ଶେଫ୍‌ ପ୍ରସ୍ତୁତ କଲେ କରୋନା ବର୍ଗର: କହିଲେ ‘ଯିଏ ଡରଉଛି ତାକୁ ଖାଅ’

ହନୋଇ: ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଚାଲିଛି। ଏହି ପରିସ୍ଥିତିରେ ଜଣେ ବ୍ୟକ୍ତି ଏହି ଭାଇରସ୍‌କୁ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି। ଶୁଣି ଡରିଗଲେ କି? ଡରିବାର କିଛି ନାହିଁ। ସତରେ ଭାଇରସ୍‌କୁ ଖାଇବେ ନାହିଁ। କରୋନା ନାମରେ ଏକ ବର୍ଗର ତିଆରି ହୋଇଛି। ତାହା ଖାଇବା ପାଇଁ ଏହି ବ୍ୟକ୍ତିଜଣକ ପରାମର୍ଶ ଦେଇଛନ୍ତି। ଭିଏତନାମାର ରାଜଧାନୀ ହନୋଇର ଶେଫ୍‌ ହୋଙ୍ଗ୍‌ ତୁଙ୍ଗ୍‌ ଏକ ବର୍ଗର ତିଆରି କରିଛନ୍ତି। ଯାହାର ନାମ ସେ କରୋନା ରଖିଛନ୍ତି। ସବୁଜ ରଙ୍ଗର ଏହି ବର୍ଗରକୁ ଲୋକେ ବହୁ ପସନ୍ଦ କରୁଛନ୍ତି। ତୁଙ୍ଗ୍‌ କୁହନ୍ତି, ଯଦି ଆପଣକୁ କୌଣସି ଜିନିଷ ହଇରାଣ କରୁଛି ତେବେ ତାକୁ ଖାଇଯାଅ। ଏଥିପାଇଁ ସେ କରୋନା ଭାଇରସ୍‌ ନାମରେ ସବୁଜ ପନିପରିବାରେ ଭର୍ତ୍ତି ବର୍ଗର ବିକୁଛନ୍ତି। ଏହା ଲୋକଙ୍କ ମନୋବଳ ବଢ଼ାଉଛି। ଏହି ବର୍ଗର ଦେଖିବାକୁ ଅବିକଳ କରୋନା ଭାଇରସ୍‌ ପରି। ଏହା ଅଟାରେ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଛୋଟ ଛୋଟ ଆକାର ବିଭିନ୍ନ ପନିପରିବା କଟାଯାଇ ଭର୍ତ୍ତି କରାଯାଇଛି।
ତୁଙ୍ଗ୍‌ ଏକ ପିଜା ହୋମ୍‌ରେ କାମ କରନ୍ତି। ଏବେ ଲକ୍‌ଡାଉନ୍‌ ସମୟରେ ଏପରି ଭିନ୍ନ ବର୍ଗର ତିଆରି କରିବାକୁ ଯୋଜନା କଲେ। ଭାଇରସ୍‌ ପରି ଦେଖିବାକୁ ବର୍ଗର ଖାଇଲେ କରୋନା ପ୍ରତି ଆଉ ଲୋକଙ୍କ ଭୟ ରହିବ ନାହିଁ। ପ୍ରତିଦିନ ୫୦ରୁ ଊର୍ଦ୍ଧ୍ୱ ଏହି ବର୍ଗର ବିକୁଛନ୍ତି ବୋଲି ତୁଙ୍ଗ୍‌ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାର ଦ୍ୱିତୀୟ ଡୋଜ ଟିକା ନେଲେ ମିଳିବ ସ୍ମାର୍ଟ ଫୋନ

ରାଜକୋଟ,୫ ।୧୨: କରୋନା ମହାମାରୀର ଭୟାବହାତାକୁ ଦେଖି ଏବେ ଟିକାକରଣ ଉପରେ ବେଶୀ ଗୁରୁତ୍ୱ ଦିଆଯାଉଛି । ଗୁଜରାଟର ରାଜକୋଟ ମ୍ୟୁନିସିପାଲ କର୍ପୋରେଶନ ଲୋକଙ୍କୁ ଟିକା...

ଆଜି ରାଜ୍ୟରୁ ୧୫୦ ପଜିଟିଭ୍‌ ଚିହ୍ନଟ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ରବିବାର ରାଜ୍ୟରେ ୧୫୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୩୦୦ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଘୋଷଣା ହେଲା କେଦାରନାଥ, ବଦ୍ରିନାଥ ମନ୍ଦିରର କବାଟ ଖୋଲିବା ତାରିଖ

ଡେରାଡୁନ,୨୦।୪: କରୋନା ଭାଇରସ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏଥିଯୋଗୁ ସମସ୍ତ ଧାର୍ମିକ ସ୍ଥାନ ମଧ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ଉତ୍ତରପ୍ରଦେଶର...

ରିଜର୍ଭ ପୋଲିସ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ବଲାଙ୍ଗୀର ଅଫିସ, ୧୫ା୪: ବଲାଙ୍ଗୀର ରିଜର୍ଭ ପୋଲିସ କନ୍‌ଷ୍ଟେବଲମାନେ କରୋନା ଲକ୍‌ଡାଉନ୍‌ ସମୟରେ ଗରିବ ଲୋକଙ୍କୁ ସହାୟତା ଯୋଗାଇବାକୁ ଆଗେଇ ଆସିଛନ୍ତି ା ରିଜର୍ଭ ପୋଲିସ...

ପ୍ରଥମ ଦରମା ଟଙ୍କା ମା’ଙ୍କୁ ଦେଇଥିଲି: କେସିଙ୍ଗା ବ୍ଲକ୍‌ ବିଡିଓ ଭୀମସେନ ଶବର

କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ର ବିଡିଓ ଭୀମସେନ ଶବର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ରାୟଗଡ଼ା ଜିଲା ଗୁଣୁପୁର ସବ୍‌ଡିଭିଜନ ଅନ୍ତର୍ଗତ ରାମନାଗୁଡ଼ା...

ନୂତନବର୍ଷ ଆରମ୍ଭରେ ଉପଲବ୍ଧ ହେବ କରୋନା ଟିକା: ୧୦ ବର୍ଷ ପର୍ଯ୍ୟନ୍ତ ରହିବ ଏହାର ପ୍ରଭାବ

ନୂଆଦିଲ୍ଲୀ,୧୮ା୧୦: କରୋନା ଭୂତାଣୁରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଏହା ପାଇଁ ପ୍ରସ୍ତୁତ ଟିକା ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ ବୋଲି ଆଇସିଏମ୍‌ଆରର ମହାନିର୍ଦ୍ଦେଶକ ଡକ୍ଟର...

ଦକ୍ଷିଣ ଏସିଆ ପ୍ରସିଦ୍ଧ ପଦ୍ମସମ୍ଭବ ବୌଦ୍ଧ ମହାବିହାର

ବୌଦ୍ଧଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ନିଜ ଜୀବନକାଳ ମଧ୍ୟରେ କେବେ ଓଡ଼ିଶାକୁ ଆସି ନ ଥିଲେ ମଧ୍ୟ ଏଠାରେ ୨୦୦ରୁ ଉର୍ଦ୍ଧ୍ୱ ବୌଦ୍ଧ କୀର୍ତ୍ତି ଦେଖିବାକୁ...

ଅସରପା ଡ୍ରୋନ୍‌ ଶତ୍ରୁଙ୍କ ତଥ୍ୟ ସହଜରେ କରିବ ସଂଗ୍ରହ

କାନପୁର,୨୩।୨: ଉତ୍ତରପ୍ରଦେଶ କାନପୁର ଆଇଆଇଟି ଏବଂ ଭାରତ ଇଲୋଟ୍ରୋନିକ୍ସ୍‌ ଲିମିଟେଡ୍‌ର ମିଳିତ ସହଯୋଗରେ ଅସରପା ଭଳି ଦେଖାଯାଉଥିବା କ୍ଷୁଦ୍ର ଡ୍ରୋନ୍‌ ପ୍ରସ୍ତୁତ କରାଯାଇଛି। ଏହା ସହଜରେ...

Advertisement
Archives

Model This Week