ଶେଷରେ ଅସହାୟ ମହିଳାଙ୍କ ଚିକିତ୍ସା ହେଲା

ଲୋଇସିଂହା, ୨୯।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରା ଗାଁ। ସେହି ଗାଁର ଅସହାୟ ମହିଳା ହାଡ ସାହୁ। ମୂଲଲାଗି ପରିବାର ଚଳାନ୍ତି। କାମକୁ ନ ଗଲେ ତାଙ୍କ ଘରେ ଚୁଲି ଜଳେନି। ଏପରି ପରିସ୍ଥିତିରେ ଦିନେ ସେ କାମ କରୁଥିବା ବେଳେ ପଡି ଗଲେ। ଫଳରେ ତାଙ୍କ ବାମ ହାତର ହାଡ଼ ଭାଙ୍ଗିଯାଇଥିଲା। ହେଲେ ଅର୍ଥଭାବରୁ ସେ ନିଜ ଚିକିତ୍ସା କରାଇ ପାରୁ ନ ଥିଲେ। ତଥାପି ନିସ୍ତାର ନ ଥିଲା। ହାତ ଫୁଲି ଯାଇ ଯନ୍ତ୍ରଣା ହେଉଥିଲେ ମଧ୍ୟ ଘର ଚଳାଇବାକୁ ତାଙ୍କୁ କାମକୁ ଯିବାକୁ ପଡୁଥିଲା। ଏ କଥା ଜାଣିବା ପରେ ଲୋଇସିଂହାର ମାହେଶ୍ୱରୀ ସାମାଜିକ ସଙ୍ଗଠନ ସଦସ୍ୟମାନେ ତାଙ୍କ ଚିକିତ୍ସା କରାଇଛନ୍ତି । ବୁଧବାର ସଙ୍ଗଠନର ସଦସ୍ୟମାନେ ହାଡଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ନେଇଥିଲେ।ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କ ହାତରେ ପ୍ଲାଷ୍ଟର କରାଇବା ସହ ଆବଶ୍ୟକ ଓଷଧ ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଛି।
ହାଡଙ୍କ ଏକ ୮ ବର୍ଷର ଝିଅ ଅଛି। ବିବାହର କିଛି ବର୍ଷ ପରେ କୌଣସି କାରଣକୁ ନେଇ ହାଡ ବାପ ଘରକୁ ଚାଲି ଆସିଥିଲେ । ସେବେଠାରୁ ସେ ଆଉ ଶାଶୁ ଘରକୁ ଫେରି ନାହାନ୍ତି। ପୈତୃକ ଗ୍ରାମରେ ସେ ଆଶ୍ରୟ ନେଇଛନ୍ତି। ମା ବାପାଙ୍କ ଦେହାନ୍ତ ପରେ ହାଡ ନିଜ ଝିଅ ସହ ଦୁଃଖକଷ୍ଟରେ ଚଳୁଛନ୍ତି। ଅଦ୍ୟାବଧି ସରକାରଙ୍କ କୌଣସି ଯୋଜନାରେ ସେ ସାମିଲ ହୋଇ ପାରିନାହାନ୍ତି। ମୂଲଲାଗି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ତେଲଲୁଣ ସଂସାର ଚାଲେ। ଦୁଇସପ୍ତାହ ତଳେ କାମ କରିବାକୁ ଯାଇଥିବାବେଳେ ହଠାତ୍‌ ପଡିଯିବାରୁ ତାଙ୍କ ହାଡ ଭାଙ୍ଗି ଯାଇଥିଲା। ହେଲେ ଟଙ୍କା ଅଭାବରୁ ଚିକିତ୍ସା କରାଇ ପାରୁ ନ ଥିଲେ। ପନେସରା ଗାଁରେ ଅସହାୟମାନଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ ବେଳେ ଲୋଇସିଂହା ମାହେଶ୍ୱରୀ ସଙ୍ଗଠନର କର୍ମକର୍ତ୍ତାଙ୍କୁ ସେ ନିଜ ଦୁଃଖ ଜଣାଇଥିଲେ। ବୁଧବାର ସଙ୍ଗଠନ ପକ୍ଷରୁ ଦେବାଶିଷ ବିଷୋୟୀ, ସମୀର ବିଶ୍ୱା ଓ ମନୋଜ ଧରୁଆ ପ୍ରମୁଖ ହାଡଙ୍କୁଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଏକ୍ସରେ ପରେ ତାଙ୍କ ହାତର ହାଡ ଭାଙ୍ଗିଥିବା ଜଣାପଡିଥିଲା। ହାଡଙ୍କୁ ସରକାରୀ ଯୋଜନାରେ ସାମିଲ କରାଯିବା ସହ ରେଡକ୍ରସରୁ ସହାୟତା ଯୋଗାଇ ଦେବାକୁ ମାହେଶ୍ୱରୀ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri