Posted inଫୁରସତ

ଶିଶୁ ଶ୍ରମିକ ନିରୋଧ ଦିବସ: ଶିଶୁ ଶ୍ରମିକଙ୍କ ସୁରକ୍ଷା ଜରୁରୀ

ଶିଶୁମାନେ ହିଁ ଦେଶ ତଥା ବିଶ୍ୱର ଭବିଷ୍ୟତ। ଏଣୁ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ ପ୍ରତି ବର୍ଷ ଜୁନ୍‌ ୧୨ରେ ସାରା ବିଶ୍ୱରେ ଆନ୍ତର୍ଜାତିକ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। ୨୦୦୨ରେ ଆନ୍ତର୍ଜାତିକ ଶ୍ରମ ସଂଗଠନ(ଆଇଏଲଓ) ଦ୍ୱାରା ପ୍ରଥମେ ଆନ୍ତର୍ଜାତିକ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଇଥିଲା। ଶିଶୁର ବଞ୍ଚିବାର ଅଧିକାର, ଶିକ୍ଷା ଅଧିକାର ଓ ନିଜର ମତାମତ ପ୍ରକାଶ କରିବାର ଅଧିକାର ,ନିରାପତ୍ତା ଅଧିକାର ଉପରେ ଗୁରୁତ୍ୱ ଦେବା ସହ ତାକୁ ଏକ ଉତ୍ତମ ନାଗରିକ ରୂପେ ଗଢି ତୋଳିବା ଏହି ଦିବସର ଉଦ୍ଦେଶ୍ୟ। ଉକ୍ତ ଦିବସରେ ଶିଶୁ ଶ୍ରମିକଙ୍କ ଉପରେ ହେଉଥିତ୍ବା ନିର୍ଯାତନା ବିରୋଧରେ ସଚେତନତା ସୃଷ୍ଟି କରାଯାଇଥାଏ। ଶିଶୁ ଶ୍ରମିିକ ନିରୋଧୀ ଆଇନ ଥାଇ ବି ଆମ ଦେଶରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ରହିଛିି ା ଆଇନକୁ ଉଲ୍ଲଂଘନ କରି ଶିଶୁ ଶ୍ରମିକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଉଛି। ଫଳରେ ସେମାନେ ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି ା ସେମାନଙ୍କୁ ବାହାରକୁ ଚାଲାଣ କରାଯାଉଛି। ଅନେକେ ମଧ୍ୟ ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ଜାତିସଂଘ ହିସାବ ମୁତାବକ ସମଗ୍ର ବିଶ୍ୱରେ ୧୫.୨ କୋଟି ଶିଶୁ ଶ୍ରମିକଙ୍କ ମଧ୍ୟରୁ ୭.୨ କୋଟି ଅତି କଠିନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୧ ପ୍ରତିଶତ କୃଷି କ୍ଷେତ୍ରରେ,୧୭ ପ୍ରତିଶତ ସର୍ଭିସ କ୍ଷେତ୍ରରେ ଏବଂ ୧୨ ପ୍ରତିଶତ ଖଣି ସମେତ ବିଭିନ୍ନ ଶିଳ୍ପ କ୍ଷେତ୍ରରେ କାମ କରୁଛନ୍ତି। ଆମ ଦେଶରେ ୧ କୋଟିରୁ ଊର୍ଦ୍ଧ୍ୱ ଶିଶୁ ଶ୍ରମିକ ରହିଛନ୍ତି। ଦାରିଦ୍ର୍ୟ ହିଁ ଜନ୍ମ ଦେଉଛି ଶିଶୁ ଶ୍ରମିକ। ଅର୍ଥାତ୍‌ ଦାରିଦ୍ର୍ୟ ଦୂର ନ ହେଲେ କୌଣସି ଆଇନ କିମ୍ବା ଯୋଜନାରୁ ସୁଫଳ ମିଳିବ ନାହିଁ। ଦାରିଦ୍ର୍ୟ, କ୍ଷୁଧା ଓ ରୋଗ ଦୂରୀକରଣ ପାଇଁ ଜାତିସଂଘର ସହସ୍ରାବ୍ଦୀ ଲକ୍ଷ୍ୟ ଏଯାବତ ପୂରଣ ହୋଇପାରି ନ ଥିବାରୁ ଶିଶୁ ଶ୍ରମିକକୁ ରୋକିବା କଷ୍ଟକର ହୋଇପଡିଛି। ଦାରିଦ୍ର୍ୟ ଯୋଗୁ ଅନେକ ଶିଶୁ ଅଧାରୁ ପାଠ ଛାଡି ଶିଶୁଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଶିଶୁ ଶ୍ରମିକ ନିରୋଧ ଆଇନ କାର୍ଯ୍ୟକାରୀ କରିବାରେ ମାନସିକତାର ଅଭାବ ହିଁ ଏହାର ମୁଖ୍ୟ କାରଣ। ସମ୍ପ୍ରତି ଚିନ୍ତା କରିବାର ସମୟ ଆସିଛି ା ବିଶେଷକରି ମହାମାରୀ କରୋନା ଯୋଗୁ ଦାରିଦ୍ର୍ୟ ବୃଦ୍ଧି ପାଇବା ସହ ଲକ୍ଷ ଲକ୍ଷ ଅସହାୟ ଶିଶୁ ଶ୍ରମିକ ପାଲଟିବେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। କୋଭିଡ-୧୯ ମହାମାରୀ ସମୟରେ ଏବେ ଶିଶୁ ଶ୍ରମିକଙ୍କ ସୁରକ୍ଷା ଉପରେ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି, ଯାହା ଉପରେ ଆନ୍ତର୍ଜାତିକ ଶିଶୁ ଶ୍ରମିକ ନିରୋଧ ଦିବସ, ୨୦୨୦ ଅଧିକ ଧ୍ୟାନ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ଗଣେଶଜୀଙ୍କ ଅତି ପ୍ରିୟ ଏହି ୪ ରାଶି: ଆଜିଠୁ ଚାଲିଲା ଭଲ ସମୟ, ପ୍ରଚୁର ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କିଛି ରାଶିର ଜାତକଙ୍କ ଉପରେ ଗଣପତିଙ୍କ ବିଶେଷ କୃପା ରହିବ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦେଇଛନ୍ତି। ଏହି ସମୟରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ପୁଟିନ ନା ଜିନପିଙ୍ଗ? କାହାର ବିମାନ ଅଧିକ ମହଙ୍ଗା, ଜାଣନ୍ତୁ ଦୁଇ ବିମାନର ରହସ୍ୟ

ନୂଆଦିଲ୍ଲୀ,୧୪।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦିଲ୍ଲୀରେ ଆୟୋଜିତ ୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିଲେ। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?