Posted inଖେଳ

ଶୀତଦିନେ ଆୟୋଜନ ହେବ ଫିଫା ବିଶ୍ୱକପ

ଦୋହା,୫।୯(ପି.ଟି.)- ୨୦୨୨ ଫିଫା ବିଶ୍ୱକପ୍‌ ଶୀତଦିନରେ ଆୟୋଜନ ହେବା ନେଇ ପ୍ରାକ୍‌ ସୂଚନା ମିଳିଛି। ବିଶ୍ୱକପ୍‌ର ଲୋଗୋ ଉନ୍ମୋଚନରୁ ଏହା ଜଣାପଡୁଛି। କାତାରରେ ଏହି ବିଶ୍ୱକପ୍‌ ଆୟୋଜନ ନେଇ ପୂର୍ବରୁ ଏକାଧିକ ବାର ବିବାଦ ସୃଷ୍ଟି ହୋଇଥିଲା। ଏହି ମୋଗା ଇଭେଣ୍ଟ ପାଇଁ ବିଶ୍ୱସ୍ତରୀୟ ତଥା ସୁନ୍ଦର ଭିତ୍ତିଭୂମି ସୃଷ୍ଟି କରାଯାଇଛି। ମଧ୍ୟପ୍ରାଚ୍ୟର ଏହି କ୍ଷୁଦ୍ର ଦେଶ କାତାରରେ ବିଶ୍ୱକପ୍‌ ଆୟୋଜନ ଅଧିକାର ପ୍ରଦାନ ନେଇ ପୂର୍ବରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପ୍ରଥମଥର ପାଇଁ ମଧ୍ୟପ୍ରାଚ୍ୟରେ ବିଶ୍ୱକପ୍‌ ଆୟୋଜନ ହେଉଥିବାରୁ ଏଠାରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ବିଶ୍ୱକପ୍‌ ଲୋଗୋରେ ଉଲର ପାରମ୍ପରିକ ସାଲ୍‌ ଦେଖିବାକୁ ମିଳିଛି। ଶୀତଦିନେ ଏହାର ବ୍ୟବହାର କରାଯାଇଥାଏ। ତେଣେ ବିଶ୍ୱକପ୍‌ ଶୀତଦିନେ ଆୟୋଜନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି ବୋଲି ଫିଫା କହିଛି। ଯଦିଓ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷଣା କରାଯାଇନାହିଁ। ତେବେ ବିଶ୍ୱକପ୍‌ ନଭେମ୍ବର ଓ ଡିସେମ୍ବରରେ ଖେଳାଯିବ। ସାଧାରଣତଃ ଜୁନ୍‌ ଓ ଜୁଲାଇରେ ଫିଫା ବିଶ୍ୱକପ୍‌ ଆୟୋଜନ ହୋଇଥାଏ। ତେବେ ସେତେବେଳେ କାତାରରେ ଗ୍ରୀଷ୍ମ ଓ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ଶୀତଦିନେ ଏହି ମୋଗ ଇଭେଣ୍ଟ ଆୟୋଜନ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ଅନ୍ୟ ପଡୋଶୀ ଦେଶ ବିଶ୍ୱକପ୍‌ ଆୟୋଜନରେ କୌଣସି ଭୂମିକା ନିର୍ବାହ କରୁନାହାନ୍ତି। ରାଜନୈତିକ ତଥା କୁଟନୈତିକ ସ୍ତରରେ ମୁକାବିଲାମୁଳକ ସ୍ଥିତି ସୃଷ୍ଟି ହୋଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ୨୦୧୭ ପରଠାରୁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ), ସୌଦି ଆରବ ଓ ଇଜିପ୍ଟ କାତାରଠାରୁ କୁଟନୈତିକ ଓ ଅର୍ଥନୈତିକସ୍ତରରେ ସବୁ ସମ୍ପର୍କ ଛିନ୍ନ କରିଛନ୍ତି। ଫଳରେ ବିଶ୍ୱକପ୍‌ ଅବସରରେ ପ୍ରଶଂସକଙ୍କ ଯାତାୟାତ ନେଇ ସମସ୍ୟା ସୃଷ୍ଟି ହେବାର ସମ୍ପାବନା ରହିଛି। ୨୦୧୦ରେ କାତାର ମତଦାନ ମାଧ୍ୟମରେ ବିଶ୍ୱକପ୍‌ ଆୟୋଜନ ଅଧିକାର ପାଇଥିଲା। ବିଶ୍ୱକପ୍‌ ଭିତ୍ତିଭୂମି ନିର୍ମାଣ ଉନ୍ନତ ମାନର ହୋଇନାହିଁ ବୋଲି ଫିଫା ତଦନ୍ତ କରି ଜାଣିବାକୁ ପାଇଥିଲା। ତେବେ ଏ ନେଇ କୌଣସି ପ୍ରମାଣ ପାଇ ନ ଥିଲା। ଫଳରେ ବିବାଦ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ୟାଟ୍‌ ଛାଡି ବନ୍ଧୁକ ଧରିଲେ ଧୋନୀ

ରାଞ୍ଚି,୧୬।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣି କେବେ ପଡିଆକୁ ଫେରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇ ରହିଛି।...

ଅଭ୍ୟାସ ମ୍ୟାଚ୍‌ ଆରମ୍ଭ: ନିଜ ଦଳ ବିପକ୍ଷରେ ଖେଳୁଛନ୍ତି ୪ ଖେଳାଳି

ଲିସେଷ୍ଟର,୨୩।୬: ଭାରତୀୟ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି। ଏଠାରେ ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷରେ ଏଜବେଷ୍ଟନରେ ଏକ ଟେଷ୍ଟ ଖେଳିବ ଭାରତ। ତା’ପରେ ଭାରତୀୟ...

ରିଲ୍‌ରେ ବକ୍ସିଂ କୋଚ୍‌ଙ୍କ ପୁଅ ଜିତିଲେ ଏସିଆନ ଚାମ୍ପିୟନଶିପ୍‌ ରୌପ୍ୟ

ମୁମ୍ବାଇ,୨୬।୯: ଟଲିଉଡ୍‌ ଫିଲ୍ମରେ ବକ୍ସିଂ କୋଚ୍‌ ଅଭିନୟ କରିଥିବା ଆର. ମାଧବନଙ୍କ ପୁଅ ବେଦାନ୍ତ ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଗର୍ବିତ କରିଛନ୍ତି। ବିଭିନ୍ନ ବୟସ ବର୍ଗରେ...

ଟ୍ରକ ଡାଲାରେ ବସି କ୍ରିକେଟ ଖେଳିବାକୁ ଯାଉଥିଲେ ଏହି ଖେଳାଳି

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ୨୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୩ ମସିହା, ଅକ୍ଟୋବର ୧୧ରେ ଗୁଜରାଟର ସୁରତରେ ଜନ୍ମଗ୍ରହଣ କରିଥିବା...

୫୧ ହଜାର କରୋନା ସଂକ୍ରମିତଙ୍କୁ ମାଗଣାରେ ଖାଦ୍ୟ ପହଞ୍ଚାଇଲେଣି ଏହି ବିସ୍ଫୋରକ କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୫: ମାରାତ୍ମକ କରୋନା ସମୟରେ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି ଅନେକ ସେଲିବ୍ରିଟି। ଏଥିରେ ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ମଧ୍ୟ...

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁ ସହ ଚୁକ୍ତି ବୃଦ୍ଧି କଲେ ଏରିକ୍‌ ପାର୍ଟାଲୁ

ବେଙ୍ଗାଲୁରୁ,୩୦। ୩ (ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌ ) କ୍ଲବ ବେଙ୍ଗାଲୁରୁ ଏଫ୍‌ସି ସହିତ ଅଷ୍ଟ୍ରେଲିଆ ମିଡ୍‌ଫିଲ୍ଡର ଏରିକ୍‌ ପାର୍ଟାଲୁ ଚୁକ୍ତି ବଢାଇଛନ୍ତି।...

ରନ୍‌ଆଉଟ୍‌ ହେବା ପରେ ସାଥୀ ଖେଳାଳିଙ୍କ ମୁହଁକୁ ଫୋପାଡିଲେ ବ୍ୟାଟ୍‌, ଆଉ ତା’ପରେ…

ୟୁଏଇ,୨୦।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ ଆଜିକାଲି ୟୁଏଇରେ ଅଛନ୍ତି। ସେ ଷ୍ଟାର ସ୍ପୋର୍ଟସର କମେଣ୍ଟ ପ୍ୟାନେଲରେ...

କେକେଆର୍‌କୁ ୧୨୮ରେ ରୋକିଦେଲେ

ମୁମ୍ବାଇ,୩୦।୩: ଚଳିତ ଆଇପିଏଲରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ପୂରା ଫେଲ୍‌ ମାରିଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ବ୍ୟାଟିଂ...

Advertisement
Archives

Model This Week