ଶ୍ୱଶୁରଙ୍କ ଗୁଳିମାଡ଼ରେ ଚାଲିଗଲା ବୋହୂଙ୍କ ଜୀବନ,ବନ୍ଧୁକ ଜବତ

ଶେରଗଡ଼/ସୋରଡ଼ା,୧୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ବଡ଼ଗଡ଼ ଥାନା ବାରଭରଣିଆ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବାପ-ପୁଅଙ୍କ ଗଣ୍ଡଗୋଳରେ ବଳି ପଡ଼ିଛନ୍ତି ବୋହୂ। ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ଶ୍ୱଶୁରଙ୍କ ଗୁଳିମାଡ଼ରେ ମୃତ୍ୟୁ ଘଟିଛି ନବବିବାହିତାଙ୍କର। ମୃତକ ହେଲେ ସୋରଡ଼ା ଥାନା ଅଞ୍ଚଳର ରଶ୍ମିତା ମଲ୍ଲିକ। ଘଟଣା ପରେ ଶ୍ୱଶୁର ଫେରାର ହୋଇଯାଇଛନ୍ତି।
ବାରଭରଣିଆ ଗ୍ରାମ ପ୍ରଫୁଲ ମଲ୍ଲିକଙ୍କ ପୁଅ ମିଟୁ ୩ ମାସ ତଳେ ସୋରଡ଼ା ଥାନା ଅଞ୍ଚଳର ରଶ୍ମିତାଙ୍କୁ ବିବାହ କରିଥିଲେ। ପୁଅ ବାହାଘର ପାଇଁ ବାପା ପ୍ରଫୁଲ୍ଲ ୫୦ ହଜାର ଟଙ୍କା କରଜ କରିଥିଲେ। ଉକ୍ତ ଟଙ୍କା ଶୁଝିବାକୁ ନେଇ ବାପ-ପୁଅଙ୍କ ମଧ୍ୟରେ ମାସେ ହେଲା ପାଟିତୁଣ୍ଡ ହେଉଥିଲା। ଶନିବାର ପୂର୍ବାହ୍ନରେ କରଜ ଦେଇଥିବା ବ୍ୟକ୍ତି ଆସି ପ୍ରଫୁଲ୍ଲଙ୍କୁ ଟଙ୍କା ମାଗିଥିଲେ। ପ୍ରଫୁଲ୍ଲ ପୁଅ ମିଟୁଙ୍କୁ ଯାଇ ଟଙ୍କା ଦେବାକୁ କହିଥିଲେ। ମାତ୍ର ମିଟୁ ଦେବେନାହିଁ ବୋଲି ମନା କରିବାରୁ ବାପ-ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପ୍ରପୁଲ୍ଲ ରାଗିଯାଇ ଘରେ ଥିବା ଏକ ଦେଶୀ ବନ୍ଧୁକ ଆଣି ପୁଅ ମିଟୁଙ୍କ ଉପରକୁ ଗୁଳି ଚଳାଇଥିଲେ। ପାଖରେ ଥିବା ରଶ୍ମିତା ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ଆଗକୁ ଆସିଯିବାରୁ ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ପ୍ରଫୁଲ୍ଲ ବନ୍ଧୁକ ଫିଙ୍ଗି ଗ୍ରାମ ନିକଟ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ। ଖବରପାଇ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ବଡ଼ଗଡ଼ ଥାନାଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଗଁାରେ ପହଞ୍ଚତ୍ ମୃତଦେହ ଓ ବନ୍ଧୁକ ଜବତ କରିବା ସହ ତଦନ୍ତ ଚଳାଇଛନ୍ତି। ପୋଲିସ ଟିମ୍‌ ଜଙ୍ଗଲ ମଧ୍ୟରେ ପ୍ରଫୁଲ୍ଲଙ୍କୁ ଖୋଜାଖୋଜି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ: ମିଳିଲା ବଡ଼ ସଙ୍କେତ! ଧର୍ମେନ୍ଦ୍ରଙ୍କୁ…

ଭୁବନେଶ୍ୱର, ୩୦।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ…

କେସିଙ୍ଗା ସହର ଜଳମଗ୍ନ: ଗାଁ ଗାଁ ବୁଲିଲେ ଜିଲାପାଳ-ଅଧିକାରୀ

କେସିଙ୍ଗା,୩୦।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସବୁଠାରୁ ଜଳମଗ୍ନ ଅଞ୍ଚଳ ହେଉଛି ବେଲଖଣ୍ଡି, ହାତୀଖୋଜ, ସିର୍ଜା ପାଳି ଅଞ୍ଚଳରେ ଲଗାଣ ବର୍ଷାରେ ରାସ୍ତା ଘାଟ ଜଳମଗ୍ନ…

୨.୪୦ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଏହି ଅଭିନେତ୍ରୀ: ସେନ୍ଦେହ ହେବାରୁ…

ଫିଲ୍ମ ଅଭିନେତ୍ରୀ କୀର୍ତ୍ତି କୁଲହାରି ସାଇବର ଠକେଇର ଶିକାର ହୋଇଛନ୍ତି। ଠକମାନେ ଏକ ଅନଲାଇନ ଠକେଇ ମାଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୨.୪୦ ଲକ୍ଷ ଟଙ୍କା…

ରିଙ୍ଗ୍‌ ରୋଡ଼ ଘାଇରେ ଭାସିଯାଇଥିଲେ କାର୍‌ ଚାଳକ ସଦାଶିବ: ୩୦ ଘଣ୍ଟା ପରେ ମୃତଦେହ ଉଦ୍ଧାର, ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ,୩୦।୭(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍‌ ରୋଡ଼ରେ ସୃଷ୍ଟି ହୋଇଥିବା ବଡ଼ ଘାଇରେ ବନ୍ୟାର ପ୍ରବଳ ସ୍ରୋତରେ ଭାସିଯାଇଥିବା ଏର୍ଟିଗା କାର୍‌ର ନିଖୋଜ ଚାଳକ ସଦାଶିବ ମହାନ୍ତିଙ୍କ…

ବାହ୍ୟ ଜଗତରୁ ବିଚ୍ଛିନ୍ନ ମଣିପୁର ଗାଁ, ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ବନ୍ୟାଜଳ

ଭାପୁର,୩୦।୭ (ପ୍ରଭାତ ବରାଡ): ଭାପୁର ପଞ୍ଚାୟତ ସମିତିର ୨୦ଗୋଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ଚାରି ଗୋଟି ପଞ୍ଚାୟତ ଦେଇ ଓଡ଼ିଶାର ବୃହତ୍ତମ ନଦୀ ମହାନଦୀ ପ୍ରବାହିତ। ସେହି…

ମୋଦିଙ୍କ ଇନ୍‌ଷ୍ଟା ଭିଡିଓକୁ ନେଇ ଅଭିଜିତଙ୍କ କଟାକ୍ଷ, କହିଲେ-ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଇନଫ୍ଲୁଏନ୍ସର ହୋଇଯିବା ଉଚିତ୍‌…

ନୂଆଦିଲ୍ଲୀ,୩୦।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ କହିଛନ୍ତି, ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଦେବା ଉଚିତ୍‌ ଏବଂ ଜଣେ ଇନଫ୍ଲୁଏନ୍ସର (Influencer)…

ସୁଦାମଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ ଘଟିଲା..

ପଦ୍ମପୁର, ୩୦।୭: ପଦ୍ମପୁର ପାଟଣାଗଡ଼ ମୁଖ୍ୟ ସଡ଼କର ଦହିତା କଲେଜ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ…

ଇତିହାସ ରଚିଲା RCB: ୩୦୦ ମିଲିୟନ ଡଲାର ବ୍ରାଣ୍ଡ ଭାଲ୍ୟୁ ପାଇଥିବା ପ୍ରଥମ କ୍ରିକେଟ ଦଳ ଭାବେ ରେକର୍ଡ

ନୂଆଦିଲ୍ଲୀ,୩୦।୭: ଆଇପିଏଲ (IPL) ର ଗତ ଦୁଇଟି ସଂସ୍କରଣ (୨୦୨୫-୨୦୨୬)ର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କ୍ରମାଗତ ଭାବେ ଦୁଇଟି ଟାଇଟଲ ଜିତିବାରେ ତୃତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri