‘ସଂକ୍ରମିତଙ୍କ ପ୍ରକୃତ ସଂଖ୍ୟା ୪ ଗୁଣ ଅଧିକ’

ବେଙ୍ଗାଲୁରୁ,୧୦।୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯେତିକି ବୋଲି ଦର୍ଶାଯାଉଛି ସେମାନଙ୍କ ପ୍ରକୃତ ସଂଖ୍ୟା ତହିଁରୁ ଅନୂ୍ୟନ ୪ ଗୁଣ ଅଧିକ। ସ୍କୁଲ, କଲେଜଗୁଡ଼ିକ ଅଧିକ ବିପଜ୍ଜନକ ଅଞ୍ଚଳ, ଯେଉଁଠି ସଂକ୍ରମଣ ବୃଦ୍ଧିପାଇବାର ଆଶଙ୍କା ରହିଛି। ଏଭଳି ହାଇ ରିସ୍କ ଏରିଆଗୁଡ଼ିକୁ ଜୁନ୍‌ ଶେଷ ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ କରାଯିବା ଜରୁରୀ। ବାଇକନ୍‌ ଲିମିଟେଡ୍‌ ଅଧ୍ୟକ୍ଷା ତଥା ପରିଚାଳନା ନିର୍ଦ୍ଦେଶିକା କିରନ୍‌ ମଜୁମ୍‌ଦାର ଶ’ ବ୍ୟକ୍ତିଗତ ଭାବେ ଏପରି ବିଶ୍ୱାସ କରୁଥିବା ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ ଗୁରୁବାର କୁହାଯାଇଛି ଯେ, ଦେଶରେ କରୋନା ଭାଇରସ୍‌ ୧୬୬ ଜଣଙ୍କ ଜୀବନ ନେଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୫,୭୩୪ରେ ପହଞ୍ଚତ୍ଛି। ଏହାକୁ ନେଇ ବାୟୋଟେକ୍‌ ଏଣ୍ଟରପ୍ରିନିଓର କିରନ୍‌ କହିଛନ୍ତି, ଦେଶରେ ପ୍ରକୃତ ସଂକ୍ରମିତଙ୍କ ସଂଖ୍ୟା ଏହାଠାରୁ ୪ ଗୁଣ ଅଧିକ। ତେଣୁ ଲୋକଙ୍କ ରାଣ୍ଡମ୍‌ ଟେଷ୍ଟିଂ କରାଯାଉ ଓ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

‘ରାଜନୈତିକ ପର୍ଯ୍ୟଟନ’ରେ ମଣିପୁରରେ ଫଟୋ ସେସନ କରୁଛନ୍ତି ବିରୋଧୀ ଦଳ ନେତା: ଭାଜପା…

ନୂଆଦିଲ୍ଲୀ,୨୯।୭ : ଭାଜପା ଏମପି ମନୋଜ ତିୱାରୀ ଶନିବାର ବିରୋଧୀ ଦଳ ମେଣ୍ଟ ଇଣ୍ଡିଆର ଏକ ପ୍ରତିନିଧି ଦଳଙ୍କର ମଣିପୁର ଗସ୍ତକୁ ‘ରାଜନୈତିକ ପର୍ଯ୍ୟଟନ’ ବୋଲି...

ରାଜୋରିରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ଼

ଶ୍ରୀନଗର,୩୦।୧୦: ସୁଧୁରିନି ପାକିସ୍ତାନ। ଜମ୍ମୁ-କଶ୍ମୀରରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବୁଧବାର ପାକିସ୍ତାନ ସେନା ପକ୍ଷରୁ ରାଜୋରିର ସୁନ୍ଦରବଣି ସେକ୍ଟରରେ ଗୁଳିଗୋଳା ବର୍ଷଣ...

ଦେଶରେ ବାର୍ଡ ଫ୍ଲୁ ଆତଙ୍କ: କେରଳରେ ୪୦ ହଜାର କୁକୁଡାଙ୍କୁ କରାଯିବ ହତ୍ୟା

ନୂଆଦିଲ୍ଲୀ,୫।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମି ନ ଥିବା ବେଳେ ଏବେ ପୁଣି ନୂଆ ସଙ୍କଟ ଦେଖାଦେଇଛି। କେତେକ ରାଜ୍ୟରେ ବାର୍ଡ ଫ୍ଲୁ ଯୋଗୁ...

ଆଦିବାସୀଙ୍କ ପାଇଁ ଦ୍ରୌପଦୀ କ’ଣ କରିଛନ୍ତି

ନୂଆଦିଲ୍ଲୀ,୨୪ା୬:ଆଦିବାସୀଙ୍କ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ତୁଳନାରେ ମୋ ଅବଦାନ ଅଧିକ। କେନ୍ଦ୍ରମନ୍ତ୍ରୀ ଥିବାବେଳେ ମୁଁ ଆଦିବାସୀଙ୍କ ମଙ୍ଗଳ ପାଇଁ...

ଏନ୍‌କାଉଣ୍ଟରରେ ୨୦୬ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି: ଏବେ ବି ଲଞ୍ଚ୍‌ପ୍ୟାଡ୍‌ରେ ୪୦୦ ଆତଙ୍କବାଦୀ

ଶ୍ରୀନଗର,୩୦।୧୨: ଜମ୍ମୁ-କଶ୍ମୀରରେ ବୁଧବାର ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଶ୍ରୀନଗରର ପରିମ୍ପୋରାରେ ମଙ୍ଗଳବାର ରାତ୍ରରୁ ସର୍ଚ୍ଚ ଅପରେଶନ୍‌ ଜାରି ରହିଥିଲା।...

କେବେ ମିଳିବ କରୋନାରୁ ମୁକ୍ତି, ଆଇଆଇଟି ବୈଜ୍ଞାନିକ କହିଲେ ଏପରି…

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣରୁ କେବେ ମୁକ୍ତି ମିଳିବ ସେ ନେଇ ଆଇଆଇଟି...

ଦୈନିକ ମୃତ୍ୟୁ ସଂଖ୍ୟା ୧, ସକ୍ରିୟ ମାମଲା ୨୫ ହଜାର ତଳେ…

ନୂଆଦିଲ୍ଲୀ, ୨୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ତେବେ...

‘ଭାରତ ଆତ୍ମବିଶ୍ୱାସର ସହ ଅଜଣା ଶତ୍ରୁକୁ କରିଛି ସାମ୍ନା’

ଚେନ୍ନାଇ,୨୯।୭: ଚେନ୍ନାଇରେ ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ତାମିଲନାଡୁର ରାଜ୍ୟପାଳ...

Advertisement
Archives

Model This Week