ଶ୍ରଦ୍ଧାପୁର ପଞ୍ଚାୟତ ଉପନିର୍ବାଚନ ବିଶୃଙ୍ଖଳା ଘଟଣା ୬ ଶିକ୍ଷକ ନିଲମ୍ବିତ:ପ୍ରତିବାଦରେ ଶିକ୍ଷକଙ୍କ ମେଳି

ଭୋଗରାଇ, ୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତ ଉପନିର୍ବାଚନରେ ବିଶୃଙ୍ଖଳା ଓ ବ୍ଲକ ପରିସରରେ ୧୨ନଂ. ଓ ୧୪ନଂ. ବୁଥ୍‌ର ଭୋଟ୍‌ ବାକ୍ସ ଖୋଲାଥିବା ଓ ଭଙ୍ଗାଯାଇଥିବା ଅଭିଯୋଗ ହୋଇଥିଲା। ଉପନିର୍ବାଚନରେ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ୬ଜଣ ଶିକ୍ଷକଙ୍କୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଜିଲାପାଳଙ୍କ ଚିଠି (ନଂ. ୨୩୭୮) ଅନୁଯାୟୀ ଗତ ୩ତାରିଖରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲାପାଳଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ଶିକ୍ଷକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦ କରି ଶୁକ୍ରବାର ସନ୍ଧ୍ୟାରେ ଜଳେଶ୍ୱରପୁରସ୍ଥିତ ଶିକ୍ଷକ ଭବନରେ ସମସ୍ତ ବର୍ଗର ଶିକ୍ଷକ ମେଳି କରିଛନ୍ତି। ସେମାନେ ଅବିଳମ୍ବେ ନିଲମ୍ବନ ପ୍ରତ୍ୟାହାର ପାଇଁ ସରକାର ଓ ପ୍ରଶାସନଠାରେ ଦୃଢ଼ ଦାବି କରିଛନ୍ତି। ନଚେତ୍‌ ପ୍ରାଥମିକ ବିଦ୍ୟାଳୟ ସହ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ମିଳିତ ହୋଇ ବୃହତ୍ତର ଶିକ୍ଷକ ଆନ୍ଦୋଳନ ଗଢ଼ି ତୋଳିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ସ୍କୁଲରେ ତାଲା ପଡ଼ିବା ସହିତ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ନିଲମ୍ବିତ ଶିକ୍ଷକମାନେ ହେଲେ କଲ୍ୟାଣପୁର ଆର୍‌.ଏନ୍‌ ଉପ୍ରା ବିଦ୍ୟାଳୟର ତାପସ ସିଂ, ରସଲପୁର ସିଆର୍‌ସିସି ଅବନୀ କୁମାର ଜେନା, ବାଗରୁଖୀ ଏସ୍‌ଆର୍‌ ବିଦ୍ୟାପୀଠର କମ୍ପ୍ୟୁଟର ଶିକ୍ଷକ (ଆଇସିଟି) ତପନ କୁମାର ପ୍ରଧାନ, ଶ୍ରୀଦୁର୍ଗା ପଲ୍ଲୀଭୂମୀ ହାଇସ୍କୁଲର ଶିକ୍ଷକ କମଳଲୋଚନ ପାତ୍ର, ଉତ୍ତରନିଧୁବଣୀ ପ୍ରାଇମେରୀ ସ୍କୁଲର ଶିକ୍ଷକ ସୁକୁମାର ମହାନ୍ତି, ଅନଳିଆ ସରକାରୀ ନୋଡ଼ାଲ ସ୍କୁଲର ଶିକ୍ଷକ ଚିତ୍ତରଞ୍ଜନ ସାହୁ। ଏହି ମେଳିରେ ଉଚ୍ଚମାଧ୍ୟମିକ ଶିକ୍ଷକ ସଂଘର ସଭାପତି ଶ୍ରୀନିବାସ ପ୍ରଧାନ, ସମ୍ପାଦକ ବିଜୟାନନ୍ଦ ପଟ୍ଟନାୟକ, ନଟରଞ୍ଜନ ଘରାଇ, ପ୍ରଶାନ୍ତ କୁମାର ମହାନ୍ତି, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁଶାନ୍ତ ବେହେରା, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ଅଜିତ କୁମାର ସାମଲ, ସମ୍ପାଦକ ସୀତାରାମ ପ୍ରଧାନ, ପରେଶ ଚନ୍ଦ୍ର ଦାସ, ଅଶୋକ କୁମାର ସାହୁ ଓ ଗୌତମ ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତରରେ ଆନ୍ଦୋଳନ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର? ହେଲା ବଡ଼ ପର୍ଦ୍ଦାଫାଶ, ISI ମଡ୍ୟୁଲର ୯ ଲୋକ…

ନୂଆଦିଲ୍ଲୀ,୫।୮: ଅମୃତସର କମିଶନରେଟ ପୋଲିସ ଆଇଏସଆଇ (ISI) ସମର୍ଥିତ ଦୁଇଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଛି ଏବଂ ଏହି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

ଅଗରକରଙ୍କ ହେବ ଛୁଟି! ତାଙ୍କୁ ସ୍ଥାନ ନେଇପାରନ୍ତି ଏହି ମହାନ ଖେଳାଳି

ନୂଆଦିଲ୍ଲୀ,୫।୮: ଅଜିତ ଅଗରକରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯାଇପାରେ। ବିସିସିଆଇ ଏହି ଦାୟିତ୍ୱ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦେଇପାରେ।…

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

ସାହାଜଲଥା ସ୍କୁଲରେ ଯୋଗଦେଲେ ନୂଆ ଶିକ୍ଷକ: ଖୁସି ବ୍ୟକ୍ତ କଲେ ଛାତ୍ରୀଛାତ୍ର, ଅଭିଭାବକ

ଅମରପାଲି,୫ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଉପାନ୍ତ ତଥା ଜଙ୍ଗଲଘେରା ସାହାଜଲଥା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି…

ଆଜିଠୁ ଚମକିବ ଏହି ୬ ରାଶିର ଭାଗ୍ୟ: ବୁଧଦେବ କର୍କଟ ରାଶିରେ ପ୍ରବେଶ….

ଆଜି ବୁଧ ମିଥୁନ ରାଶିରୁ କର୍କଟ ରାଶିକୁ ପ୍ରବେଶ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବ୍ୟବସାୟ, ଧନ ଏବଂ ଚିନ୍ତା ପ୍ରକ୍ରିୟାର ମୁଖ୍ୟ…

ଲାଞ୍ଚ ନେବା ପଡିଲା ମହଙ୍ଗା: ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ବ ସହାୟକଙ୍କୁ ଚାକିରିରୁ ନିଲମ୍ବନ କଲେ ଜିଲାପାଳ

ଖଡ଼ିଆଳ,୫।୮(ସୁଜିତ କୁମାର ପ୍ରଧାନ ): ଦୁର୍ନୀତି ପ୍ରତି ନୂଆପଡ଼ା ଜିଲା ପ୍ରଶାସନର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ…

ଆମେରିକାରେ ହଇଚଇ: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର! ଗଲ୍ଫ କ୍ଲବ ନିକଟରୁ ବନ୍ଧୁକଧାରୀ ସନ୍ଦିଗ୍ଧ ଗିରଫ

ଓ୍‌ବାଶିଂଟନ୍‌,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଲିଫର୍ଣ୍ଣିଆସ୍ଥିତ ଗଲ୍ଫ କ୍ଲବ ନିକଟରୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri