ଶେଷରେ ଅସହାୟ ମହିଳାଙ୍କ ଚିକିତ୍ସା ହେଲା

ଲୋଇସିଂହା, ୨୯।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରା ଗାଁ। ସେହି ଗାଁର ଅସହାୟ ମହିଳା ହାଡ ସାହୁ। ମୂଲଲାଗି ପରିବାର ଚଳାନ୍ତି। କାମକୁ ନ ଗଲେ ତାଙ୍କ ଘରେ ଚୁଲି ଜଳେନି। ଏପରି ପରିସ୍ଥିତିରେ ଦିନେ ସେ କାମ କରୁଥିବା ବେଳେ ପଡି ଗଲେ। ଫଳରେ ତାଙ୍କ ବାମ ହାତର ହାଡ଼ ଭାଙ୍ଗିଯାଇଥିଲା। ହେଲେ ଅର୍ଥଭାବରୁ ସେ ନିଜ ଚିକିତ୍ସା କରାଇ ପାରୁ ନ ଥିଲେ। ତଥାପି ନିସ୍ତାର ନ ଥିଲା। ହାତ ଫୁଲି ଯାଇ ଯନ୍ତ୍ରଣା ହେଉଥିଲେ ମଧ୍ୟ ଘର ଚଳାଇବାକୁ ତାଙ୍କୁ କାମକୁ ଯିବାକୁ ପଡୁଥିଲା। ଏ କଥା ଜାଣିବା ପରେ ଲୋଇସିଂହାର ମାହେଶ୍ୱରୀ ସାମାଜିକ ସଙ୍ଗଠନ ସଦସ୍ୟମାନେ ତାଙ୍କ ଚିକିତ୍ସା କରାଇଛନ୍ତି । ବୁଧବାର ସଙ୍ଗଠନର ସଦସ୍ୟମାନେ ହାଡଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ନେଇଥିଲେ।ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କ ହାତରେ ପ୍ଲାଷ୍ଟର କରାଇବା ସହ ଆବଶ୍ୟକ ଓଷଧ ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଛି।
ହାଡଙ୍କ ଏକ ୮ ବର୍ଷର ଝିଅ ଅଛି। ବିବାହର କିଛି ବର୍ଷ ପରେ କୌଣସି କାରଣକୁ ନେଇ ହାଡ ବାପ ଘରକୁ ଚାଲି ଆସିଥିଲେ । ସେବେଠାରୁ ସେ ଆଉ ଶାଶୁ ଘରକୁ ଫେରି ନାହାନ୍ତି। ପୈତୃକ ଗ୍ରାମରେ ସେ ଆଶ୍ରୟ ନେଇଛନ୍ତି। ମା ବାପାଙ୍କ ଦେହାନ୍ତ ପରେ ହାଡ ନିଜ ଝିଅ ସହ ଦୁଃଖକଷ୍ଟରେ ଚଳୁଛନ୍ତି। ଅଦ୍ୟାବଧି ସରକାରଙ୍କ କୌଣସି ଯୋଜନାରେ ସେ ସାମିଲ ହୋଇ ପାରିନାହାନ୍ତି। ମୂଲଲାଗି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ତେଲଲୁଣ ସଂସାର ଚାଲେ। ଦୁଇସପ୍ତାହ ତଳେ କାମ କରିବାକୁ ଯାଇଥିବାବେଳେ ହଠାତ୍‌ ପଡିଯିବାରୁ ତାଙ୍କ ହାଡ ଭାଙ୍ଗି ଯାଇଥିଲା। ହେଲେ ଟଙ୍କା ଅଭାବରୁ ଚିକିତ୍ସା କରାଇ ପାରୁ ନ ଥିଲେ। ପନେସରା ଗାଁରେ ଅସହାୟମାନଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ ବେଳେ ଲୋଇସିଂହା ମାହେଶ୍ୱରୀ ସଙ୍ଗଠନର କର୍ମକର୍ତ୍ତାଙ୍କୁ ସେ ନିଜ ଦୁଃଖ ଜଣାଇଥିଲେ। ବୁଧବାର ସଙ୍ଗଠନ ପକ୍ଷରୁ ଦେବାଶିଷ ବିଷୋୟୀ, ସମୀର ବିଶ୍ୱା ଓ ମନୋଜ ଧରୁଆ ପ୍ରମୁଖ ହାଡଙ୍କୁଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଏକ୍ସରେ ପରେ ତାଙ୍କ ହାତର ହାଡ ଭାଙ୍ଗିଥିବା ଜଣାପଡିଥିଲା। ହାଡଙ୍କୁ ସରକାରୀ ଯୋଜନାରେ ସାମିଲ କରାଯିବା ସହ ରେଡକ୍ରସରୁ ସହାୟତା ଯୋଗାଇ ଦେବାକୁ ମାହେଶ୍ୱରୀ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

ସ୍ୱାମୀଙ୍କ ଅତ୍ୟାଚାର ସହି ନ ପାରି ଶେଷରେ ବିଷ ପିଇଦେଲେ ସ୍ତ୍ରୀ! ମା’ ଛେଉଣ୍ଡ ହୋଇଗଲା ଛୋଟ ଛୁଆ

ଲାଞ୍ଜିଗଡ଼, ୨୭।୮ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ କାଣ୍ଡଗୁଡ଼ା ଗ୍ରାମରେ ଘରୋଇ କଳହରୁ ଜଣେ ମହିଳା ବିଷ ପିଇ…

ରାତିର ସୁଯୋଗ ନେଇ ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତକୁ ଧରି ଜେଲ୍ ପଠାଇଲା ଆନନ୍ଦପୁର ପୋଲିସ!

ବଞ୍ଚୋ, ୨୭।୮ (ପ୍ରଦୋଷ ବିଶ୍ୱାଳ): ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଆନନ୍ଦପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ପ୍ରେମ ନା ପ୍ରତାରଣା? ନାବାଳିକାଙ୍କ ସହ ବାରମ୍ବାର ଅନୈତିକ ସମ୍ପର୍କ ରଖି କଲେ ଗର୍ଭବତୀ, ଶେଷରେ କୋର୍ଟ ଚାଲାଣ!

ହାଟଡ଼ିହି/ଛେନାପଦୀ, ୨୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରି…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri