ସଙ୍କଟରେ କୁମ୍ଭାକାରଙ୍କ କୌଳିକ ବୃତ୍ତି

ଜୟପୁର, ୭ା୩ (ନି.ପ୍ର) କୋରାପୁଟ ଜିଲା ଜୟପୁର ବ୍ଲକ ଅନ୍ତର୍ଗତ କୁମ୍ଭାରପୁଟ କୁମ୍ଭାରଙ୍କ ପାଇଁ ପ୍ରସିଦ୍ଧ। କିନ୍ତୁ ଗ୍ରାମରେ ରହୁଥିବା ୨ ପରିବାରଙ୍କ ଜୀବନ ଜୀବିକା ଏବେ ସଙ୍କଟରେ। ପରିବାରର ସମସ୍ତ ସଦସ୍ୟ ୨୪ ଘଣ୍ଟା କାମ କଲେ ମଧ୍ୟ ପେଟ ପୂରୁ ନାହିଁ । ଭବିଷ୍ୟତରେ କୁମ୍ଭାର ଚକ ବୁଲିବ କି ନାହିଁ ସେ ନେଇ ଚିନ୍ତାରେ ପରିବାର । ଗ୍ରାମରେ ଏକ ହାଣ୍ଡିଶାଳ ନିର୍ମାଣ ଓ ବଜାର ସୁବିଧା ନେଇ ବାରମ୍ବାର ଗୁହାରି କଲେ ମଧ୍ୟ କେହି ସେମାନଙ୍କ ଦୁଃଖ ଶୁଣୁନାହାନ୍ତି ।
ମାଟି ସହିତ ମଣିଷର ସମ୍ପର୍କ ଅତି ନିବିଡ । ଅନ୍ତୁଡିଶାଳରୁ ଶ୍ମଶାନ ପର୍ଯ୍ୟନ୍ତ ମାଟି ସାମଗ୍ରୀ ଲୋଡା । ଦିନ ଥିଲା ଏହା ଲୋକଙ୍କ ଜରୁରୀ ଥିଲା । ହେଲେ ବର୍ତ୍ତମାନ ଆଧୁନିକ ଯୁଗରେ ଏହାର ଚାହିଦା କମିବାରେ ଲାଗିଛି । ବଜାର ଚାହିଦା ହ୍ରାସ, ପ୍ରଶାସନ ତରଫରୁ ବଜାର ପାଇ ସୁଯୋଗ ନ ଦେବା, ଜାଳେଣିକାଠର ଅଭାବ, ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି କୁମ୍ଭାରଙ୍କ ପରିବାରକୁ ବେଶ୍‌ ପ୍ରଭାବିତ କରିଛି । ଉପଯୁକ୍ତ ପାରିଶ୍ରମିକ ମିଳୁ ନ ଥିବାରୁ ଅନେକ ପରିବାର ଏହି ବେଉସାକୁ ଛାଡିବାରେ ଲାଗିଲେଣି । କୁମ୍ଭାରପୁଟ ଗ୍ରାମରେ ହାତଗଣତି ପରିବାର ଏହି କାୈଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି। ସକାଳ ହେବା ମାତ୍ରେ ପରିବାର ଲୋକେ ଦୀପ, ରୁଖା, କଳସ, ହାଣ୍ଡି, ପାଣି ହାଣ୍ଡି ଆଦି ମାଟି ସାମଗ୍ରୀ ପ୍ରସ୍ତୁତ କରିବାରେ ଲାଗି ପଡ଼ନ୍ତି । ଏହି କାମରେ ପୁରୁଷମାନଙ୍କୁ ଘରର ମହିଳାମାନେ ସହଯୋଗ କରିଥାନ୍ତି । ପରିବାରର ସମସ୍ତ ସଦସ୍ୟ ଏହି କାମ କରୁଥିଲେ ମଧ୍ୟ ପରିବାର ଚଳିବା କଷ୍ଟକର ହୋଇପଡ଼େ ସେମାନଙ୍କର । ସରକାରଙ୍କ କୌଣସି ଯୋଜନା ମଧ୍ୟ ଏମାନଙ୍କ ଲାଗି ନାହିଁ । ମାଟି ପାତ୍ର ତିଆରି କରିବା ପରେ ସେମାନେ ଜୟପୁରକୁ ଆସି ସାହି ସାହି ବୁଲି ବିକ୍ରି କରିଥାନ୍ତି । ଏମାନଙ୍କ ପାଇଁ ପୌରପରିଷଦ କି ପ୍ରଶାସନ ତରଫରୁ ମାଟି ଜିନିଷ ବିକ୍ରି କରିବା ଲାଗି ବଜାର ସୁବିଧା କରାଯାଉନାହିଁ । ଫଳରେ କମ ଦରରେ ଘର ଘର ବୁଲି ବିକ୍ରି କରିବାକୁ ପଡ଼ିଥାଏ ସେମାନଙ୍କୁ । ଦୈନିକ ଶହେରୁ ୨ ଶହ ଟଙ୍କା ରୋଜଗାର କରିଥାନ୍ତିି । ଏତିକି ରୋଜଗାରରେ ପରିବାର ଚଳାଇବା ସେମାନଙ୍କ ପାଇଁ କାଠିକାର ପାଠ । ହାଣ୍ଡିଶାଳଟିଏ ନିର୍ମାଣ କରିବା ପାଇଁ ଗୁହାରି କରି ଥକିଲେଣି । କିନ୍ତୁ କୌଣସି ନେତା କି ପ୍ରଶାସନ କର୍ଣ୍ଣପାତ କରୁ ନାହାଁନ୍ତି । ବର୍ଷ କୁ ୬ ମାସ କାମ କଲେ ୬ ମାସ ବନ୍ଦ ସେମାନଙ୍କର ଏହି କାମ । ସରକାରଙ୍କ ଆନ୍ତରିକତା ଅଭାବରୁ କୁମ୍ଭାରପୁଟ କୁମ୍ଭାରମାନେ କୌଳିକ ବୃତ୍ତିକୁ ଛାଡି ଅନ୍ୟ କାମ କରିବା ସହ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ବୋଲି ଗ୍ରାମର ରଘୁ ନାଥ କୁମ୍ଭାର, ଲବ କୁମ୍ଭାର, ଇଶ୍ୱର କୁମ୍ଭାର, ସୁନା ଧର କୁମ୍ବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ଝୁଲନ୍ତା ଅବସ୍ଥାରେ ମିଳିଲା ଗଳିତ ମୃତଦେହ ଠାବ: ଆଧାର କାର୍ଡରୁ ପରିଚୟ

ଦାରିଙ୍ଗବାଡ଼ି, ୫/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ରେନବୋ ଜଳପ୍ରପାତ ନିକଟରୁ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତଦେହକୁ ପୋଲିସ ଠାବ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?