ସଡ଼କ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ଖଣ୍ଡପଡ଼ା,୨୬।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମ ନିକଟ ମୁଖ୍ୟ ରାସ୍ତା ଭାନୁମତି ମନ୍ଦିର ପାର୍ଶ୍ୱ ବୁଲାଣିଠାରେ ବୁଧବାର ବିଳମ୍ବିତ ରାତିରେ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ନରସିଂହପୁର ଥାନା ଅନ୍ତର୍ଗତ ପଦାମାଳ ଗ୍ରାମର ମାଟିଆ ଦଳେଇଙ୍କ ପୁଅ ମାନସ କୁମାର ଦଳେଇ (୨୮)।
ସୂଚନାଯୋଗ୍ୟ, ମାନସ ବୁଧବାର ରାତିରେ ସାଙ୍ଗ ଦିଲୀପ(୨୭) କୁମାର ନାୟକଙ୍କୁ କଣ୍ଟିଲୋରୁ ନେବା ପାଇଁ ଆସିଥିଲେ। ଦିଲୀପଙ୍କୁ ସାଙ୍ଗରେ ଧରି ଏକ ବାଇକ୍‌ ଯୋଗେ ସେ ପଦାମାଳ ଫେରିବା ବାଟରେ ଘଣାଶାଳିଆଠାରେ ଗୋଟିଏ ଗାଡ଼ି ସହ ତାଙ୍କ ବାଇକ୍‌ର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଦିଲୀପ ଓ ମାନସଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ମାନସଙ୍କର ମୃତ୍ୟୁ ଘଟିଥିବା ବେଳେ ଦିଲୀପଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ ଡାକ୍ତରଖାନାରେ ପହଞ୍ଚି ମାନସଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ୨୦ ତାରିଖ ସୁଦ୍ଧା କୋଭିଡ୍‌ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସରିବ

ଝାରସୁଗୁଡା ଅଫିସ,୧୮ା୪-ଝାରସୁଗୁଡା ସହରରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଳିଛି। ସହରର ମଙ୍ଗଳବଜାରସ୍ଥିତ ପୁରୁଣା ଜିଲା...

ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଣିକପାଟଣା ଗ୍ରାମ: ୯ମାସ ହେଲା ଅନ୍ଧାରରେ ଗ୍ରାମବାସୀ

ରାୟଗଡ଼(ଗଜପତି),୧୬।୧(ଡି.ଏନ୍‌.ଏ.) ତିତ୍‌ଲି ବାତ୍ୟାକୁ ବର୍ଷେ ପୁରିଥିଲେ ମଧ୍ୟ ଗଜପତି ଜିଲାର ଅନେକ ଅଞ୍ଚଳକୁ ଏ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଫଳରେ ଗ୍ରାମବାସୀ ଅନ୍ଧାରରେ...

ଏହି ଜିଲାକୁ ୪ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କଲେ ଜିଲାପାଳ

ବଲାଙ୍ଗୀର ଅଫିସ,୨୯।୭-ବଲାଙ୍ଗୀର ଜିଲାକୁ ୪ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଜୁଲାଇ ୩୧ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲା ଶଟ୍‌ଡାଉନ ରହିବ।...

ଆଗ ଥଇଥାନ, ପରେ ଉଚ୍ଛେଦ: ମେଳି କରି ଦାବି କଲେ ବ୍ୟବସାୟୀ

ବାଲେଶ୍ୱର ଅଫିସ, ୨୦।୯-ବାଲେଶ୍ୱର ଓଟିରୋଡ୍‌ର କୁରୁଡ଼ା ବାଇପାସ୍‌ରୁ ରେମୁଣା ଗୋଲେଇ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ପାଇଁ ଉଭୟପାର୍ଶ୍ୱରେ ଜବରଦଖଲକାରୀ ଦୋକାନୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବା...

ଧାନ କାଟିଲେ ବିଧାୟକ

କୋକସରା,୨୭।୧୧(ଡି.ଏନ.ଏ): କଳାହାଣ୍ଡି ଜିଲା ଧର୍ମଗଡ଼ ବିଧାୟକ ମୌଷଧି ବାଗ ଧାନ କାଟିଛନ୍ତି। ନିଜ ଗାଁ କୋକସରା ବ୍ଲକ ମାଝୀଗୁଡା ସ୍ଥିତ ଚାଷ ଜମିରେ ଶ୍ରମିକମାନଙ୍କ ସହ...

ବରଷାରେ ଘର ଭାଂଗ୍‌ଲା: ବାସ୍‌ହରା ହେଲେ ନିସାହା ପରିବାର

ଲୋଇସିଂହା,୨୩।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗଁାର ବିଧବା ମହିଲା ଜାହ୍ନବି ପଟେଲକଁର ଘରର କଁାଥି ମଙ୍ଗଲବାର ରାତିରେ ଭାଂଗି ଯାଇଛେ। ମା’ଝି ରାତିରେ...

ବାରବାଟୀ ଟିକେଟ୍‌କୁ ନେଇ ତନାଘନା

ଅନୁଗୋଳ ଅଫିସ, ୧୪।୬ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର କଟକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆୟୋଜିତ ହୋଇଯାଇଥିଲେ ମଧ୍ୟ ଅନୁଗୋଳ...

ପରକୀୟା ପ୍ରୀତି ପାଇଁ ହତ୍ୟା

କଟକ ଅଫିସ,୨୧।୬: ପରକୀୟା ପ୍ରୀତି ମହଙ୍ଗା ପଡ଼ିଲା। ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କ ପ୍ରେମିକଙ୍କୁ ସ୍ବାମୀ ଏକ ଛୁରିରେ ହତ୍ୟା କରିଛନ୍ତି। ଏଥିସହ ଆକ୍ରମଣରେ ସ୍ତ୍ରୀ ଗୁରୁତର...

Advertisement
Archives

Model This Week