

ଆମଷ୍ଟରଡାମ୍‌,୨୨।୨: ନେଦରଲାଣ୍ଡ ସରକାର ଇଥୋପିଆକୁ ୧୮ ଶତାବ୍ଦୀର ଏକ ସେରିମୋନିଆଲ୍‌ କ୍ରାଉନ୍‌ ଫେରାଇଛନ୍ତି। ସୁନାରେ ତିଆରି ଏହି ମୁକୁଟ ୨୧ ବର୍ଷ ତଳେ ୧୯୯୯ରେ ଏକ...

ଆଜି ଆଉ ୧୧ ଜୀବନ ନେଲା କରୋନା, ୫୯୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୧୦ା୯(ବ୍ୟୁରୋ): ଗୁରୁବାର ରାଜ୍ୟରୁ ଆଉ ୧୧ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୯୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

୨୦ ପରେ କ’ଣ କରିବାକୁ ମିଳିବ ଅନୁମତି

ନୂଆଦିଲ୍ଲୀ,୧୬ା୪: ଲକ୍‌ଡାଉନ ସତ୍ତ୍ୱେ ନିର୍ଦ୍ଦିଷ୍ଟ ଅଞ୍ଚଳରେ କୃଷକ ଓ ଦିନ ମଜୁରିଆମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏପ୍ରିଲ ୨୦ ପରେ କେଉଁସବୁ କାର୍ଯ୍ୟ କରିବାକୁ ଅନୁମତି...

ସୁପର ସ୍ପ୍ରେଡର୍‌ ହେଲା ବିବାହ: ବର,କନ୍ୟା ସମେତ ୪୭ ଆକ୍ରାନ୍ତ

କାସରଗୋଡ,୨୭।୭: ସାରା ଦେଶରେ ବର୍ତ୍ତମାନ ମହାମାରୀ କରୋନା ସଂକ୍ରମଣ ସଙ୍କଟ ସଙ୍ଗୀନ ହେବାରେ ଲାଗିଛି। କରୋନା ସହ ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ କେତେକ...

ଅପରାହ୍ନରେ ଗଣମାଧ୍ୟମ ସମ୍ମିଳନୀ କରିବେ ଏସ୍‌ଆରସି

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଓଡ଼ିଶାରେ ଦୈନିକ ସଂକ୍ରମଣ ୨ହଜାର ତଳେ ରହୁଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଚିନ୍ତା...

ଦୈନିକ ସଂକ୍ରମଣ ୪ ଶହ ତଳେ…

ନୂଆଦିଲ୍ଲୀ, ୨୬।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬ ହଜାର...

ମାଲ୍ଟାରେ ଗଞ୍ଜେଇ ବୈଧ

ଭାଲେଟ୍ଟା, ୧୬ା୧୨: ପ୍ରଥମ ୟୁରୋପୀୟ ଦେଶ ଭାବେ ମାଲ୍ଟା ଗଞ୍ଜେଇକୁ ବ୍ୟକ୍ତିଗତ ଭାବେ ବ୍ୟବହାର ନିମନ୍ତେ ଅନୁମତି ଦେଇଛି। ଏଥିସହ ଲୋକେ ସୀମିତ ଭାବେ ଗଞ୍ଜେଇ...

Advertisement
Archives

Model This Week