ଶୀଘ୍ର ଆସିବ ଏଲ୍‌ଆଇସିର ଆଇପିଓ

ନୂଆଦିଲ୍ଲୀ,୨୦।୬: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଇନିସିଆଲ ପବ୍ଲିକ ଅଫରିଂ( ଆଇପିଓ) ଶୀଘ୍ର ଆସିବ। ଏଥି ଲାଗି ସରକାର ପରାମର୍ଶଦାତାଫାର୍ମ, ନିବେଶ ବ୍ୟାଙ୍କର ଏବଂ ବିତ୍ତୀୟ ସଂସ୍ଥାଗୁଡିକଠାରୁ ଟେଣ୍ଡର ଆମନ୍ତ୍ରଣ କରିଛନ୍ତି। ଏଲ୍‌ଆଇସି ଆଇପିଓ ଆସିଲେ ଏହା ଦେଶର ସବୁଠାରୁ ବଡ ଆଇପିଓ ହେବ ବୋଲି କୁହାଯାଉଛି। ଏଥିଲାଗି ସରକାର ୨ ପୂର୍ବ ଟ୍ରାଞ୍ଜାକଶନ ପରାମର୍ଶଦାତା ସାମିଲ କରିବେ। ସରକାର ଏୟାର ଇଣ୍ଡିଆ, ବିପିସିଏଲ୍‌,କନକର ସମେତ ଅନ୍ୟ କମ୍ପାନୀଗୁଡିକରୁ ଅଂଶଧନ ବିକ୍ରି କରିବା ଲାଗି ବର୍ତ୍ତମାନ ଯୋଜନା ରଖିଛନ୍ତି। କୋଭିଡ୍‌ କାରଣରୁ ବର୍ତ୍ତମାନ ଏଥିରେ ବାଧା ଉପୁଜିଛି। ଶୁକ୍ରବାର ଜାରି ହୋଇଥିବା ରିକ୍ୱେଷ୍ଟ ପ୍ରପୋଜାଲ ମୁତାବକ ଟେଣ୍ଡରର ଚୂଡାନ୍ତ ତାରିଖ ୧୩ ଜୁଲାଇ ରଖାଯାଇଛି। ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମ ଏଲ୍‌ଆଇସି ଆଇପିଓ ସମ୍ପର୍କରେ ଘୋଷଣା କରିଥିଲେ। ଟେଣ୍ଡରରେ ଭାଗନେବାକୁ ହେଲେ ଅନ୍ତତଃ ପକ୍ଷେ ୩ ବର୍ଷର ଅଭିଜ୍ଞତା ରହିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଡି ଭାବେ ବିଜୟ ଶେଖରଙ୍କ ପୁନଃ ନିଯୁକ୍ତି

ନୂଆଦିଲ୍ଲୀ,୨୨।୮: ପେଟିଏମ୍‌ର ସହ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ପୁଣି ଥରେ ଫିନଟେକ୍‌ କମ୍ପାନୀର ସିଇଓ ଏବଂ ଏମ୍‌ଡି ଭାବେ ନିଯୁକ୍ତ ହୋଇଛନ୍ତି। ପେଟିଏମ୍‌ର ପେରେଣ୍ଟ...

‘ମାନବ ସମ୍ବଳ ପରିଚାଳନାକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୧୯।୧: ଦେଶର ପ୍ରମୁଖ ଶିଳ୍ପ ସଂଘ ଦ ଆସୋସିଏଟେଡ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ (ଆସୋଚାମ) ପକ୍ଷରୁ ଏକ ଦିନିକିଆ ଏଚ୍‌ଆର୍‌...

ରେନୋ ଇଣ୍ଡିଆର ଲିମିଟେଡ୍‌ ଏଡିଶନର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୯: ଭାରତର ଏକ ନମ୍ବର ୟୁରୋପିଆନ୍‌ ବ୍ରାଣ୍ଡ ‘ରେନୋ ଇଣ୍ଡିଆ’ ପକ୍ଷରୁ ଚଳିତ ପାର୍ବଣ ଉପଲକ୍ଷେ ରେନୋର ଲିମିଟେଡ୍‌ ଏଡିଶନର ଶୁଭାରମ୍ଭ କରାଯାଇଛି। ଏହାର ସମଗ୍ର...

‘ଶିଳ୍ପ ପ୍ରତିଷ୍ଠା ପାଇଁ ଅଧିକାରୀଙ୍କ ସକାରାତ୍ମକ ମନୋଭାବ ଜରୁରୀ’

ଭୁବନେଶ୍ୱର,୧୧ା୧(ବ୍ୟୁରୋ): ଚଳିତ ବର୍ଷ ବାଣିଜ୍ୟ ମେଳା ହେବ ନାହିଁ। ମାତ୍ର ଆସନ୍ତା ମାର୍ଚ୍ଚ ୫ରୁ ୯ ତାରିଖ ମଧ୍ୟରେ ପ୍ରତି ଜିଲା ସ୍ତରରେ ଉଦ୍ୟୋଗ ସପ୍ତାହ...

ସ୍ଥାନୀୟ ସାମଗ୍ରୀକୁ ମିଳିବ ଅଗ୍ରାଧିକାର

ନୂଆଦିଲ୍ଲୀ,୧।୬: କେନ୍ଦ୍ର ସରକାର ବର୍ତ୍ତମାନ ଆତ୍ମନିର୍ଭର ଭାରତ ଯୋଜନା ଉପରେ ଗୁରୁତ୍ୱ ଦେଇଛନ୍ତି। ଚଳିତ ଦଶନ୍ଧିରେ ଦେଶକୁ ଏକ ନୂଆ ଉପଲବ୍ଧି ପ୍ରଦାନ କରିବା ସହ...

ପ୍ରଥମ ଇଲେକ୍ଟ୍ରିକ୍‌ ହାଇଓ୍ବେକୁ ମଞ୍ଜୁରୀ, ପ୍ରତି ୨ କିଲୋମିଟରରେ ଚାର୍ଜିଂ ପଏଣ୍ଟ୍‌…

ନୂଆଦିଲ୍ଲୀ, ୧୧।୬ : ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲର ନିର୍ଭରଶୀଳତାକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଦେଶର ପ୍ରଥମ ଇଲେକ୍ଟ୍ରିକ୍‌ ହାଇଓ୍ବେ(ବୈଦ୍ୟୁତିକ ରାଜପଥ...

ପୂର୍ବତଟ ରେଳପଥର କ୍ଷତି ୧୦ କୋଟି ଟପିଲା

ଭୁବନେଶ୍ୱର,୧୨-୫ (ବ୍ୟୁରୋ): ପ୍ରାରମ୍ଭିକ ଆକଳନ ଅନୁସାରେ ଫନୀ ଯୋଗୁ ପୂର୍ବତଟ ରେଳପଥ ୧୦ କୋଟି ଟଙ୍କାରୁ  ଉର୍ଦ୍ଧ୍ୱ କ୍ଷତି ସହିଛି। କ୍ଷତି ପରିମାଣ ବଢିବ ବୋଲି...

କାର୍ଯ୍ୟରେ ଯୋଗ ଦେଉ ନ ଥିବା ପାଇଲଟଙ୍କୁ ଆଲାଇନ୍ସ ଏୟାରର କାରଣ ଦର୍ଶାଅ ନୋଟିସ ଜାରି…

ନୂଆଦିଲ୍ଲୀ,୧୨।୪ : ଲଗାତାର ଦୁଇ ଦିନ ଧରି କାର୍ଯ୍ୟରେ ଯୋଗ ନ ଦେଇଥିବାରୁ ଆଲାଇନ୍ସ ଏୟାର ଏହାର ପାଇଲଟମାନଙ୍କୁ ସୋ କାରଣ ଦର୍ଶାଅ ନୋଟିସ ଜାରି...

Advertisement
Archives

Model This Week