Posted inଖେଳ

ଷ୍ଟୋକ୍ସଙ୍କ ବିରଳ ସଫଳତା

ସାଉଥାମ୍ପଟନ,୧୧।୭: ଇଂଲଣ୍ଡ ଅଲରାଉଣ୍ଡର ତଥା କାମଚଳା ଅଧିନାୟକ ବେନ୍‌ ୍ଯଯୋକ୍ସ ଏକ ବିରଳ ସଫଳତା ତଥା ରେକର୍ଡ ଅର୍ଜନ କରିଛନ୍ତି। ସେ ଟେଷ୍ଟ ଫର୍ମାଟରେ ବିଶ୍ୱର ଦ୍ୱିତୀୟ ଦ୍ରୁତତମ ଅଲରାଉଣ୍ଡର ଭାବେ ୪,୦୦୦ ରନ କରିବା ସହ ୧୫୦ ଉଇକେଟ ହାସଲ କରିଛନ୍ତି। ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ସେ ଏହି ମାଇଲ୍‌ ଖୁଣ୍ଟ ଅତିକ୍ରମ କରିଛନ୍ତି। ଭ୍ରମଣକାରୀ ଦଳର ଅଲଜାରି ଜୋସେଫ୍‌ଙ୍କୁ ଆଉଟ୍‌ କରି ଏକ ବିରଳ କ୍ଲବ୍‌ରେ ସାମିଲ ହୋଇଥିଲେ। ପୂର୍ବରୁ ଇଂଲଣ୍ଡ କିମ୍ବଦନ୍ତୀ ଅଲରାଉଣ୍ଡର ଇଆନ ବୋଥାମ ଓ ଅନ୍ୟ ୪ ଅଲରାଉଣ୍ଡର ଏହି ସଫଳତା ପାଇଛନ୍ତି। ଷ୍ଟୋକ୍ସ ୧୪ ଓଭର ବୋଲିଂ କରି ୪୯ ରନ ବିନିମୟରେ ୪ ଉଇକେଟ ହାସଲ କରିଛନ୍ତି। ଏଥିରେ ୫ଟି ମେଡେନ ଓଭର ସାମିଲ ରହିଛି। ୬୪ଟି ମ୍ୟାଚ୍‌ ଖେଳି ଷ୍ଟୋକ୍ସ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଗ୍ୟାରୀ ସୋବୋର୍ସ ତାଙ୍କ ଆଗରେ ରହିଛନ୍ତି। ସୋବର୍ସ ୬୩ ମ୍ୟାଚ୍‌ ଖେଳି ଏହି ସଫଳତା ପାଇଥିଲେ। ସୋବର୍ସ ଓ ଷ୍ଟୋକ୍ସଙ୍କୁ ବାଦ୍‌ ଦେଲେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଜ୍ୟାକ୍‌ କାଲିସ୍‌, ଭାରତର କପିଲ୍‌ ଦେବ ଓ ନ୍ୟୁଜିଲାଣ୍ଡ ଅଧିନାୟକ ଡାନିଏଲ ଭିଟ୍ଟୋରୀ ଏହି କ୍ଲବ୍‌ରେ ସାମିଲ ରହିଛନ୍ତି। ଏହି ଟେଷ୍ଟର ପ୍ରଥମ ଇନିଂସରେ ଷ୍ଟୋକ୍ସ ୪୩ ରନ ସଂଗ୍ରହ କରିଥିଲେ ଓ ଇଂଲଣ୍ଡ ତରଫରୁ ସର୍ବାଧିକ ସ୍କୋର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

ଆଶ୍ଚର୍ଯ୍ୟ ହେଲେବି ସତ, ଏହି ରାଜ୍ୟରେ ୭ ହଜାର ଛାତ୍ର HIV ପଜିଟିଭ୍

ବେଙ୍ଗାଲୁରୁ,୨୯।୭: କର୍ନାଟକରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ୧୮ ରୁ ୨୫ ବର୍ଷ ବୟସର ପ୍ରାୟ ୭ ହଜାର…

ପ୍ରବଳ ବର୍ଷା; କଳାହାଣ୍ଡିରେ ବଢ଼ିଲା ସ୍କୁଲ ଛୁଟି ଅବଧି, ଜିଲାପାଳ କହିଲେ…

ଭବାନୀପାଟଣା,୨୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଜାରି ରହିଛି ବର୍ଷା । ଏହାକୁ ଦୃଷ୍ଟିରେ ରଖି ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସ୍କୁଲ ଛୁଟି…

ଖେମୁଣ୍ଡି କଲେଜରେ ବନ ମହୋତ୍ସବ: ଅତିଥି ,ଅଧ୍ୟାପିକା,  ଅଧ୍ୟାପକ ମିଳିମିଶିକଲେ …

ଦିଗପହଣ୍ଡି,୨୯|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଯୁକ୍ତ ୨ ଏବଂ ଯୁକ୍ତ ୩ ଜାତୀୟ ସେବା ଯୋଜନା(ଏନଏସଏସ) ୟୁନିଟ ପକ୍ଷରୁ କଲେଜ ପରିସରରେ…

ହୁମାରେ ବଡ଼ ଧରଣର ସିରିଜ୍ ଚୋରି: ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହୁମା,୨୯।୭ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ହୁମା ଫାଣ୍ଡି ଅଧୀନ ପାଟଣା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସିରିଜ୍ ଚୋରି ଘଟିଛି। ଗୋଟିଏ…

କାଦୁଅ ପାଇଁ ହନ୍ତସନ୍ତ ରୋଗୀ, ଥୁଆମୂଳ ରାମପୁର CHC ରାସ୍ତାରେ ଅଟକୁଛି ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ରାସ୍ତା ଓ ଗେଟ୍ ସମ୍ମୁଖରେ ଏବେ ସ୍ଥିତି ଶୋଚନୀୟ ହୋଇପଡିଛି ।…

ଭୟଙ୍କର ବାଇକ୍ ଦୁର୍ଘଟଣା, ଚାଲିଗଲା ୨ଜଣଙ୍କ ଜୀବନ

ବଞ୍ଚୋ,୨୯।୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସିଙ୍ଗଡୋଭ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଭୟଙ୍କର ବାଇକ୍‌ ଦୁର୍ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri