ଶ୍ରମିକ ନେତା ସୌରିବନ୍ଧୁ କରଙ୍କ ପରଲୋକ

ଭୁବନେଶ୍ୱର,୧୪ା୪ (ବ୍ୟୁରୋ): ବିଶିଷ୍ଟ ଟ୍ରେଡ୍‌ ୟୁନିୟନ ନେତା ତଥା ଲେଖକ ସୌରିବନ୍ଧୁ କରଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଅସୁସ୍ଥତା କାରଣରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ୧୯୪୮ରେ ଯାଜପୁର ଜିଲାର ଖଣ୍ଡିତର ଗଁାରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୧୨ ମସିହାରେ ଜୀବନୀ ପୁସ୍ତକ ‘ମାନବତାର ମହାତୀର୍ଥ’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୨ଟି ଶିଶୁ ସାହିତ୍ୟ ସଙ୍କଳନ, ୩ଟି ଜୀବନୀ, ୪ଟି ଗଳ୍ପ ସଙ୍କଳନ, ୨ଟି ଉପନ୍ୟାସ ଓ ଗୋଟିଏ ପ୍ରବନ୍ଧ ପୁସ୍ତକ ରଚନା କରିଥିଲେ। ସେ ସ୍ବାମୀ ବିବେକାନନ୍ଦଙ୍କ ଦର୍ଶନ ସମ୍ପର୍କରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଲାଭ କରିଥିଲେ। ସେ କାନାରା ବ୍ୟାଙ୍କରେ ଚାକିରି କରିବା ସହ ଏଆଇଟିୟୁସିର ସର୍ବଭାରତୀୟ ସାଧାରଣ ସମ୍ପାଦକ ମଧ୍ୟ ଥିଲେ। ତାଙ୍କର ୩ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେ ଭୁବନେଶ୍ୱର ଗଜପତିନଗରରେ ରହୁଥିଲେ। ଏଆଇଟିୟୁସିର ନେତୃତ୍ୱ ନେଇ ଗରିବ, ଅବହେଳିତଙ୍କ ଦାବି ସରକାରଙ୍କ ପାଖରେ ଉପସ୍ଥାପିତ କରି ସେ ନିଜକୁ ଜଣେ ଶ୍ରମିକ ନେତା ଭାବେ ଗଢି ତୋଳିଥିଲେ। ବିଶିଷ୍ଟ ସମାଲୋଚକ ତଥା ପ୍ରଫେସର ବାଉରିବନ୍ଧୁ କରଙ୍କ ବଡ଼ ଭାଇ ଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କ୍ୟାବିନେଟ୍‌

ଭୁବନେଶ୍ୱର ୧୫।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏହି ବୈଠକ ଭିଡିଓ...

ବିନା ଏନ୍‌ଇଇଟିରେ ପଢୁଛନ୍ତି ଆୟୁର୍ବେଦ ପାଠ

ଖୋର୍ଦ୍ଧା ଅଫିସ,୧୦ା୧: ଡାକ୍ତରୀ ପାଠ ପଢ଼ିବାକୁ ହେଲେ ସର୍ବଭାରତୀୟ ସ୍ତରରେ ଏନ୍‌ଇଇଟି ଏବଂ ଓଜେଇଇ ଦେବାକୁ ପଡ଼ିଥାଏ। ପରେ ନମ୍ବର ଏବଂ କ୍ୟାରିୟର ମାର୍କିଂ ଆଧାରରେ...

ହାତ ପାହାନ୍ତାରେ ସେବା ଦେବ ସଚେତକ ଆପ୍‌

ଭୁବନେଶ୍ୱର, ୫ା୬(ବ୍ୟୁରୋ)-ବର୍ତ୍ତମାନ ସମୟରେ ବୟୋଜ୍ୟଷ୍ଠ ବ୍ୟକ୍ତିଙ୍କ ଧ୍ୟାନ ନେବା ନିହାତି ଆବଶ୍ୟକ। ଲକ୍‌ଡାଉନ୍‌ ସମୟରେ କିପରି ଘରେ ରହି ସମସ୍ତ ସେବା ହାତ ପାହାନ୍ତାରେ ଉପଲବ୍ଧ...

କ୍ରିକେଟ ଖେଳରୁ ଗଣ୍ଡଗୋଳ: ଏୟାରଗନ୍‌ ସହିତ ୨ଗିରଫ

ବରଗଡ଼ ଅଫିସ୍‌,୧୩।୬- ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମରେ କ୍ରିକେଟ ଖେଳକୁ ନେଇ ୨ଜଣଙ୍କ ମଧ୍ୟରେଗଣ୍ଡଗୋଳ ଘଟଣାରେ ପୋଲିସ ୨ଅଭିଯୁକ୍ତଙ୍କୁ ଗିରଫ କରିଛି ।...

୩ରେ ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ କରିବେ ଏଏସ୍‌ଆଇ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ଶ୍ରୀମନ୍ଦିର ସ୍ଥିତି ବିଶେଷଜ୍ଞ ଟିମ୍‌ ଅନୁଧ୍ୟାନ କରିବେ । ଆସନ୍ତା ଜୁଲାଇ ୩ରେ ପୂର୍ତ୍ତ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା (ଏଏସଆଇ)ର ମିଳିତ ବିଶେଷଜ୍ଞ...

ସ୍କୁଲରେ ରହିଲା ନାହିଁ ସମାଜିକ ଦୂରତା – ମାଗଣା ବହି ପାଇଁ ପ୍ରବଳ ଭିଡ଼

ସମ୍ବଲପୁର,୨୭ା୪ (ବ୍ୟୁରୋ)-ରବିବାର ସମ୍ବଲପୁର ମହାନଗର ନିଗମ ଅଧୀନ ବୀର ସୁରେନ୍ଦ୍ର ସାଏ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ...

ସହର ସାନିଟାଇଜ଼ ଆରମ୍ଭ

ଢେଙ୍କାନାଳ ଅଫିସ, ୪।୪- କରୋନା ସଂକ୍ରମଣରୁ ସହରବାସୀଙ୍କୁ ସୁରକ୍ଷାଦେବା ଲାଗି ଢେଙ୍କାନାଳ ପୌରସଂସ୍ଥାରେ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାପାଳ ଭୂମେଶ...

ପୁଣି ରେକର୍ଡ ଭାଙ୍ଗିଲା କରୋନା: ରାଜ୍ୟରେ ଆଜି ୧୨,୩୯୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ୧୨,୩୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୯୩୮ ଜଣ...

Advertisement
Archives

Model This Week