ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ରଥଖଳାରେ ରଥକାଠ ଅନୁକୂଳ ସମ୍ପନ୍ନ

ପୁରୁଣା ଭୁବନେଶ୍ୱର,୬।୩ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଗୁରୁବାର ମନ୍ଦିର ସନ୍ନିକଟ ରଥଖଳାରେ ରଥକାଠ ଅନୁକୂଳ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି। ପ୍ରାତଃରୁ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତି ଆଳତି, ଅବକାଶ, ସର୍ବସାଧାରଣ ଦର୍ଶନ, ପରେ ମାଘ ସ୍ନାନ, ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଖଇଦହି ବଲ୍ଲଭ, ଠାକୁରାଣୀଙ୍କ ଖଇଦହି ବଲ୍ଲଭ ଶେଷ ହେବା ପରେ ମନ୍ଦିରରୁ ସ୍ବତନ୍ତ୍ର ଶୋଭାଯାତ୍ରାରେ ଶ୍ରୀଲିଙ୍ଗରାଜଙ୍କ ମହାପ୍ରସାଦ ରଥଖଳାକୁ ନିଆଯାଇଥିଲା। ପାଳିଆ ସେବକଙ୍କ ଉପସ୍ଥିତିରେ ପୂଜାପଣ୍ଡା ସେବାୟତ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରି ରଥକାଠ ପୂଜା କରିଥିଲେ। ଆଳତି ପରେ ସର୍ଦ୍ଦାରୀ ମହାରଣା, ବଟକୃଷ୍ଣ ମହାରଣା, ସୋମନାଥ ମହାରଣାଙ୍କ ଉପସ୍ଥିତିରେ କେଦାରନାଥ ମହାରଣା, ଜଗନ୍ନାଥ ମହାରଣା ଏବହ ବାବାଜୀ ମହାରଣା କାଠରେ କୁରାଢି ଲଗାଇ ଅନୁକୂଳ ସମ୍ପନ୍ନ କରିଥିଲେ। ଏହା ପରେ ଠାକୁରଙ୍କ ସକାଳ ଧୂପ ହୋଇ ଅନ୍ୟାନ୍ୟ ନୀତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ଖୋଲିଲା ବହିଦୋକାନ, ଲମ୍ବା ଧାଡ଼ିରେ ଅଭିଭାବକ

ଭଦ୍ରକ ଅଫିସ,୧୯।୪: ରବିବାର ଭଦ୍ରକରେ ପ୍ରଥମ କରି ବହିଦୋକାନ ଖୋଲିଛ। ସକାଳ ୬ରୁ ଅଭିଭାବକମାନେ ଲମ୍ବା ଧାଡିରେ ରହି ବହି ଓ ଖାତା କିଣୁଥିବା ଦେଖିବାକୁ...

ହାର୍‌ ମାନିନାହାନ୍ତି କନକଲତା

ଭଦ୍ରକ ଅଫିସ, ୧୦।୭- ଭଦ୍ରକ ସହର ତଳିର ଏକ ଗଁା ଓକାଳ। ଗଁାରେ ରହିଛି ଏକ ୫ ଫୁଟ ଉଚ୍ଚର ବଖରାଏ ନୂଆଣିଆ ନଡ଼ା ଛପର...

ଆହାର କେନ୍ଦ୍ରରେ ଖାଇ ଛାଡ଼ଖାଇ ପାଳିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ

ବରଗଡ଼ ଅଫିସ,୧୩।୧୧- ବୁଧବାର ସବୁଆଡ଼େ ଛାଡଖାଇର ମାହୋଲ। ସଭିଁଏ ଉତ୍ସାହ, ଉଦ୍ଦୀପନା ସହିତ ଏହାକୁ ପାଳନ କରୁଛନ୍ତି। ହେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ...

୧ରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ, ଗୁଟ୍‌ଖା ମନା

ପୁରୁଣାଭୁବନେଶ୍ୱର,୩୦ା୧୦ (ଡି.ଏନ.ଏ.):ନଭେମ୍ବର ୧ରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ ଗୁଟ୍‌ଖା ସମ୍ପୂର୍ଣ୍ଣ ମନା କରାଯିବ। ଏଥିରେ ବ୍ୟତିକ୍ରମ ହେଲେ ୧୦୦ଟଙ୍କା ଫାଇନ ଦେବାକୁ ହେବ ବୋଲି ମଙ୍ଗଳବାର...

୧୫ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୭୨କୁ ବୃଦ୍ଧି ହୋଇଛି। ଏ ନେଇ...

ଆରମ୍ଭ ହେଲା ଭିତର ଚନ୍ଦନଯାତ୍ରା

ପୁରୀ ଅଫିସ,୨୯ା୫: ସୋମବାର ଶେଷ ହୋଇଛି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା। ୨୧ଦିନ ଧରି ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିଛନ୍ତି ଠାକୁର। ମହାପ୍ରଭୁଙ୍କ ଚଳନ୍ତି...

ଗ୍ରାମାଞ୍ଚଳରେ ଲୋକେ ମାନୁନାହାନ୍ତି ଲକଡାଉନ୍‌ ନିୟମ

ଭବାନୀପାଟଣା,୬।୪(ସ୍ବ.ପ୍ର): କରୋନା ଭୂତାଣୁ ନିୟନ୍ତ୍ରଣ ପାଇଁ ସରକାର ଲକ୍‌ଡାଉନ ନିୟମ କଡାକଡି କରିଛନ୍ତି। ତେବେ ଏବେବି କଳାହାଣ୍ଡି ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଲୋକେ ଲକ୍‌ଡାଉନ ନିୟମ...

କରୋନା ପରେ ଓଡ଼ିଶାକୁ ବାତ୍ୟା ଭୟ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସମଗ୍ର ଦେଶ କରୋନା ଭାଇରସ୍‌ ସଂକ୍ରମଣ ମହାସଙ୍କଟ ଦେଇ ଗତି କରୁଛି। ଦିନକୁ ଦିନ ଦେଶ ଓ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।...

Coronavirus Update

Archives

Model This Week

Why Dharitri