ସଂକ୍ରମଣ ଭୟରେ କ୍ରୋମାଇଟ ପରିବହନ ବନ୍ଦ ଦାବି

କାଳିଆପାଣି,୬।୪(ଡିଏନଏ):  ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଲୋକେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ବାହାର ରାଜ୍ୟକୁ କ୍ରୋମାଇଟ ପରିବହନ ହେଉଥିବାରୁ ଅଞ୍ଚଳରେ ସଂକ୍ରମଣ ଆଶଙ୍କା କରି ସ୍ଥାନୀୟ ଗ୍ରାମବାସୀ କ୍ରୋମାଇଟ ପରିବହନକୁ ସୋମବାର ବନ୍ଦ କରି ଦେଇଥିବା ଜଣାପଡ଼ିଛି। ଲକଡାଉନ ପରେ ବି ପରିବହନ ବଳବତ୍ତର ରହିଥିବାବେଳେ ସୋମବାର କାଳିଆପାଣି ପଞ୍ଚାୟତସ୍ଥିତ ଓଡ଼ିଶା ଖଣି ନିଗମ ଦକ୍ଷିଣ କାଳିଆପାଣି ଖଣି ଫାଟକ ସମ୍ମୁଖରେ କାଳିଆପାଣି ସରପଞ୍ଚଙ୍କ ସମେତ ଗ୍ରାମବାସୀମାନେ କ୍ରୋମାଇଟ ପରିବହନ ବନ୍ଦ କରିବା ପାଇଁ ଧାରଣାରେ ଦେଇଥିଲେ। କ୍ରୋମାଇଟ ଲୋଡିଂ ପାଇଁ ଆସିଥିବା ଟ୍ରକଗୁଡ଼ିକ ଲୋଡିଂ ପାଇଁ ଯାଇପାରି ନ ଥିଲେ। ଖବରପାଇ ଖଣି ନିଗମ ଦକ୍ଷିଣ କାଳିଆପାଣି ଖଣି ପରିଚାଳକ କାଠି ପ୍ରଧାନ ଓ ଥାନା ଏସଆଇ ବିଭୁତି ମହାପାତ୍ର ଘଟଣାସ୍ଥଳରେ ପହଞ୍ଚତ୍ ଧାରଣାରତ ଲୋକଙ୍କ ସହ ଆଲୋଚନା କରିଥିଲେ। ତେବେ କାଳିଆପାଣି ସରପଞ୍ଚ କଳ୍ପନା ଜେନା ବାହାର ଅଞ୍ଚଳରୁ ଆସୁଥିବା ଟ୍ରକ ଡ୍ରାଇଭରଙ୍କ ଦ୍ୱାରା ଏହି ଅଞ୍ଚଳରେ କରୋନା ସଂକ୍ରମଣ ହୋଇପାରେ ବୋଲି ମତ ରଖିଥିଲେ। ତେଣୁ କିଛିଦିନ ପଯର୍‌ୟନ୍ତ ପରିବହନ ନ କରିବାକୁ ଅନୁରୋଧ ରଖିଥିଲେ। ଏନେଇ ପରିଚାଳକ କାଠି ପ୍ରଧାନ ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ କିଛିଦିନ ପଯର୍‌ୟନ୍ତ ପରିବହନ ବନ୍ଦ ରଖିବାକୁ ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ଧାରଣାରୁ ଓହରିଥିଲେ। ସେପରି କଂସ ପଞ୍ଚାୟତ ଓସ୍ତପାଳ ଫେକର ଖଣି ଫାଟକ ସମ୍ମୁଖରେ ଶତାଧିକ ଗ୍ରାମବାସୀ ଖଣିରୁ ପରିବହନ କାର୍ଯ୍ୟ ବନ୍ଦ ଦାବିରେ ଧାରଣାରେ ବସିଥିଲେ। କାଳିଆପାଣି ଥାନାଧିକାରୀ ରମାକାନ୍ତ ମୁଦୁଲି ଓ ଖଣି ପରିଚାଳକ ଅଜୟ କୁମାର ପାତ୍ର ଆନ୍ଦୋଳନରତ ଗ୍ରାମବାସୀଙ୍କ ନିକଟରେ ପହଞ୍ଚତ୍ ଆଲୋଚନା କରି ପରିବହନ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୯ରେ ରାଜ୍ୟସ୍ତରୀୟ ଓପନ୍‌ ଚେସ୍‌ ଟୁର୍ନାମେଣ୍ଟ

ସୋରଡ଼ା,୧୯ା୧୨(ଡି.ଏନ.ଏ.)-ଓଡ଼ିଶା ଚେସ୍‌ ସଂଘ ଓ ସୋରଡ଼ା ଚେସ ସଂଘ ମିଳିତ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଓପନ ଚେସ୍‌ ଟୁର୍ନାମେଣ୍ଟ ଆସନ୍ତା ୨୯ ତାରିଖରେ ସ୍ଥାନୀୟ ବୈଷୟିକ ବିଦ୍ୟାଳୟ...

ବିଜେପୁର ଉପନିର୍ବାଚନ : ମତଦାନ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବରଗଡ଼ ଅଫିସ/ବିଜେପୁର,୨୧।୧୦(ଡି.ଏନ୍‌.ଏ.): ବହୁ ପ୍ରତୀକ୍ଷିତ ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ସୋମବାର ଆରମ୍ଭ ହୋଇଛି। ଏଥିପାଇଁ ଉକ୍ତ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ...

ରାଶନ ସାମଗ୍ରୀ ବାଣ୍ଟିଲେ ଡିଆର୍‌ଡିଏ ପିଡି

ଛତ୍ରପୁର,୩୧।୩(ଡି.ଏନ୍‌.ଏ.)- ଗଞ୍ଜାମ ଡିଆର୍‌ଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଛତ୍ରପୁର ଉପକଣ୍ଠ ଦାମିୟନନଗର ବାସୀଙ୍କୁ ଡାଲି, ଚାଉଳ, ଚିନି, ଆଳୁ, ଚୂଡା ବଣ୍ଟନ କରିଥିଲେ।...

କ୍ଷତିପୂରଣ ନ ଦେବା ନିଷ୍ପତ୍ତି କାହାର

ନୂଆଦିଲ୍ଲୀ, ୨୨।୬: କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଦାଏର ଜନସ୍ବାର୍ଥ ମାମଲାର...

ସୁନ୍ଦରଗଡ଼ରୁ ୧୨ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧

ସୁନ୍ଦରଗଡ଼, ୮।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରୁ ସୋମବାର ପୁଣି ୧୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ପହଞ୍ଚିଛି।...

ପାଣିରୁ ଯୁବକଙ୍କୁ ଉଦ୍ଧାର କରିଥିବା ଆଗ୍ନିକଙ୍କୁ ପ୍ରଶଂସା

ଆଗ୍ନିକ ପ୍ରକାଶ କୁମାର ବଳଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍‌ ପ୍ରଶଂସା କରୁଛନ୍ତି। ପାଲଲହଡ଼ା ଦମକଳ କେନ୍ଦ୍ରର ମୁଖ୍ୟ ଆଗ୍ନିକ ଭାବେ କାର୍ଯ୍ୟରତ ପ୍ରକାଶ ନିଜ ଜୀବନକୁ...

ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି

ଖୋର୍ଦ୍ଧା ଅଫିସ, ୩ା୯:ରାଜୁଆ ଓ ଦୟା ଆଣିଛି ଦୁଃଖ। ଏହି ଦୁଇ ନଦୀରେ ଘାଇ ସୃଷ୍ଟି ହୋଇ ବନ୍ୟାଜଳ ଖୋର୍ଦ୍ଧା ଜିଲାର ଖୋର୍ଦ୍ଧା, ଜଟଣୀ, ବାଲିଅନ୍ତା,...

ଖୋଲାକୂଅରୁ ୫ ମୃତ ବାର୍‌ହା ଉଦ୍ଧାର

ବଇଣ୍ଡା,୧୫।୫(ଡି.ଏନ.ଏ.)- କିଶୋରନଗର ବ୍ଲକ ବାମୁର ରେଞ୍ଜ ଶାହାଜବାହାଳି ଗ୍ରାମର  ଅକ୍ଷୟ ସାହୁଙ୍କ ଖୋଲାକୂଅରୁ  ମଙ୍ଗଳବାର ବାମୁର ବନବିଭାଗ ୫ଟି ବାର୍‌ହାର ମୃତଦେହ ଉଦ୍ଧାର କରିଛି। ଘଟଣାରୁ...

Advertisement
Archives

Model This Week