Posted inଖେଳ

ସଚିନଙ୍କୁ ଆଉଟ୍‌ କରିବା ପରେ ମୃତ୍ୟୁ ଧମକ ମିଳିଥିଲା:ବ୍ରେସ୍‌ନାନ

ଲଣ୍ଡନ,୮।୬: ୨୦୧୧ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆୟୋଜିତ ଏକ ଟେଷ୍ଟ ସିରିଜରେ ଏକ ବିରଳ ଘଟଣା ଘଟିଥିଲା। ଏହି ସିରିଜରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଆଉଟ କରିଥିବାରୁ ମୋତେ ଓ ଅମ୍ପାୟର ରଡ୍‌ ଟକରଙ୍କୁ ମୃତ୍ୟୁର ଧମକ ଦିଆଯାଇଥିଲା ବୋଲି ଇଂଲଣ୍ଡ ଦ୍ରୁତ ବୋଲର ଟିମ୍‌ ବ୍ରେସ୍‌ନାନ କହିଛନ୍ତି।
ସେତେବେଳେ ସଚିନ ୯୯ତମ ଅନ୍ତର୍ଜାତୀୟ ଶତକ ହାସଲ କରି ସାରିଥିଲେ। ଓଭାଲରେ ଅନୁଷ୍ଠିତ ଚତୁର୍ଥ ଟେଷ୍ଟରେ ସେ ୧୦୦ତମ ଶତକ ହାସଲ ଆଡକୁ ଗତି କରୁଥିଲେ। ସଚିନ୍‌ ୯୧ ରନରେ ବ୍ୟାଟିଂ କରୁଥିବା ବେଳେ ବ୍ରେସ୍‌ନାନଙ୍କ ଏକ ବଲ ସଚିନଙ୍କ ପ୍ୟାଡ୍‌ରେ ବାଜିଥିଲା ଓ ଜବରଦସ୍ତ ଅପିଲ ହେବାରୁ ଟକର ଅଙ୍ଗୁଳି ଟେକି ସଚିନଙ୍କୁ ଆଉଟ ଘୋଷିତ କରିଥିଲେ। ବଲ୍‌ ଲେଗ୍‌ଷ୍ଟମ୍ପର ବାହାରକୁ ଯାଉଥିବାର ଲକ୍ଷ୍ୟ କରାଯାଇଥିଲା। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଡିଆର୍‌ଏସ୍‌କୁ ବିରୋଧ କରୁଥିବାରୁ ସଚିନ୍‌ ଏହାର ସହାୟତା ନେଇ ନ ଥିଲେ। ସେତେବେଳେ ଭାରତ ୦-୩ରେ ପଛରେ ପଡିଥିଲା। ସଚିନ ପ୍ରଥମ ୩ଟି ଟେଷ୍ଟରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରି ଖରାପ୍‌ ଫର୍ମ ଦେଇ ଗତି କରୁଥିଲେ। ତେବେ ଚତୁର୍ଥ ଟେଷ୍ଟରେ ଶତକ ହାସଲ କରିଥିଲେ ସେ ୧୦୦ତମ ଅନ୍ତର୍ଜାତୀୟ ଶତକ ହାସଲ କରିବା ସହ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଥାନ୍ତେ। ସଚିନ ଆଉଟ୍‌ ହେବା ପରେ ପ୍ରଶଂସକମାନେ ନିରାଶ ହୋଇଥିଲେ। ଫଳରେ ମୋତେ ଓ ଟକରଙ୍କୁ ମୃତ୍ୟୁର ଧମକ ଦିଆଯାଇଥିଲା ଓ ଆମପାଖକୁ ଏକାଧିକ ଚିଠି ଆସିଥିଲା। ବଲ ଲେଗ୍‌ ଷ୍ଟମ୍ପ ବାହାରକୁ ଯାଉଥିବା ବେଳେ ଆପଣ ସଚିନଙ୍କୁ ଆଉଟ୍‌ ଘୋଷିତ କଲେ କେମିତି ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା। ଫଳରେ ଆମକୁ ପୋଲିସ୍‌ର ସହାୟତା ନେବାକୁ ହୋଇଥିଲା। ଅଷ୍ଟ୍ରେଲିଆରେ ତାଙ୍କ ଘର ପାଖରେ ପୋଲିସ୍‌ ନିୟୋଜିତ କରାଯାଇଥିଲା ବୋଲି ବ୍ରେସ୍‌ନାନ କହିଛନ୍ତି। ଏହାପରେ ସଚିନ ୨୦୧୨ ଏସିଆ କପ୍‌ରେ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରି ୧୦୦ତମ ଅନ୍ତର୍ଜାତୀୟ ଦିନିକିଆ ଶତକ ହାସଲ କରି ରେକର୍ଡ ସୃଷ୍ଟି କରିଥିଲେ। ସଚିନ ଟେଷ୍ଟରେ ୧୫୯୨୧ ଓ ଦିନିକିଆରେ ୧୮୪୨୬ ରନ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

ସୃଷ୍ଟି ହେଲା ୪ ବଡ଼ ରାଜଯୋଗ: କନ୍ୟା ସମେତ ଏହି ସବୁ ରାଶିଙ୍କର ସୁବର୍ଣ୍ଣ ସମୟ ଆରମ୍ଭ, ଧନବର୍ଷା ସହ ଚାକିରିରେ ପଦୋନ୍ନତି

ଭୁବନେଶ୍ୱର: ଆଜି ୧୪ ସେପ୍ଟେମ୍ବର ୨୦୨୬, ସୋମବାର। ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସହ ଚତୁର୍ଥୀ ତିଥି ମଧ୍ୟ ରହିଛି। ଏହି କାରଣରୁ ଆଜି ଗଣେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?