ଶୁଟିଂ ପାଇଁ ମୁମ୍ବାଇରେ ପହଞ୍ଚିଥିବା କନିକାଙ୍କୁ ଫ୍ଲାଟରେ ଏଣ୍ଟ୍ରି ପାଇଁ ମନାକଲା ସୋସାଇଟି

ମୁମ୍ବାଇ: କରୋନା ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୨ଠାରୁ ସମସ୍ତ ଫିଲ୍ମ ଓ ସିରିୟଲ୍‌ ଶୁଟିଂ ବନ୍ଦ ରହିଛି। ଫଳରେ କଳାକାରମାନେ ହାତବାନ୍ଧି ଘରେ ବସି ରହିଛନ୍ତି। ନିକଟରେ ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ଶୁଟିଂ କରିବାକୁ ସରକାର ଅନୁମତି ଦେଇଛନ୍ତି। ଅନୁମତି ମିଳିବା ପରେ ଲକ୍‌ଡାଉନରେ ନିଜ ସହରକୁ ଫେରିଯାଇଥିବା ସମସ୍ତ କଳାକାର ଏବେ ମୁମ୍ବାଇକୁ ଫେରିଛନ୍ତି। ସେଥିମଧ୍ୟରୁ ସିରିୟଲ୍‌ ‘ଗୁଡ୍ଡନ ତୁମେସ ନ ହୋ ପାଏଗା’ର ଗୁଡ୍ଡନ ଫେମ୍‌ କନିକା ମାନ ମଧ୍ୟ ରହିଛନ୍ତି। କନିକା ନିଜ ମା’ଙ୍କ ସହ ପାନିପତରୁ ମୁମ୍ବାଇକୁ ଆସିଛନ୍ତି। ଫରିବା ପରେ ଘରୁ ହିଁ ସେ ଶୁଟିଂ ଆରମ୍ଭ କରିଦେଇଛନ୍ତି। ତେବେ ମୁମ୍ବାଇ ଫେରିବା ପରେ ରହୁଥିବା ସୋସାଇଟିରେ ତାଙ୍କୁ ଓ ତାଙ୍କ ମା’ଙ୍କୁ ଏଣ୍ଟ୍ରି ମିଳି ନ ଥିଲା ବୋଲି ସେ କହିଛନ୍ତି। ସୋସାଇଟି ଲୋକଙ୍କୁ ବହୁ ବୁଝାସୁଝା କରିବା ସହ ମୁମ୍ବାଇ ଏୟାରପୋର୍ଟ ଥର୍ମାଲ ସ୍କ୍ରିନିଂ, ଆରୋଗ୍ୟ ସେତୁ ଆପ୍‌ରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦାଖଲ କରାଯାଇଛି ବୋଲି ସେ କହିଥିଲେ। ଏଥିସହ ୧୫ଦିନର କ୍ୱାରାଣ୍ଟାଇନ୍‌ ନିୟମ ମଧ୍ୟ ପାଳନ କରିବୁ କହିବା ପରେ ସୋସାଇଟି ଲୋକ ତାଙ୍କୁ ଫ୍ଲାଟରେ ରହିବାକୁ ଅନୁମତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ପାଇଁ ବଦଳିଛି ଜୀବିକା: ଭୋକ, ଭୟର ଦୋଛକିରେ ମଣିଷ

ବିଶ୍ୱରେ ବିଚିତ୍ର ସ୍ଥିତି ସୃଷ୍ଟି କରିଛି କରୋନା। ଭୂତାଣୁ ସଂକ୍ରମଣରେ ଭୟଭୀତ ମଣିଷ। ପ୍ରତିଦିନ ଗଡୁଛି ମୁଣ୍ଡ। ବଢୁଛି ଆତଙ୍କ। ଏଥିରେ ପ୍ରଭାବିତ ହୋଇଛି ଜୀବନ...

ଦୀର୍ଘଦିନ ପରେ କୋମୋଲିକା ଚରିତ୍ରରେ ଛୋଟ ପରଦାକୁ ଫେରିଲେ ଆମନା

ଛୋଟ ପରଦାରେ ପ୍ରସାରିତ ହେଉଥିବା ସଫଳ ଧାରାବାହିକ ‘କହିଁ ତୋ ହୋଗା’ରେ କଶିଶ ଚରିତ୍ର କଥା ପ୍ରାୟ ସମସ୍ତଙ୍କର ମନେଥିବ। ଏଥିରେ କଶିଶ ଚରିତ୍ରରେ ଆମନା...

ସୋନାକ୍ଷୀଙ୍କୁ ପସନ୍ଦ ନୁହେଁ ବଲିଉଡ୍‌ ନାୟକ!

ମୁମ୍ବାଇ: ବଲିଉଡ୍‌ ନାୟକ ନାୟିକାଙ୍କ ପ୍ରେମ ସମ୍ପର୍କକୁ ନେଇ ସାଧାରଣ ଲୋକଙ୍କ ମନରେ ଯେଉଁ ଧାରଣା ରହିଛି ତା’ଠାରୁ ନାୟିକା ସୋନକ୍ଷୀ ସିହ୍ନା ଟିକେ ଭିନ୍ନ।...

ସାହୋ: ରିଲିଜ୍‌ ହେଲା ‘ଇନି ସୋନି’ର ଟିଜର୍‌

ମୁମ୍ବାଇ: ଶ୍ରଦ୍ଧା କପୁର ଓ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ସାହୋ’ର ରୋମାଣ୍ଟିକ୍‌ ଟ୍ରାକ୍‌ ‘ଇନି ସୋନି’ ଗୀତର ଟିଜର୍‌ ହୋଇଛି। ନିକଟରେ ଏହାର ପୋଷ୍ଟର ରିଲିଜ୍‌...

ଏଥର ରୋମ୍‌ରେ ଜନ୍ମଦିନ ପାଳିବେ ନୀଳ ନୟନା

ମୁମ୍ବାଇ: ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏଥର ତାଙ୍କର ୪୬ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ନଭେମ୍ବର ୧ରେ ତାଙ୍କ ଜନ୍ମଦିନ...

ମିସ୍‌ଇଣ୍ଡିଆରୁ ଅଭିନେତ୍ରୀ ହୋଇଥିବା ପ୍ରଥମ ନାୟିକା ନୂତନ: ଫିଲ୍ମ ଫେୟାର ପୁରସ୍କାର ଜିତିବାର ରହିଛି ରେକର୍ଡ

‘ସୀମା’, ‘ସୁଜାତା’, ‘ବନ୍ଦିନୀ’ ଏବଂ ‘ମୈ ତୁଲ୍‌ସି ତେରେ ଆଙ୍ଗନ୍‌ ମୈ’ ପରି ଫିଲ୍ମରେ ସୁନ୍ଦର ଅଭିନୟ କରିଥିବା ଅଭିନେତ୍ରୀ ନୂତନଙ୍କ ପାଇଁ କୌଣସି ପରିଚୟର...

ଲକ୍‌ଡାଉନ୍‌ ଯୋଗୁ ଅନ୍ୟ ରାଜ୍ୟକୁ ଚାଲିକି ଯାଉଛନ୍ତି ଲୋକେ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ପରିସ୍ଥିତି ସୃଷ୍ଟି ହୋଇଛି। ଲକ୍‌ଡାଉନ୍‌ ଯୋଗୁ ସାଧାରଣ ଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ଏଭଳି ସ୍ଥିତିରେ...

ବୟସ୍କ କଳାକାରଙ୍କ ପାଇଁ ଖୁସିଖବର

ମୁମ୍ବାଇ,୭।୮: ଦେଶରେ କରୋନା ଆତଙ୍କ ଜାରି ରହିଛି। କରୋନାକୁ ସହ ମୁକାବିଲା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍‌ଡାଉନ ଜାରି କରିଛନ୍ତି। ଅଗଷ୍ଟ ୧ରୁ...

Coronavirus Update


Archives

Model This Week

Why Dharitri