ସଂଘର୍ଷର ଦିନକୁ ମନେ ପକାଇଲେ ଜ୍ୟାକ୍‌ଲିନ୍‌: ଡେବ୍ୟୁ ପୂର୍ବରୁ ନାଁ ବଦଳାଇ ମୁସ୍କାନ’ରଖିବାକୁ କୁହାଯାଇଥିଲା

ବମ୍ବେ: ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିସ୍‌ ଏବେ ବଲିଉଡ୍‌ର ଜଣେ ଆଗଧାଡ଼ିର ନାୟିକା। ଅନେକ ଉତ୍ଥାନ ପତନ ପରେ ହିନ୍ଦି ସିନେମା ଜଗତରେ ପ୍ରତିଷ୍ଠିତ ହୋଇପାରିଛନ୍ତି ସେ। ହେଲେ ପ୍ରଥମେ ଏହା ଏତେ ସହଜ ନ ଥିଲା। ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ତାଙ୍କୁ ନାମ ବଦଳାଇବାଠାରୁ ଆରମ୍ଭ କରି ଶରୀରର ବିଭିନ୍ନ ଅଂଶର ସର୍ଜରୀ କରିବାକୁ ପରାମର୍ଶ ଦିଆଯାଇଥିଲା। ଏପରିକି ତାଙ୍କୁ ଭାରତୀୟ ହୋଇନଥିବା କାରଣରୁ ସମାଲୋଚିତ ହେବାକୁ ପଡ଼ୁଥିଲା। ନିକଟରେ ଏକ ସାକ୍ଷାତକାରରେ ନିଜର ସଂଘର୍ଷ ଦିନଗୁଡ଼ିକୁ ମନେ ପକାଇଛନ୍ତି ସେ।

ହିନ୍ଦି ସିନେମାରେ କାମ କରିବା ପୂର୍ବରୁ ଜ୍ୟାକ୍‌ଲିନ୍‌ଙ୍କୁ ନାମ ପରିବର୍ତ୍ତନ କରିବାକୁ କୁହାଯାଇଥିଲା। ତାଙ୍କ ନାଁ ପାଶ୍ଚାତ୍ୟ ନାୟିକାଙ୍କ ଭଳି ଶୁଭୁଥିବାରୁ ଏହାକୁ ବଦଳାଇ ‘ମୁସ୍କାନ’ ରଖିବାକୁ କୁହାଯାଇଥିଲା। କାରଣ ନାମ ନ ବଦଳାଇଲେ କାମ ମିଳିବା କଷ୍ଟକର ଥିଲା। ସେହିଭଳି ପତଳା ଆଇବ୍ରୋକୁ ମୋଟା କରିବା ଏବଂ ଅନ୍ୟାନ୍ୟ ସର୍ଜରୀ କରିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ଏସବୁ ଶୁଣି ମଧ୍ୟ ଜ୍ୟାକ୍‌ଲିନ୍‌ ସ୍ଥିର ଥିଲେ। ନିଜେ ଯେପରି ସେଭଳି ରହିବାକୁ ଚାହିଁଥିଲେ। ସେ ଯେପରି ତାଙ୍କୁ ଦର୍ଶକେ ସେଭଳି ଗ୍ରହଣ କରନ୍ତୁ ବୋଲି ଇଚ୍ଛା ରଖିଥିଲେ ସେ। ଧିରେଧିରେ ତାହା ହିଁ ହୋଇଥିଲା। ଏବେ ସେ ଅନେକେ ହିଟ୍‌ ଫିଲ୍ମରେ କାମ କରି ବାହାବାଃ ସାରିଲେଣି।

ପୂର୍ବରୁ ମଧ୍ୟ ଅନେକ ଅଭିନେତ୍ରୀ ନିଜର ପ୍ରକୃତ ନାମକୁ ପରିବର୍ତ୍ତନ କରି ଲୋକପ୍ରିୟତା ହାସଲ କରିଛନ୍ତି। ହେଲେ ଜ୍ୟାକ୍‌ଲିନ୍‌ ସେଭଳି ନ କରି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କୁoହାଯାଉଛି। ଆଗାମୀ ଦିନରେ ତାଙ୍କର ଫିଲ୍ମ ‘ଆଟାକ୍‌’ ରିଲିଜ୍‌ ହେବାକୁ ଯାଉଛି। ଏଥିସହ ବିଗ୍‌ବସ୍‌ର ରନର୍ସ ଅପ୍‌ ରହିଥିବା ଆସିମ୍‌ଙ୍କ ସହ ଏକ ଆଲବମ୍‌ରେ କାମ କରିବାକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି ସେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମରୁ ଦୂରେଇ ବି କପୁର ପରିବାରର ଏହି ଝିଅ ଆଜି କୋଟିପତି

କପୁର ପରିବାରର ଝିଅ ଅଭିନୟ କ୍ଷେତ୍ରରେ ବଲିଉଡ୍‌ରେ ବେଶ୍‌ ନାଁ କରିଥିବା ସମସ୍ତଙ୍କୁ ଋଣା ଅଧିକ ଜଣା। କରିସ୍ମା ହୁଅନ୍ତୁ କି କରୀନା। ଏହି ଦୁଇଜଣ...

ଗଜଲ ଗାଇ ପ୍ରଶଂସକଙ୍କ ହୃଦୟ ଜିତିଥିଲେ ସୁଶାନ୍ତ

ବଲିଉଡ୍‌ର ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଏକ ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସୁଶାନ୍ତଙ୍କୁ ଗଜଲ ଗାଉଥିବାର...

ଶ୍ରେଷ୍ଠ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୮ ମସିହା ପାଇଁ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ବରିଷ୍ଠ ଚଳଚ୍ଚିତ୍ର...

ପ୍ରେମ ମାନେନା ସୀମାରେଖା, ବିଦେଶୀଙ୍କୁ ମନଦେଇ ବିବାହ କରିଛନ୍ତି ଏସବୁ ଅଭିନେତ୍ରୀ

ବମ୍ବେ: ପ୍ରେମ ମାନେନା କୌଣସି ବାଧାବିଘ୍ନ, ସୀମାରେଖା। ବଲିଉଡ୍‌ର କେତେକ ଅଭିନେତ୍ରୀଙ୍କ କ୍ଷେତ୍ରରେ ଉକ୍ତିଟି ବେଶ୍‌ ପ୍ରଯୁଜ୍ୟ । ସେ ବବ୍‌ଲି ପ୍ରିୟଙ୍କା ଚୋପ୍ରା ହୁଅନ୍ତୁ...

କାନ୍ସରେ ଚମକିଲେ ନୀଳନୟନା

ଫ୍ରାନ୍ସରେ ଚାଲିଥିବା କାନ୍ସ ଫେଷ୍ଟିଭାଲ୍‌ରେ ବଲିଉଡ୍‌ର ନାମୀଦାମୀ ଅଭିନେତ୍ରୀମାନେ ସେମାନଙ୍କର ଜଲ୍‌ଓ୍ବା ଦେଖାଇ ସାରିଛନ୍ତି। ଦୀପିକା ପାଦୁକୋନ୍‌, ପ୍ରିୟଙ୍କା ଚୋପ୍ରା, ହୀନା ଖାନ୍‌, ମଲ୍ଲିକା ଶ୍ୱେରାଓ୍ବତ୍‌,...

ଇନ୍ଦ୍ରଧନୁ ଓ ରଣବୀର

ରଣବୀର ସିଂ ଏବଂ ଇନ୍ଦ୍ରଧନୁ-ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା। ବର୍ତ୍ତମାନ ସେ କପିଳ ଦେବଙ୍କ ବାୟୋପିକ୍‌ ‘ଏଇଟିଥ୍ରୀ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ...

ହେୟାର କଟ୍‌ କଲେ ଆଲିୟା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ ତାରକାମାନେ। ଘରେ ସେମାନେ ଏକ ପ୍ରକାର...

ଶ୍ରୀଦେବୀଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା: କେରଳ ଡିଜିପି ଦେଲେ ଚାଞ୍ଚଲ୍ୟକର ବୟାନ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୂରିଗଲାଣି। ୨୪ ଫେବୃଆରୀ,୨୦୧୮ରେ ବାଥ୍‌ଟବ୍‌ରେ ବୁଡ଼ି ଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପରଲୋକରେ ପୂରା ବଲିଉଡ୍‌ ଜଗତରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *